PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ନ୍ୟୁଜ ଚ୍ୟାନେଲର ଲାଇଭ ଡିବେଟରେ ବିଜେପି ମୁଖପାତ୍ରଙ୍କ ଉପରକୁ ପାଣି ଗ୍ଲାସ ଫୋପାଡିଲେ କଂଗ୍ରେସ ମୁଖପାତ୍ର, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୭।୪: ଲୋକସଭା ନିର୍ବାଚନ ପାଖରେ ଆସିଥିବା ବେଳେ ରାଜନୈତିକ ଦଳ ଗୁଡିକ ପରସ୍ପର ଉପରକୁ ଆରୋପ ପ୍ରତ୍ୟାରୋପ କରିବାରେ ଲାଗିପଡିଛନ୍ତି। ଏବେ ବିତର୍କକୁ ଠାରୁ ଉର୍ଦ୍ଧ୍ବରେ ଯାଇ ନେତାମାନେ ପରସ୍ପର ଉପରକୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଏକ ନ୍ୟୁଜ ଚାନେଲର ସିଧାପ୍ରସାରଣ କାର୍ଯ୍ୟକ୍ରମରେ। ଟିଭିରେ ଚାଲିଥିବା ଲାଇଭ ଡିବେଟ୍ କାର୍ଯ୍ୟକ୍ରମରେ କଂଗ୍ରେସ ମୁଖପାତ୍ର ଆଲୋକ ଶର୍ମା ବିଜେପିର ମୁଖପାତ୍ର କେକେ ଶର୍ମାଙ୍କ ଉପରକୁ ପାଣି ଗ୍ଲାସ ଫୋପାଡି ଦେଇଥିଲେ। ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ​ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି ଯେ, ବିଜେପି ମୁଖପାତ୍ର ବାରମ୍ବାର କଂଗ୍ରେସ ମୁଖପାତ୍ର ଆଲୋକ ଶର୍ମାଙ୍କୁ ଦେଶଦ୍ରୋହୀ କରିବା କାରଣରୁ ସେ ରାଗିଯାଇ ତାଙ୍କ ଉପରେ ପାରି ଭର୍ତ୍ତିଥିବା ଏକ ପାଣିଗ୍ଲାସକୁ ଫୋପାଡି ଦେଇଥିଲେ। ପାଣି ଗ୍ଳାସ ଟିଭି ଆଙ୍କରଙ୍କ ଉପରେ ପଡିବା କାରଣରୁ ତାଙ୍କ ଜ୍ୟାକେଟ୍ ସମ୍ପୂର୍ଣ୍ଣ ଓଦା ହୋଇଯାଇଥିଲା। କାର୍ଯ୍ୟକ୍ରମକୁ ଜାରି ରଖିବା ପାଇଁ ଆଙ୍କର ଜଣକୁ ତାଙ୍କ ଡ୍ରେସ୍ ବଦଳାଇବାକୁ ପଡିଥିଲା।

ଷ୍ଟୁଡିଓରେ ଭାଙ୍ଗି ଯାଇଥିବା କାଚ ଗ୍ଲାସର ଟୁକୁଡା ଚାରିଆଡେ ପଡି ରହିଥିଲା। ତେବେ ଏହାଦ୍ବାରା କାହାକୁ କିଛି କ୍ଷତି ପହଁଞ୍ଚି ନାହିଁ। ଏହି ସମୟରେ ବିଜେପି ମୁଖପାତ୍ର କହିଥିଲେ ଆଲୋକ ଶର୍ମା ତାଙ୍କର ଏଭଳି କାର୍ଯ୍ୟକଳାପ ପାଇଁ କ୍ଷମା ମାଗିବା ଦରକାର। କିନ୍ତୁ ଆଲୋକ ଶର୍ମା ମଧ୍ୟ ଜିଦି କରିଥିଲେ ଯେ ତାଙ୍କୁ ଦେଶଦ୍ରୋହୀ କରିଥିବାରୁ ବିଜେପି ମୁଖପାତ୍ର ତାଙ୍କୁ କ୍ଷମା ମାଗିବା ଦରକାର।