PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ରାହୁଲ ଗାନ୍ଧିଙ୍କୁ ମନାଇବାରେ ଲାଗିଛି କଂଗ୍ରେସ, ଅଧ୍ୟକ୍ଷ ପଦରେ ନିର୍ବାଚନରେ ହୋଇପାରେ ବିଳମ୍ବ !

ନୂଆଦିଲ୍ଲୀ,୧୬।୮: କଂଗ୍ରେସର ନେତାମାନେ ରାହୁଲ ଗାନ୍ଧିଙ୍କୁ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢିବାକୁ ମନାଇବାରେ ବିଫଳ ହୋଇଛନ୍ତି। ଏହି କାରଣରୁ କଂଗ୍ରେସ ଅଧକ୍ଷ ପଦ ପାଇଁ ହେବାକୁ ଥିବା ନିର୍ବାଚନରେ ବିଳମ୍ବ ହୋଇପାରେ। ରାହୁଲ ଗାନ୍ଧି ବର୍ତ୍ତାମନା ନିର୍ବାଚନ ଲଡିବା ପାଇଁ କୌଣସି ସ୍ପଷ୍ଟ ସଙ୍କେତ ଦେଇ ନାହାନ୍ତି। ରାହୁଲଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ଜବାବ୍ ନମିଳିବା କାରଣରୁ କଂଗ୍ରେସ ପକ୍ଷରୁ କୌଣସି ବୈଠକ ଡକାଯାଇ ନାହିଁ, ଯେଉଁଥି​‌ରେ ନିର୍ବାଚନ ତାରିଖ ଘୋଷଣା କରାଯିବ। କଂଗ୍ରେସର ସେଣ୍ଟ୍ରାଲ ଇଲେକ୍ସନ ଅଥରିଟିର କହିବା ଅନୁସାରେ, ସେ ନିର୍ବାଚନର ପ୍ରସ୍ତୁତି ଶେଷ କରିଛି।

ମଧୁସୂଦନ ମିସ୍ତ୍ରୀଙ୍କ ନେତୃତ୍ୱରେ କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ କହିଛି ଯେ ସେମାନେ ଠିକ୍ ସମୟରେ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛନ୍ତି। ଦଳର ପୂର୍ବ ଘୋଷିତ କାର୍ଯ୍ୟକ୍ରମ ଅନୁଯାୟୀ, ଅଗଷ୍ଟ ୨୧ ରୁ କଂଗ୍ରେସ ସଭାପତି ଚୟନ ପ୍ରକ୍ରିୟା ଆରମ୍ଭ ହେବ ଏବଂ ସେପ୍ଟେମ୍ବର ୨୦ ପୂର୍ବରୁ ଏହା ନୂତନ ଅଧ୍ୟକ୍ଷ ଚୟନ କରାଯିବ। ଅଗଷ୍ଟ ୨୦ ସୁଦ୍ଧା ରାଜ୍ୟର ପାର୍ଟି ଅଧ୍ୟକ୍ଷ ନିର୍ବାଚନ ହେବାର ଥିଲା, କିନ୍ତୁ ଏବେ କୌଣସି ରାଜ୍ୟରେ ଏହି ପ୍ରକ୍ରିୟା ଶେଷ ହୋଇନାହିଁ। ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ନେବାକୁ ଦ୍ୱିଧା ପରେ କଂଗ୍ରେସ ରଣନୀତିଜ୍ଞମାନେ କହିଛନ୍ତି ଯେ ଅଶୋକ ଗେହଲୋଟ୍, ମଲ୍ଲିକାର୍ଜୁନ୍ ଖଡଗେ, ମୁକୁଲ ୱାସନିକ୍, କୁମାରୀ ସେଲଜା ଏବଂ କେ.ସି ବେଣୁଗୋପାଳଙ୍କ ଭଳି ନେତାଙ୍କୁ ନେଇ ଉପରେ ବିଚାର ହୋଇପାରେ।  ଯଦି ରାହୁଲ ଏଥିରେ ସହମତ ନୁହଁନ୍ତି ତେବେ ସୋନିଆ ଗାନ୍ଧୀ ୨୦୨୪ ପର୍ଯ୍ୟନ୍ତ ଦଳର ଅଧ୍ୟକ୍ଷା ପଦରେ ରହିବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର