PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋଇଡା ବ୍ଲକର ଫଟାଟାଙ୍ଗର ଆଶ୍ରମ ଛାତ୍ରୀ ନିବାସରେ ଖାଦ୍ୟ ଖାଇ ୧୦୦ରୁ ଊର୍ଦ୍ଧ୍ବ ଛାତ୍ରୀ ଅସୁସ୍ଥ
  • ||
  • ୫ମ ଟେଷ୍ଟ: ଜୋ ରୁଟ୍‌ ଏବଂ ଜନି ବୈୟାରିଷ୍ଟୋଙ୍କ ଶତକୀୟ ଇନିଂସ, ଭାରତକୁ ୭ ଓ୍ବିକେଟରେ ହରାଇ ସିରିଜ ବରାବର୍‌ କଲା ଇଂଲଣ୍ଡ
  • ||
  • ପୁଣି ରାଜଧାନୀରେ ଛାତ୍ରୀଙ୍କ ଆତ୍ମହତ୍ୟା, ଭୁବନେଶ୍ବର ସ୍ଥିତ ଆଚାର୍ଯ୍ୟବିହାର ନିକଟ ଏକ ଭଡାଘରୁ ଛାତ୍ରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜ୍ୟରେ ଉତ୍କଟ ବେକାରୀ ସମସ୍ୟା, ମୁଲତବୀ ପ୍ରସ୍ତାବ ଆଲୋଚନା ବେଳେ ସରକାରଙ୍କୁ ଘେରିଲେ ବିରୋଧୀ
  • ||
  • ପଟ୍ଟାମୁଣ୍ଡାଇ : ମୋବାଇଲ୍ ଗେମ୍ ହେଲା କାଳ, ଅନଲାଇନ୍ ଗେମ୍ ଖେଳି ୧୦ ହଜାର ଟଙ୍କା ହାରିଯିବାରୁ ଆତ୍ମହତ୍ୟା କଲେ ଯୁବକ
  • ||
  • ସମ୍ଵଲପୁର : ବାଇକ୍‌କୁ ଧକ୍କା ଦେଲା ଅଜଣା ଟ୍ରକ୍, ୨ ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର : ରାଜ୍ୟରେ ନିର୍ମାଣ ହେବ ୫୫ଟି ନୂତନ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ, ଦ୍ଵିତୀୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୯ କୋଟି ୩୬ ଲକ୍ଷ ମଞ୍ଜୁର
  • ||
  • କୋରାପୁଟ : ପୋଲିସ ପଞ୍ଝାରେ ଦୁଇ ନକଲି ମାଓବାଦୀ, ବ୍ୟବସାୟୀଙ୍କୁ ହତ୍ୟା ଧମକ ଦେଇ ମାଗୁଥିଲେ ୫ ଲକ୍ଷ
  • ||
  • ଝାରସୁଗୁଡା : ଜଙ୍ଗଲ ଭିତରୁ ବାପା ଓ ଝିଅ-ପୁଅଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଲମତାପୁଟ: କମାଣ୍ଡର ଜିପ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଡ୍ରାଇଭର ଫେରାର
  • ||
  • ପୁରୀ: ଆଜି ହେରାପଞ୍ଚମୀ, ନନ୍ଦିଘୋଷ ରଥ ଭାଙ୍ଗି ରାଗ ଶୁଝାଇବେ ଅଭିମାନିନୀ ମା’ ଲକ୍ଷ୍ମୀ ସାଆନ୍ତାଣୀ
  • ||
  • ଭୁବନେଶ୍ୱର: ଉତ୍ତର ଓଡ଼ିଶାରେ ଲଘୁଚାପ ବଳୟ ସୃଷ୍ଟି, ୪ ଦିନ ପ୍ରବଳ ବର୍ଷା: ୧୧ ଜିଲ୍ଲାରେ ପ୍ରବଳ ଛେଚିବ
  • ||

ପଦ ଛାଡ଼ିବାକୁ ଅଡ଼ି ବସିଛନ୍ତି ରାହୁଲ

ନୂଆଦିଲ୍ଲୀ,୨୭ ।୫(ଏଜେନ୍ସି): ଲୋକସଭା ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ପଦ ଛାଡ଼ିବା ଲାଗି ଅଡ଼ି ବସିଛନ୍ତି । ପୂର୍ବରୁ ପଦ ଛାଡ଼ିବା ଲାଗି ସେ ଦେଇଥିବା ପ୍ରସ୍ତାବକୁ ଦଳର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣକାରୀ ସଂସ୍ଥା କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁସି) ଅଗ୍ରାହ୍ୟ କରିଥିଲେ ମଧ୍ୟ ସେ ନିଜ ଜିଦ୍‌ରେ ଅଟଳ ଅଛନ୍ତି । ପଦ ଛାଡ଼ିବା ବିଷୟରେ ଆଜି ସେ ପୁଣିଥରେ ଟୁଇଟ କରି ଜଣାଇଛନ୍ତି ।

କେବଳ ଏତିକି ନୁହେଁ ତାଙ୍କର ଦୁଇ ଘନିଷ୍ଠ ସହଯୋଗୀ ତଥା ଦଳର ବରିଷ୍ଠ ନେତା ଅହମ୍ମଦ ପଟେଲ ଓ କେ.ସି. ବେଣୁଗୋପାଳଙ୍କୁ ନୂଆ ଅଧ୍ୟକ୍ଷ ତଲାସ କରିବାକୁ ରାହୁଲ ଦାୟିତ୍ୱ ଦେଇଛନ୍ତି । ଆଜି ସେମାନଙ୍କୁ ଡକାଇ ରାହୁଲ ଏ ବିଷୟରେ ଆଲୋଚନା କରିଛନ୍ତି । ଏଥିପାଇଁ ସେମାନଙ୍କୁ କିଛିଦିନ ସମୟ ମଧ୍ୟ ଦେଇଥିବା ଜଣାପଡ଼ିଛି । ରାହୁଲଙ୍କ ଏଭଳି ନିଷ୍ପତ୍ତିକୁ ତାଙ୍କ ମା’ ତଥା ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ଭଉଣୀ ତଥା ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ସମର୍ଥନ କରିଥିବା କୁହାଯାଉଛି । ପଦବି ନ ଛାଡ଼ି ବରଂ ଦଳୀୟ ସଙ୍ଗଠନରେ ପରିବର୍ତ୍ତନ କରିବା ଲାଗି କଂଗ୍ରେସରକିଛି ବରିଷ୍ଠ ନେତା ରାହୁଲଙ୍କୁ ପ୍ରସ୍ତାବ ଦେଇଥ ଅଟଳ ରହିଛନ୍ତି । ଅପରପକ୍ଷରେ ଦଳର ନବ ନିର୍ବାଚିତ ସାଂସଦମାନେ ରାହୁଲଙ୍କୁ ଦେଖା କରିବାକୁ ଆଜି ଆସିଥିଲେ ମଧ୍ୟ ସେ ସେମାନଙ୍କୁ ଦେଖା କରିବାକୁ ମନାକରି ଦେଇଛନ୍ତି । ଏପରିକି ତାଙ୍କର ସବୁ କାର୍ଯ୍ୟକ୍ରମକୁ ମଧ୍ୟ ବାତିଲ କରିଦିଆଯାଇଛି ।

ଅନ୍ୟପକ୍ଷରେ ନିର୍ବାଚନ ପରାଜୟ ପରେ ଦଳ ଭିତରେ ବିଦ୍ରୋହ ଓ ଅସନ୍ତୋଷ ଦେଖାଦେଇଛି । ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ସୁନୀଲ ଝାକଡ, ଝାଡ଼ଖଣ୍ଡର ଅଜୟ କୁମାର ଓ ଆସାମର ରିପୁନ ବୋରା ନିଜ ପଦରୁ ଇସ୍ତଫା ଦେବାକୁ ଚାହିଁଛନ୍ତି । ସେହିଭଳି କର୍ଣ୍ଣାଟକ ଓ ରାଜସ୍ଥାନରେ ସରକାର ଭାଙ୍ଗିଯିବାର ଆଶଙ୍କା ଦେଖାଦେଇଛି । ବିଜେପି ଉଭୟ ରାଜ୍ୟରେ କ୍ଷମତା ଦଖଲ କରିବାକୁ ଯୋଜନା ଚଳାଇଛି । କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାର ଚାଲିଛି । ହେଲେ ନିର୍ବାଚନରେ କଂଗ୍ରେସର ଖରାପ ପ୍ରଦର୍ଶନକୁ ନେଇ ଦଳର କିଛି ବିଧାୟକ ଅସନ୍ତୁଷ୍ଟ ଅଛନ୍ତି । ସେମାନେ ବିଜେପି ସହିତ ଯୋଗାଯୋଗରେ ଥିବା ଜଣାପଡ଼ିଛି । ସେମାନେ ବିଜେପିରେ ସାମିଲ ହେଲେ ସେଠାରେ ସରକାର ଭାଙ୍ଗିଯିବାଟା ଥୟ । ସେହିଭଳି ରାଜସ୍ଥାନରେ କଂଗ୍ରେସ ସରକାର ଥିଲେ ମଧ୍ୟ ଲୋକସଭା ନିର୍ବାଚନରେ ବିଜେପି ସେଠାରେ ବାଜି ମାରିନେଇଛି । ତେଣୁ ରାଜ୍ୟର କିଛି ମନ୍ତ୍ରୀ ଦଳର ବିପର୍ଯ୍ୟୟ ପାଇଁ ଦାୟୀ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ସଦ୍ୟ ସମାପ୍ତ ଲୋକସଭା ନିର୍ବାଚନରେ ୫୪୨ ଆସନରୁ କଂଗ୍ରେସ ମାତ୍ର ୫୨ଟିରେ ବିଜୟଲାଭ କରିଛି । ଯାହାକି ୨୦୧୪ ତୁଳନାରେ ୬ଟି ଆସନ ଅଧିକ । ଏପରକି ଦଳ ୧୮ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଖାତା ଖୋଲିପାରି ନାହିଁ । ରାଜସ୍ଥାନର ସମସ୍ତ ୨୫ଟି ଯାକ ଆସନରେ ବିଜେପି ବିଜୟୀ ହୋଇଥିଲା ବେଳେ କର୍ଣ୍ଣାଟକର ୨୮ ଆସନ ମଧ୍ୟରୁ କଂଗ୍ରେସ ମାତ୍ର ଗୋଟିଏ ପାଇଛି । ତେଣୁ ଦଳର ପରାଜୟର ନୈତିକ ଦାୟିତ୍ୱ ନିଜ ଉପରକୁ ନେଇ ରାହୁଲ ପଦ ଛାଡ଼ିବା ଲାଗି ଚାହିଁଥିଲେ । ଏଥିପାଇଁ ଗତ ଶନିବାର ଅନୁଷ୍ଠିତ ସିଡବ୍ଲ୍ୟୁସି ବୈଠକରେ ସେ ପ୍ରସ୍ତାବ ଦେଇଥିଲେ ମଧ୍ୟ ତାହା ଅଗ୍ରାହ୍ୟ ହୋଇଯାଇଥିଲା ।

ସମ୍ବନ୍ଧିତ ଖବର