ସିଇସିକୁ ୧୫ଟି ଲୋକସଭା ଆସନ ପାଇଁ ଚୂଡାନ୍ତ ପ୍ରାର୍ଥୀ ତାଲିକା ପଠାଇଲା କଂଗ୍ରେସ

ଭୁବନେଶ୍ୱର ୧୨/୩: ଆସିଲା ୧୫ଟି ଲୋକସଭା ଆସନ ପାଇଁ ତାଲିକା। ପ୍ରଥମ ସ୍କ୍ରିନିଂ କମିଟି ବୈଠକରେ ଅନେକ ଘମାଘୋଟ ପରେ ତାଲିକା ଚୂଡାନ୍ତ ହୋଇଛି। କେନ୍ଦ୍ରୀୟ ସ୍କ୍ରିନିଂ କମିଟି ବିଳମ୍ବିତ ରାତିରେ ଏହି ନାଁଗୁଡ଼ିକୁ କେନ୍ଦ୍ରୀୟ ନିର୍ବାଚନ କମିଟି(ସିଇସି) ପାଖକୁ ପଠାଇଛି । ରାହୁଲ ଗାନ୍ଧିଙ୍କ ଅନୁମୋଦନ ପରେ ଚୁଡାନ୍ତ ତାଲିକା ପ୍ରକାଶ ପାଇବ। କୋରାପୁଟ, କନ୍ଧମାଳ ଓ ସମ୍ବଲପୁରରେ ଅଙ୍କ ଛିଣ୍ଡି ପାରିନାହିଁ । ସେଠାରୁ ଦୁଇଜଣଙ୍କ ଲେଖାଏଁ ନାଁ ପଠାଯାଇଛି । ୧୫ଟି ଲୋକସଭା ସମେତ ୧୦୭ ଟି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଉପରେ ବି ଆଲୋଚନା ହୋଇଛି । ଆସନ୍ତା ୧୬ ତାରିଖରେ ସ୍କ୍ରିନିଂ କମିଟିର ଦ୍ବିତୀୟ ବୈଠକରେ ତାଲିକା ଚୂଡ଼ାନ୍ତ ହେବ ।
ସିଇସିକୁ ଯାଇଥିବା ୧୫ ଲୋକସଭା ଆସନର ପ୍ରାର୍ଥୀ ତାଲିକା…
କଳାହାଣ୍ଡି- ଭକ୍ତ ଦାସ
ନବରଙ୍ଗପୁର- ପ୍ରଦୀପ ମାଝୀ
କୋରାପୁଟ- ସପ୍ତଗିରି ଉଲାକା/ମେରୀ ସୋରେନ୍
ବ୍ରହ୍ମପୁର- ଚନ୍ଦ୍ରଶେଖର ନାଇଡୁ
ଭଦ୍ରକ- ଅନନ୍ତ ସେଠୀ
କନ୍ଧମାଳ- ମନୋଜ ଆଚାର୍ଯ୍ୟ/ ଚନ୍ଦ୍ରଶେଖର ପରିଡ଼ା
ସୁନ୍ଦରଗଡ଼- ଜର୍ଜ ତିର୍କୀ
କଟକ- ପଞ୍ଚାନନ କାନୁନଗୋ
ସମ୍ବଲପୁର- ଶରତ ପଟ୍ଟନାୟକ/ଅମର ପ୍ରଧାନ
ବଲାଙ୍ଗୀର- ସମରେନ୍ଦ୍ର ମିଶ୍ର
ପୁରୀ- ସୁଚରିତା ମହାନ୍ତି
ଢ଼େଙ୍କାନାଳ- କେ.ପି. ସିଂହଦେଓ /ରାମଚନ୍ଦ୍ର ଖୁଣ୍ଟିଆ
କେନ୍ଦୁଝର- ସନାତନ ମହାକୁଡ଼
ଭୁବନେଶ୍ବର- ସିପିଏମ୍(ମେଣ୍ଟ)
ଆସ୍କା- ସିପିଆଇ(ମେଣ୍ଟ)