ପ୍ରମୁଖ ଖବର
  • ବିହାର ପଟଣାରେ ଭୟାବହ ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳିଲା ହୋଟେଲ, ୩ ମୃତ
  • ||
  • କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ଡିଭିଜନ ବେଞ୍ଚରେ ଅପିଲ କଲେ ରାଜ୍ୟ ସରକାର
  • ||
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||

ଆମେଥି ସହିତ କେରଳର ୱାୟାନାଡ଼ରୁ ନିର୍ବାଚନ ଲଢିବେ ରାହୁଲ, ବିଜେପି କହିଲା ମୋଦିଙ୍କ ଭୟ, ପିନରୟୀ ଅସନ୍ତୁଷ୍ଟ

ନୂଆଦିଲ୍ଲୀ,୩୧।୩: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏଥର ଦୁଇଟି ସ୍ଥାନରୁ ଏଥର ଲୋକସଭା ନିର୍ବାଚନ ଲଢିବେ। ପ୍ରଥଟି ଉତ୍ତର ପ୍ରଦେଶର ଆମେଥି ଏବଂ ଦ୍ବିତୀୟଟି ହେଉଛି କେରଳର ୱାୟାନାଡ଼। କଂଗ୍ରେସ ପାଇଁ ୱାୟାନାଡ଼ ସବୁଠାରୁ ସୁରକ୍ଷିତ ଆସନ ବୋଲି କୁହାଯାଏ। ୱାୟାନାଡ଼ ଆସନରେ କଂଗ୍ରେସର ଲଗାତାର ଭାବରେ କବଜା ରହିଛି। ଭୌଗାଳିକ ଭାବରେ ୱାୟାନାଡ଼ ଆସନ ଦକ୍ଷିଣ ଭାରତର ୩ଟି ରାଜ୍ୟ କେରଳ, ତାମିଲନାଡୁ ଓ କର୍ଣ୍ଣାଟନ ସହିତ ଯୋଡି ହୋଇ ରହିଛି। ଆଜି ଏହାର ଘୋଷଣା କଂଗ୍ରେସର ବରିଷ୍ଠ ନେତା ଏକେ ଆଣ୍ଟୋନୀ ଓ ମୁଖପାତ୍ର ରଣଦୀପ ସୁରଜେଓ୍ବାଲ କହିଛନ୍ତି ଦକ୍ଷିଣ ଭାରତର ପାର୍ଟି କାର୍ଯ୍ୟକର୍ତ୍ତା ରାହୁଲ ୱାୟାନାଡ଼ ଆସନରୁ ନିର୍ବାଚନ ଲଢନ୍ତୁ ବୋଲି ବାରମ୍ବାର ଦାବି କରୁଥିଲେ। ରାହୁଲ କର୍ମୀଙ୍କ ଦାବି ସ୍ବୀକାର କରିନେଇଛନ୍ତି। ସେ ଏବେ ଆମେଥି ସହିତ କେରଳର ୱାୟାନାଡ଼ ଆସନରୁ ନିର୍ବାଚନ ଲଢିବେ। ଦକ୍ଷିଣ ଭାରତୀୟ ପରମ୍ପରା ପ୍ରତି ମୋଦି ସରକାର ବାରମ୍ବାର ଆକ୍ରମଣ ଜାରି ରଖିଛନ୍ତି। ରାହୁଲ ଗାନ୍ଧି ଏହି ଆସନରୁ ନିର୍ବାଚନ ଲଢି ୩ଟି ରାଜ୍ୟ କେରଳ, ତାମିଲନାଡୁ ଓ କର୍ଣ୍ଣାଟକରୁ ପ୍ରତିନିଧିତ୍ବ କରିବେ।

{"id":9948,"width":731,"height":448}
source: http://justnewsly.com

ବିଜେପି ଉପରେ ଅଭିଯୋଗ କରି ରଣଦୀପ ସୁରଜେଓ୍ବାଲ କହିଛନ୍ତି ୨୦୧୪ରେ ମୋଦି ଗୁଜରାଟ ଛାଡି ବାରଣାସୀରୁ ନିର୍ବାଚନ କାହିଁକି ଲଢିଲେ? କ’ଣ ଗୁଜୁରାଟ ଉପରେ ତାଙ୍କର ଭରଷା ନଥିଲା। ୱାୟାନାଡ଼ରୁ ନିର୍ବାଚନ ଲଢିବାର ଅର୍ଥ ନୁହେଁ ଆମେ କୌଣସି ଦଳ ବିରୋଧରେ ଲଢୁଛୁ। ଆମେ ଦେଶକୁ ବାଣ୍ଟୁଥିବା ରାଜନୀତି ବିରୋଧରେ ଲଢେଇ କରୁଛୁ। ୱାୟାନାଡ଼ରୁ ନିର୍ବାଚନ ଲଢି ରାହୁଲ ଦକ୍ଷିଣ ଭାରତର ଲୋକଙ୍କୁ ବାର୍ତ୍ତା ଦେବାକୁ ଚାହେଁ ଯେ ଆମେ ତାଙ୍କର ଭାଷା, ଖାଦ୍ୟପେୟ, ସଂସ୍କୃତି ପରମ୍ପରା ସହିତ ରହିଛୁ। ୱାୟାନାଡ଼ରୁ ନିର୍ବାଚନ ଲଢୁଥିଲେ ମଧ୍ୟ ରାହୁଲ ଆମେଥିକୁ ଛାଡି ପାରିବେ ନାହିଁ। ଆମେଥି ତାଙ୍କର କର୍ମଭୂମି ଏବଂ ଏହି ସ୍ଥାନ ସହିତ ତାଙ୍କ ପାରିବାରିକ ସମ୍ପର୍କ ରହିଛି। ସୃତି ଇରାନୀଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଏଥର ସେ ହାରିବାରେ ହ୍ୟାଟ୍ରିକ୍ କରିବେ।

{"id":9946,"width":742,"height":564}
source: https://www.bhaskar.com

ରାହୁଲ ୱାୟାନାଡ଼ରୁ ନିର୍ବାଚନ ଲଢୁଥିବା ଖବର ପରେ ବିଜେପି ଅଧ୍ୟକ୍ଷ ଅମିତ ଶାହା କହିଛନ୍ତି ମୋଦି ଲହରକୁ ରାହୁଲ ଡରି ଯାଇଛନ୍ତି। ତେଣୁ ଆମେଠିରୁ ପଳାୟନ କରି କେରଳ ଯାଉଛନ୍ତି। ଭୋଟ ବ୍ୟାଙ୍କ ପାଇଁ ହିନ୍ଦୁ ଧର୍ମକୁ କଂଗ୍ରେସ ବଦନାମ କରୁଛି। କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି, ଡର ଭୟରେ ରାହୁଲ ମୁସଲିମ ବହୁଳ ଅଞ୍ଚଳରେ ନିର୍ବାଚନ ଲଢୁଛନ୍ତି। ୨୦୧୧ ଜନଗଣନା ଅନୁସାରେ ୱାୟାନାଡ଼ରେ ୪୯% ହିନ୍ଦୁ ଭୋଟର ରହିଛନ୍ତି।

{"id":9947,"width":742,"height":431}
source: https://rightlog.in

ରାହୁଲଙ୍କ ଏହି ନିଷ୍ପତ୍ତିକୁ ସହଯୋଗୀ ଦଳ ସିପିଆଇ ପକ୍ଷରୁ ବିରୋଧ କରାଯାଇଛି। ଦଳର ନେତା ପ୍ରକାଶ କରାତ କହିଛନ୍ତି, ୱାୟାନାଡ଼ରୁ ରାହୁଲ ନିର୍ବାଚନ ଲଢିବାକୁ ଆମେ ବିରୋଧ କରୁଛୁ।ତେବେ ଏହାକୁ ନେଇ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଅସନ୍ତୋଷ ପ୍ରକାଶ କରିଛନ୍ତି। କେନ୍ଦ୍ରରେ ବିଜେପି କଂଗ୍ରେସର ପ୍ରମୁଖ ବିରୋଧୀ ହୋଇଥିବାବେଳେ କେରଳରେ ଏଲଡିଏଫ କ୍ଷମତାରେ ରହିଛି। ରାହୁଲ ୱାୟାନାଡ଼ରୁ ନିର୍ବାଚନ ଲଢି ବାମଦଳକୁ ଚ୍ୟାଲେଞ୍ଜ କରିଛନ୍ତି, ଆମେ ତାଙ୍କ ବିରୋଧରେ ଲଢିବୁ।ନିର୍ବାଚନରେ ଏଲଡିଏଫ ରାହୁଲଙ୍କୁ ଶୋଚନୀୟ ପରାଜୟର ବାଟ ଦେଖାଇବ ବୋଲି  ପିନାରାଇ  କହିଛନ୍ତି । ସେ କହିଛନ୍ତି ବିଜେପି ଯେଉଁଠି ଲଢୁଛି ତାଙ୍କୁ ସେଠାରୁ ଲଢିବାର ଥିଲା, ଏହା ଏବେ ବାମ ଦଳ ସହିତ ଲଢେଇ। ୨୦ ନିର୍ବାଚନ ଆସନ ମଧ୍ୟରୁ ୱାୟାନାଡ଼ ଅନ୍ୟତମ, ଏହାକୁ ଭିନ୍ନ ଭାବରେ ଦେଖିବାର କିଛି ଆବଶ୍ୟକତା ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.