PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ରାହୁଲଙ୍କ ଇସ୍ତଫାକୁ ପୂରିଗଲାଣି ୫୦ ଦିନ: ତଥାପି ଖାଲି ପଡିଛି ଅଧ୍ଯକ୍ଷ ପଦ, କର୍ଣ୍ଣାଟକ ବିବାଦ ତୁଟିବା ପରେ ନିଆଯିବ ନିଷ୍ପତ୍ତି

ନୁଆଦିଲ୍ଲୀ ୧୫/୭: ଲୋକସଭା ନିର୍ବାଚନରେ ପରାସ୍ତ ପରେ ରାହୁଲ ଗାନ୍ଧୀ ୨୫ ମେ ରେ କଂଗ୍ରେସ କାର୍ଯ୍ୟସମିତି ବୈଠକରେ ଇସ୍ତଫା ଦେଇଦେଇଥିଲେ । ଏହି ଘଟଣାକୁ ୫୦ ଦିନ ପୂରି ଗଲେ ମଧ୍ଯ ଏହି ମାମଲାରେ ସିଡବ୍ଲୁସିର ବୈଠକ ହୋଇନି ଏବଂ ଏହା ମଧ୍ଯ ନିର୍ଦ୍ଧାରଣ ହୋଇପାରିଲାନି ଯେ ନୂଆ ଅଧ୍ଯକ୍ଷ କିଏ ହେବ । ପାର୍ଟିର ବରିଷ୍ଠ ନେତା ଏନେଇ ୨ ଥର ଆଲୋଚନା କଲେ କିନ୍ତୁ ବୈଠକରେ କେବଳ କର୍ଣ୍ଣାଟକ ମୁଦ୍ଦା ଉପରେ ଚର୍ଚ୍ଚା ଚାଲିଲା ।

କଂଗ୍ରେସର ସମ୍ବିଧାନ ଅନୁସାରେ ଅଧ୍ଯକ୍ଷ ଚୟନ କରିବାର ଅଧିକାର କେବଳ ସିଡ୍ବୁଲସି ପାଖରେ ଅଛି । କିନ୍ତୁ ବରିଷ୍ଠ ନେତାଙ୍କୁ ଏହାର ଘୋଷଣା କରିବାକୁ ପଡିବ । କୁହାଯାଉଛି କର୍ଣ୍ଣାଟକ ମାମଲା ତୁଟିବା ପରେ ଅଧ୍ଯକ୍ଷ ପଦ ପାଇଁ ବୈଠକରେ ବିଚାର କରାଯିବ ।  କଂଗ୍ରେସ ମହାସଚିବ କେସି ବେଣୁଗୋପାଳ କର୍ଣ୍ଣାଟକ ମେଣ୍ଟ ସରକାରକୁ ବଞ୍ଚାଇବା ପାଇଁ ବେଙ୍ଗାଲୁରୁରେ ହିଁ ଡେରା ପକାଇଛନ୍ତି ।

କ୍ୟାପ୍ଟେନ୍ ଅମରିନ୍ଦରଙ୍କ ପରାମର୍ଶ
ବରିଷ୍ଠ ନେତାଙ୍କ ମଧ୍ଯରେ ଅଧ୍ଯକ୍ଷ ପଦ ପାଇଁ ସମ୍ଭାବିତ ନାମ ତାଲିକାକୁ ନେଇ ଚିନ୍ତା ଲାଗିରହିଛି । ବାର୍ ରୁମର ବୈଠକରେ ଏହି ମାମଲାକୁ ନେଇ ଆଲୋଚନା ଆରମ୍ଭ ହେଲା କିନ୍ତୁ କର୍ଣ୍ଣାଟକ ମାମଲାରେ ଶେଷ ହେଲା । ସିଡବ୍ଲୁସିର ଜଣେ ଅଧ୍ଯକ୍ଷ କହିଲେ ଯେ ରାହୁଲ ଏବେ ବିକଳ୍ପ ନୁହଁନ୍ତି । ବରିଷ୍ଠ ନେତାଙ୍କ ମଧ୍ଯରେ ପାର୍ଟିର ଯୁବ ଚେହେରା ଓ ସଙ୍ଗଠନାତ୍ମକ ଅନୁଭବ ରଖୁଥିବା ଚେହେରାକୁ ନେଇ ଦ୍ୱନ୍ଦ ରହିଛି । କ୍ୟାପ୍ଟେନ୍ ଅମରିନ୍ଦର ସିଂ ପରାମର୍ଶ ଦେଇଥିଲେ ଯେ ଯୁବ ଚେହେରାକୁ ଅଧ୍ୟକ୍ଷ କରିବା ଉଚିତ୍ ।

ଲୋକସଭା ନିର୍ବାଚନ ଫଳାଫଳ ଆସିବା ପରେ ରାହୁଲ ସିଡ୍ବୁଲସିର ବୈଠକରେ ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ସେ କହିଥିଲେ ଯେ ସେ ନିଜ ନିଷ୍ପତ୍ତି ବଦଳାଇବେ ନାହିଁ । ଏହା ପରେ ସେ ଏକ ଚିଠି ଲେଖି ତାଙ୍କ ଇସ୍ତଫାକୁ ଗୁରୁତର ସହ ନେବା କଥା କହିଥିଲେ । ସେ କହିଥିଲେ ଯେ ଏଥର ଜଣେ ନୂଆ ଅଧ୍ଯକ୍ଷ ଚୟନ କରାଯାଉ ଯାହାର ଗାନ୍ଧୀ ପରିବାର ସହିତ କୌଣସି ସମ୍ପର୍କ ନଥିବ ।

ସମ୍ବନ୍ଧିତ ଖବର