ବୌଦ୍ଧ,୧୨। ୧(ଆପ୍ର): ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସରସରା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ମନରେଗା ବଞ୍ଚାଅ ବିକ୍ଷୋଭ ପ୍ରଦର୍ଶନ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା କଂଗ୍ରେସ କମିଟି ସଭାପତି ବିନ୍ଧ୍ୟାବିନୀ ସାହୁଙ୍କ ନେତୃତ୍ବରେ କଂଗ୍ରେସ କର୍ମୀମାନେ ଯୋଗ ଦେଇ ପ୍ରଥମେ ସରସରା ଛକ ଠାରୁ ବିଭିନ୍ନ ସ୍ଲୋଗାନ ଦେଇ ସରସରା ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ । ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ମନରେଗା ଯୋଜନାର ନାମ ପରିବର୍ତ୍ତନକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ସୁରେନ୍ଦ୍ର କୁମାର ସାହୁ, ଉଦ୍ଧବ ବେହେରା, କଣ୍ଟାମାଳ ବ୍ଲକ କଂଗ୍ରେସ ସଭାପତି ସୁଶାନ୍ତ କୁମାର ମଲ୍ଲିକ, ଅର୍ଜ୍ଜୁନ ବେହେରା, ଯାମିନି ବେହେରା, ଶ୍ୟାମ ବେହେରା, ସସ୍ମିତା ବେହେରା, ମୀରା ବେହେରା, ମୀନ ବାରିକ ପ୍ରମୁଖ ସାମିଲ ହୋଇଥିଲେ ।