ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛନ୍ତି ପ୍ରାର୍ଥୀ। ଏହାରି ଭିତରେ କଂଗ୍ରେସର ବରିଷ୍ଠ ନେତା ତଥା ସାଂସଦ ଶଶି ଥରୁରଙ୍କ ନାମାଙ୍କନ ତାରିଖ ମଧ୍ୟ ସାମ୍ନାକୁ ଆସିଛି। ସୂତ୍ରରୁ ପ୍ରକାଶ, ସେପ୍ଟେମ୍ୱର ୩୦ରେ ଥରୁର ନାମାଙ୍କନ ଭରିବେ। ଏମିତିକି କୁହାଯାଉଛି ଯେ ପ୍ରସ୍ତାବକ ପାଇଁ ବିଭିନ୍ନ ରାଜ୍ୟର ଡେଲିଗେଟସ୍ଙ୍କ ସହ ସମ୍ପର୍କ କରୁଛନ୍ତି ଥରୁର।
ସୂଚନା ଥାଉକି, କଂଗ୍ରେସର ଜାତୀୟ ଅଧ୍ୟକ୍ଷ ନିର୍ବାଚନ ପାଇଁ ଶଶି ଥରୁର ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନାଁ ସାମ୍ନାକୁ ଆସିଛି । କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନୀ ନିୟମ ଅନୁଯାୟୀ, ଯଦି ଦୁଇରୁ ଅଧିକ ପ୍ରାର୍ଥୀ ନାମାଙ୍କନ କରନ୍ତି ତେବେ ଅକ୍ଟୋବର ୧୭ରେ କଂଗ୍ରେସର ଜାତୀୟ ଅଧ୍ୟକ୍ଷ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଅକ୍ଟୋବର ୧୯ରେ କଂଗ୍ରେସର ନୂଆ ଅଧ୍ୟକ୍ଷ ଘୋଷଣା କରାଯିବ।