ନୂଆଦିଲ୍ଲୀ,୧୪/୧୨; ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ରାମଲୀଳା ମୈଦାନରେ ବିଶାଳ ରାଲି କରିଛି କଂଗ୍ରେସ । ଏଥିରେ ଶହ ନେତାକର୍ମୀ ସାମିଲ ହୋଇଛନ୍ତି । କଂଗ୍ରେସ ନେତା ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ସାମିଲ ହୋଇଛନ୍ତି । ସ୍ୱତନ୍ତ୍ର ଭୋଟ ସଂଶୋଧନ ଓ ଭୋଟ ଚୋରି ପ୍ରସଙ୍ଗରେ କଂଗ୍ରେସର ଏହି ମହାରାଲି ଆୟୋଜିତ ହୋଇଛି । ସରକାର ଏବଂ ନିର୍ବାଚନ କମିଶନଙ୍କ ଏକାଠି ହୋଇଥିବାର ଅଭିଯୋଗ ଆଣି ଆନ୍ଦୋଳନକୁ ଓହ୍ଲାଇଛି କଂଗ୍ରେସ । ୫୫ ଲକ୍ଷ ହସ୍ତଖତ ହୋଇଥିବା ଏକ ସ୍ମାରକୀପତ୍ର ରାଷ୍ଟ୍ରପତିଙ୍କୁ ପ୍ରଦାନ କରିବେ । ଏହି ଆନ୍ଦୋଳନ ଗଣତନ୍ତ୍ର ଏବଂ ନିରପେକ୍ଷ ନିର୍ବାଚନକୁ ସୁରକ୍ଷା ଦେବା ପାଇଁ ହୋଇଥିବା କହିଛନ୍ତି କଂଗ୍ରେସ ମହାସଚିବ କେ.ସି ବେଣୁଗୋପାଳ ।
ରାଲିକୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ସଂସଦରେ ଉତ୍ତର ଦେବା କଥା, କିନ୍ତୁ ସେମାନେ (ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ) ଆମର ପ୍ରଶ୍ନର ଉତ୍ତର ଦେଇ ନଥିଲେ । ସେମାନେ ନିଜ ମନରୁ ଉତ୍ତର ଦେଇଥିଲେ । ସେମାନେ ସଂସଦରେ ଭୁଲ ସୂଚନା ଦେଇଥିଲେ । ଆମେ ପଚାରିଥିଲୁ ଯେ, କିପରି ଏବଂ କେଉଁ ଉପାୟରେ ଭୋଟ ଚୋରି ହୋଇଛି, ଏବଂ ରାହୁଲ ଗାନ୍ଧୀ ପ୍ରମାଣ ସହିତ ଏହା ବିଷୟରେ କହିଥିଲେ ।ଆମେ ଲୋକଙ୍କୁ କହିବାକୁ ଚାହୁଁଛୁ ଯେ ଆନନ୍ଦ, ମହାରାଷ୍ଟ୍ର ଏବଂ ହରିୟାଣାରେ କ୍ଷମତାରେ ଥିବା ସରକାର ଭୋଟ ଚୋରି କରି କ୍ଷମତାକୁ ଆସିଛନ୍ତି । ଆଜି କ୍ଷମତାରେ ବସିଥିବା ଲୋକମାନେ ଲୋକଙ୍କ ଦ୍ୱାରା ନିର୍ବାଚିତ ହୋଇ ନାହାଁନ୍ତି । "
#WATCH | Visuals from Ramlila Maidan in Delhi, where Congress will hold its 'Vote Chor Gaddi Chhod' maharally today. pic.twitter.com/EWHo2tfJvC
— ANI (@ANI) December 14, 2025
वोट देना हमारा अधिकार है। ये वो शक्ति है, जो लोकतंत्र में जनता को सबसे ताकतवर बनाती है।
— Congress (@INCIndia) December 14, 2025
नरेंद्र मोदी और चुनाव आयोग सुन लें- हम देश में 'वोट चोरी' नहीं होने देंगे
वोट चोर - गद्दी छोड़
📍 रामलीला मैदान, दिल्ली pic.twitter.com/UdO8g9Cn9e
'SIRକୁ ନେଇ ଭ୍ରମ ସୃଷ୍ଟି ନ କରନ୍ତୁ ରାହୁଲ'- ସ୍ୱତନ୍ତ୍ର ଭୋଟ ସଂଶୋଧନ ଓ ଭୋଟ ଚୋରି ବିରୋଧରେ କଂଗ୍ରେସର ମହାରାଲିକୁ ନେଇ ମୁହଁ ଖୋଲିଛି ଭାରତୀୟ ଜନତା ପାର୍ଟି । ବିଜେପି ତାର ଏକ୍ସରେ ଏକ ପୋଷ୍ଟ କରି କହିଛି, ''ତୁମେ ଅନୁପ୍ରବେଶକାରୀଙ୍କ ସେବାରେ ଲାଗି ରୁହ, ଆମେ ଦେଶର ଜନତାଙ୍କ ସେବା କରିବୁ ।'' ଏହା ସହିତ ଦଳର ପ୍ରବକ୍ତା ଅମିତ ମାଲବିୟ କହିଛନ୍ତି, ରାହୁଲ ଗାନ୍ଧୀ ଯେବେ ବି ନିର୍ବାଚନ ପରିଣାମ ନିଜ ସପକ୍ଷରେ ନେଇ ପାରନ୍ତି ନାହିଁ ସେବେ ଇଭିଏମ୍ ଉପରେ ପ୍ରଶ୍ନ ଉଠାନ୍ତି ଏବଂ ଭୋଟ ଚୋରି ଅଭିଯୋଗ ଲଗାନ୍ତି । ହେଲେ ବିଜୟ ମିଳିଲେ ସେହି ପ୍ରକ୍ରିୟାକୁ ସ୍ୱୀକାର କରିନିଅନ୍ତି । ଲୋକତନ୍ତ୍ରର ଚୟନାତ୍ମକ ଭରସା ଉପରେ ଚାଲିପାରିବ ନାହିଁ । ହାରିବା ପରେ ସିଷ୍ଟମକୁ ବଦମାନ କରିବା ଜନବିଶ୍ୱାସକୁ ଦୁର୍ବଳ କରିଥାଏ । ବିମା ପ୍ରମାଣରେ ପ୍ରଶ୍ନ ଉଠାଇ ରାଜନୈତିକ ବିଶ୍ୱସନୀୟତା ଏବଂ ଲୋକତାନ୍ତ୍ରିକ ନୈତିକତା ଉପରେ ପ୍ରଶ୍ନ ଉଠାଉଛି । ବିରୋଧୀ ଆତ୍ମସମୀକ୍ଷା କରି ଦାୟିତ୍ୱ ଏବଂ ସଂସ୍ଥା ସହିତ ନେତୃତ୍ୱ ଦେଖାଇବା ଜରୁରୀ ।''