PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ରାହୁଲ ଗାନ୍ଧୀଙ୍କ ଘରେ ଦିଲ୍ଲୀ ପୁଲିସ୍‌; କଂଗ୍ରେସ କହିଲା, ଇନ୍ଦିରା ଗାନ୍ଧୀଙ୍କ ସମୟରେ ଜନତା ଦଳର ଲୋକମାନେ ମଧ୍ୟ….

Image Courtesy: ABP Live

ନୂଆଦିଲ୍ଲୀ,୧୯/୦୩: ରବିବାର ଦିଲ୍ଲୀ ପୁଲିସ ପୁଣିଥରେ ରାହୁଲ ଗାନ୍ଧୀଙ୍କ ଘରେ ଏକ ନୂଆ ନୋଟିସ୍‌ ନେଇ ପହଞ୍ଚିଛି। ତେବେ ଭାରତ ଯୋଡା ଯାତ୍ରା ସମୟରେ ରାହୁଲ ଗାନ୍ଧୀଙ୍କ ସହ ସାକ୍ଷାତ କରିଥିବା ‘ଯୌନ ଉତ୍ପୀଡ଼ନ’ର ଶିକାର ହୋଇଥିବା ମହିଳାଙ୍କ ସବିଶେଷ ତଥ୍ୟ ଦିଲ୍ଲୀ ପୋଲିସ ମାଗିଛି। ପୂର୍ବରୁ ମଧ୍ୟ ଏହି ପ୍ରସଙ୍ଗରେ ତାଙ୍କୁ ଏକ ନୋଟିସ ପଠାଯାଇଥିଲା। ବର୍ତ୍ତମାନ କଂଗ୍ରେସ ଏହି ପ୍ରସଙ୍ଗରେ ବିଜେପି ଉପରେ ବର୍ଷିଛି। କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭି କହିଛନ୍ତି, “ଦିଲ୍ଲୀ ପୋଲିସ ରାହୁଲ ଗାନ୍ଧୀଙ୍କୁ ୧୬ ତାରିଖ ଦିନ ନୋଟିସ ଦେଇଥିଲା, ଏମିତିକି ତାଙ୍କର ଏକ ପ୍ରତିକ୍ରିୟା ସଂପର୍କରେ ପ୍ରଶ୍ନର ଏକ ତାଲିକା ମଧ୍ୟ ପଠାଯାଇଥିଲା। ପୀଡ଼ିତାମାନଙ୍କର ସଂପୂର୍ଣ୍ଣ ବୀବରଣୀ ମାଗିଥିଲେ। ୧୯ ମାର୍ଚ୍ଚ ରବିବାର ପୁଣିଥରେ ଦିଲ୍ଲୀ ପୁଲସ୍‌ ରାହୁଲଙ୍କ ଘରକୁ ଜେରା ନୂଆ ନୋଟିସ୍‌ ନେଇ ଯାଇଥିଲା।’

ସିଂଘଭି ପୁଣି କହିଛନ୍ତି ଯେ,”ଆଜି ଆମେ ଦିଲ୍ଲୀ ପୋଲିସକୁ କହିଛୁ ଯେ ହଇରାଣ ହରକତ, ପ୍ରତିଶୋଧମୂଳକ ରାଜନୀତି ଏବଂ ଭୟଭୀତ ରାଜନୀତିର ଏକ ନୂତନ ଦିଗ ସୃଷ୍ଟି ହେବା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଅଟେ।’ କେବଳ ଏତକି ନୁହେଁ ବରଂ ଏ ବିଷୟରେ ଦିଲ୍ଲୀ ପୋଲିସକୁ ପଚାରିଥିଲୁ ଯେ, ଏହା ଧମକମୂଳକ ରାଜନୀତି ନୁହେଁ ତ ଆଉ କ’ଣ? ୩୦ ଜାନୁଆରୀରେ ଶ୍ରୀନଗରେ ବିବୃତ୍ତିକୁ ନେଇ ୪୫ଦିନ ପରେ ଦିଲ୍ଲୀ ପୋଲିସର ଚେତା ପଶିଲା। ଏତେଦିନ ଅପେକ୍ଷା ପରେ ଏବେ ଅଚାନକ ପୁଲିସବାବୁଙ୍କର ନିଦ ଭାଙ୍ଗିଲା ବୋଲି କହିଛନ୍ତି ସିଂଘଭି।

କଂଗ୍ରେସ ନେତା କହିଛନ୍ତି ‘ଆମେ ଏହାକୁ ନିନ୍ଦା କରୁଛୁ, ଯେତେ ବି ତଥ୍ୟ ଅଛି,ସମ୍ପୁର୍ଣ୍ଣ ଅଛି, ସବୁ ତଥ୍ୟକୁ ଯୋଡ଼ି ଏକ ବିସ୍ତୃତ ଜବାବ ଦେବୁ। କିନ୍ତୁ ରାଜନୀତିକୁ ଯେଉଁ ସ୍ଥରରେ ବିଜେପି ପହଞ୍ଚାଇଲାଣି ତାକୁ ଆମେ ନିନ୍ଦା କରୁଛୁ। ଆପଣ ଲୋକଙ୍କୁ ହଇରାଣ କରିବାରେ ଲାଗିଛି। କୌଣସି ସୀମା ମଧ୍ୟ ଛାଡ଼ୁନାହାନ୍ତି। ସାରା ଦେଶ ଦେଖୁଛି। ଆମେ ଏଭଳି ରାଜନୀତି ଆଜି ପର୍ଯ୍ୟନ୍ତ ଦେଖିନଥିଲୁ।’

ଦିନେ ଜନତା ଦଳ ମଧ୍ୟ ଏମିିତି କରିଥିଲା:
ରାଜସ୍ଥାନ ମୁଖ୍ୟ ଅଶୋଗ ଗେହଲ‌ଟ୍‌ କହିଛନ୍ତି ଯେ,’ଭାରତ ଇତିହାସରେ ପ୍ରଥମ ଥର ଏଭଳି ଘଟଣା ଘଟୁଛି। ଉପର ମହଲାରୁ ନିର୍ଦ୍ଦେଶ ବିନା ଦିଲ୍ଲୀ ପୋଲିସ ଏପରି ପଦକ୍ଷେପ ନେବା ଅସମ୍ଭବ। ମୁଁ ଏହାକୁ ଦୃଢ଼ ନିନ୍ଦା କରୁଛି। ଜନତା ପାର୍ଟି ମଧ୍ୟ ଇନ୍ଦିରା ଗାନ୍ଧୀଙ୍କ ସମୟରେ କ୍ଷମତାକୁ ଆସିଥିଲା, ସେତେବେଳେ ମଧ୍ୟ ଲୋକମାନେ ଏଭଳି କାର୍ଯ୍ୟରେ ଲିପ୍ତ ଥିଲେ। ଏବଂ ଜନସାଧାରଣ ମଧ୍ୟ ଉପଯୁକ୍ତ ଉତ୍ତର ଦେଇଥିଲେ। ଇନ୍ଦିରାଙ୍କ ସରକାର ପୁର୍ବ ସ୍ଥରକୁ ଫେରି ଆସିଥିଲେ। ସେମାନେ ଇଡି, ସିବିଆଇକୁ ନେଇ ହଇଚଇ ସୃଷ୍ଟି କରିଥିଲେ। ଗଣତନ୍ତ୍ର କେଉଁଠାରେ ଅଛି ଏବଂ ଏହା କିପରି ରହିବ? ଯଦି କେହି ଏହି କଥା କୁହନ୍ତି, ତେବେ ଏହା କାହିଁକି ଖରାପ ଲାଗୁଛି? ଏମାନେ ହିନ୍ଦୁ ମୁସଲମାନ ନାଁରେ ରାଜନୀତି କରୁଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି, ଭଲପାଇବା ସହିତ ପରସ୍ପର ମଧ୍ୟରେ ଆବଦ୍ଧ ହୋଇ ରୁହନ୍ତୁ, ସେ କ’ଣ ଭୁଲ୍ କହିଥିଲେ?

ସମ୍ବନ୍ଧିତ ଖବର