ନୂଆଦିଲ୍ଲୀ,୨୮/୧୦: ବିହାର ପରେ ଏବେ ଦେଶର ଆଉ ୧୨ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟର ତାଲିକା ସଂଶୋଧନ ହେବ । ଆଜିଠାରୁ ହିଁ ଏହି ସ୍ୱତନ୍ତ୍ର ବ୍ୟାପକ ସଂଶୋଧନ ଆରମ୍ଭ ହୋଇଛି । ଫେବ୍ରୁଆରୀ ୭ରେ ଏହା ଶେଷ ହେବ । ରାଜସ୍ଥାନ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଗୁଜରାଟ, କେରଳ, ଛତିଶଗଡ଼, ପଶ୍ଚିମବଙ୍ଗ, ତାମିଲନାଡୁ, ଗୋଆ, ଆଣ୍ଡାମାନ ଏବଂ ନିକୋବର, ଲାକ୍ଷାଦ୍ୱୀପ ଓ ପୁଡୁଚେରି ରାଜ୍ୟରେ ଏସ୍ଆଇଆର ଆରମ୍ଭ ହୋଇଛି । ଏହାକୁ ନେଇ ନିର୍ବାଚନ କମିଶନକୁ ଟାର୍ଗେଟ କରିଛି କଂଗ୍ରେସ । ବିହାରରେ ଏସ୍ଆଇଆରକୁ ନେଇ ଉଠିଥିବା ପ୍ରଶ୍ନ ପ୍ରଥମେ ଉତ୍ତର ଦିଅନ୍ତୁ ନିର୍ବାଚନ କମିଶନ ବୋଲି କହିଛନ୍ତି କଂଗ୍ରେସ ନେତା ପବନ ଖେଡା ।
୧୨ ରାଜ୍ୟରେ ଭୋଟର ତାଲିକା ସଂଶୋଧନକୁ ନେଇ ନିର୍ବାଚନ କମିଶନଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ପବନ ଖେଡ଼ା କହିଛନ୍ତି, ଏବେ ପୁଣି ୧୨ ରାଜ୍ୟରେ ଏସ୍ଆଇଆର ଆରମ୍ଭ ହୋଇଛି । ଏବେ ଯାଏଁ ବିହାରରେ ହୋଇଥିଲା ଏସ୍ଆଇର ସହ ଜଡ଼ିତ ପ୍ରଶ୍ନର ଉତ୍ତର ମିଳିନାହିଁ । ପରିସ୍ଥିତି ଏପରି ହୋଇଥିଲା ଯେ SIR ସଂଶୋଧନ କରିବା ପାଇଁ ସୁପ୍ରିମକୋର୍ଟଙ୍କୁ ହସ୍ତକ୍ଷେପ କରିବାକୁ ପଡିଲା । ବିହାର ଏସ୍ଆଇର ମାଧ୍ୟମରେ ନିର୍ବାଚନ କମିଶନ ଏବଂ ବିଜେପିର ଉଦ୍ଦେଶ୍ୟ ସମଗ୍ର ଦେଶ ପାଖରେ ଅଛପା ନାହିଁ । ଯେତେବେଳେ SIR କରାଯାଏ, ନିର୍ବାଚନ କମିଶନର କର୍ମଚାରୀମାନେ ପ୍ରତ୍ୟେକ ଘରକୁ ଯାଆନ୍ତି, ନୂଆ ଭୋଟରଙ୍କୁ ଯୋଡନ୍ତି ଏବଂ ଯେଉଁମାନଙ୍କୁ ବାଦ ଦେବାକୁ ପଡ଼ିଥାଏ ସେମାନଙ୍କୁ ବାଦ୍ ଦିଅନ୍ତି । ଆଲାଣ୍ଡ ବିଧାନସଭା ନିର୍ବାଚନମଣ୍ଡଳୀରେ ରାହୁଲ ଗାନ୍ଧୀ ଭୋଟ୍ ଚୋରି ସମ୍ପର୍କରେ ପ୍ରକାଶ କରିଥିଲେ । ଭୋଟର ତାଲିକାରୁ ନାମ ବାଦ ଦେବା ପାଇଁ ଏକ କେନ୍ଦ୍ରୀୟ ଅଭିଯାନ ଚାଲିଥିବା କହିଛି ଏସଆଇଟି । ଏ ମାମଲା ଭିତରେ ନିର୍ବାଚନ କମିଶନ ପୁଣି ଏସ୍ଆଇଆର କରିବା ସନ୍ଦେହ ଘେରରେ ରହିଛି । ଉଦ୍ଦେଶ୍ୟ କିଛି ଠିକ ଲାଗୁ ନାହିଁ । ବିରୋଧୀ ଏବଂ ଭୋଟର ଉଭୟ ସନ୍ତୁଷ୍ଟ ନାହାନ୍ତି ।''
आज चुनाव आयोग ने 12 राज्यों में SIR की घोषणा की।
— Congress (@INCIndia) October 27, 2025
अभी तक बिहार में हुए SIR से जुड़े सवालों के जवाब हमें नहीं मिले हैं। हालात ये थे कि SIR को दुरुस्त करने के लिए सुप्रीम कोर्ट को आगे आना पड़ा।
बिहार के SIR से चुनाव आयोग और BJP की नीयत पूरे देश के सामने आ चुकी है।
जब भी SIR होता… pic.twitter.com/JeftAR9H6f
ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ସୋମବାର ସାମ୍ବାଦିକ ସମ୍ମିଳନୀରେ ଏସ୍ଆଇଆର ୨.୦ ବାବଦରେ ଘୋଷଣା କରିଥିଲେ । ସେ କହିଥିଲେ ଯେ, ଡିସେମ୍ବର ୯ରେ ଏହି ୧୨ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଚିଠା ସଂଶୋଧନ ଭୋଟର ତାଲିକା ଜାରି କରାଯିବ । ମୋଟ ୧୦୩ ଦିନର ପ୍ରକ୍ରିୟା ଚାଲିବ । ଅକ୍ଟୋବର ୨୮ରୁ ନଭେମ୍ବର ୩ ପର୍ଯ୍ୟନ୍ତ ଫର୍ମ ଛପା ଓ ତାଲିମ ଦିଆଯିବ । ନଭେମ୍ବର ୪ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଘରକୁ ଘର ବୁଲି ମତଦାତାଙ୍କର ସିଧାସଳଖ ଯାଞ୍ଚ ଓ ଗଣନା କରିହେ । ଡିସେମ୍ବର ୯ରେ ଚିଠା ଭୋଟର ତାଲିକା ଜାରି ହେବ । ଏହାପରେ ଡିସେମ୍ବର ୯ରୁ ୨୦୨୬ ଜାନୁଆରୀ ୮ ପର୍ଯ୍ୟନ୍ତ ଆପତ୍ତି ଓ ଦାବି ଉପସ୍ଥାପନ କରାଯିବ । ୨୦୨୬ ଫେବ୍ରୁଆରୀ ୭ରେ ଚୂଡ଼ାନ୍ତ ଭୋଟର ତାଲିକା ଜାରି କରାଯିବ । ଦ୍ୱିତୀୟ ପର୍ଯ୍ୟାୟରେ ୧୨ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସାମିଲ କରାଯାଇଛି । ଏସ୍ଆଇଆର୍ କାର୍ଯ୍ୟରେ ୫.୩୩ ଲକ୍ଷ ବିଏଲ୍ଓ ନିୟୋଜିତ ହୋଇଛନ୍ତି ।