ପ୍ରମୂଖ ଖବର
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

କଂଗ୍ରେସ କର୍ମୀଙ୍କୁ ରୋକିବାକୁ କମିଶନରେଟ୍ ପୁଲିସର ପ୍ରସ୍ତୁତି, ସୁରକ୍ଷା ପାଇଁ ୮୦ ପ୍ଲାଟୁନ୍‌ ଫୋର୍ସ ମୁତୟନ

Published By : Prameya | March 27, 2025 8:41 AM

ଭୁବନେଶ୍ୱର,୨୭/୦୩: ଆଜି ବିଧାନସଭା ଘେରିବ କଂଗ୍ରେସ । ଏଥିପାଇଁ କମିଶନରେଟ୍‌ ପୁଲିସ୍‌ର ଚିନ୍ତା ବଢ଼ିଯାଇଛି । କେମିତି ସେମାନଙ୍କୁ ରୋକିବ ତାକୁ  ନେଇ ଯୋଜନା ପ୍ରସ୍ତୁତ ହୋଇଛି । ଆନ୍ଦୋଳନକାରୀଙ୍କୁ  ରୋକିବାକୁ ପୁଲିସ୍‌ ୮୦ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି  । ଏଥିସହ ଲୁହବୁହା ଗ୍ୟାସ୍‌, ପାଣି ମାଡ଼ କରିବା  ପାଇଁ ଅଗ୍ନିଶମର ୨ଟି ଗାଡ଼ି ମଧ୍ୟ ପିଏମ୍‌ଜି ଛକରେ ରହିଛି । ବିଭିନ୍ନ ଜିଲ୍ଳାରୁ ଶହ ଶହ କଂଗ୍ରେସ କର୍ମୀ ବିଧାନସଭା  ଘେରିବାକୁ ଆସିବେ ବୋଲି ଗୁଇନ୍ଦା ବିଭାଗ ପାଖରେ ଖବର  ରହିଛି । ସେମାନଙ୍କୁ କେମିତି ଜିଲ୍ଳା ସ୍ତରରେ ଅଟକାଇ  ହେବ ତାକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା । 

ବୁଧବାର  ବିଳମ୍ବିତ ରାତିରେ ଭୁବନେଶ୍ୱର ବିଭିନ୍ନ ପ୍ରବେଶ ପଥରେ ପୁଲିସ୍‌ ବ୍ଲକିଂ ଚେକିଂ କରି ଆନ୍ଦୋଳନକାରୀଙ୍କୁ ଅଟକ ରଖୁଛି । ତା’ଛଡା କମିଶନରେଟ୍‌ ପୁଲିସର ପୁରୁଣା ଓ ଦକ୍ଷ ଅଫିସର ଯେଉଁମାନେ ୨୦୧୯ ନିର୍ବାଚନ ସମୟରେ ବାହାରକୁ ଯାଇଥିଲେ, ସେମାନଙ୍କୁ ସବୁ ଭୁବନେଶ୍ୱର ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । 

ସେହି ପୁରୁଣା ଅଫିସରମାନେ ପିଏମ୍‌ଜିରେ ରହି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବେ । ଆନ୍ଦୋଳନ ସମୟରେ କାଳେ କିଛି ଅଘଟଣ ଘଟିବ, ସେଥିପାଇଁ ପୁଲିସ୍‌ ସବୁ ପ୍ରକାର ପ୍ରସ୍ତୁତି କରିଛି । ପୂର୍ବ ଠାରୁ ଅଧିକ ସିସି କ୍ୟାମେରା ଲଗାଇଛି । କିଛି ଗଳି ରାସ୍ତାକୁ ସମ୍ପୂର୍ଣ୍ଣ ବନ୍ଦ କରିଛି । କମ୍‌ ସଂଖ୍ୟକ ଆନ୍ଦୋଳନକାରୀ ଆସିବା  ଦିଗରେ ଅଧିକ ଫୋକସ୍‌ ଦେଇଛି ।


ସରକାରଙ୍କ ବିରୋଧରେ କଂଗ୍ରେସର ରଣ ହୁଙ୍କାର: ଆଜି ବିଧାନସଭା ଘେରିବ, ରାଜ ରାସ୍ତାରେ ଗର୍ଜିବ


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.