ପ୍ରମୂଖ ଖବର
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ବାହୁଡ଼ା ଯାତ୍ରା ଡ୍ୟୁଟି ବେଳେ ଟଳି ପଡ଼ିଲେ କନେଷ୍ଟବଳ

Published By : Suraj Kumar | July 5, 2025 9:42 PM

ରାୟଗଡ଼ା,୫।୭ (ଆପ୍ର)- ଶ୍ରଦ୍ଧା ଶ୍ରୀକ୍ଷେତ୍ରରେ ବାହୁଡ଼ା ଯାତ୍ରା ଡ୍ୟୁଟି କରୁଥିବା ବେଳେ ଜୀବନ ହାରିଲେ କନେଷ୍ଟବଳ। ସେ ହେଲେ ତାରିଣୀ ଚରଣ ଗମାଙ୍ଗ(୫୦)। ତହସିଲ ଛକ ସ୍ଥିତ ଜାତୀୟ ରାଜପଥ କଡ଼ରେ ଡ୍ୟୁଟି କରୁଥିବା  ବେଳେ ଏଭଳି ଘଟଣା ଘଟିଛି।

ତହସିଲ ଛକ ଜାତୀୟ ରାଜପଥ କଡ଼ରେ ଡ୍ୟୁଟିରେ ତାରିଣୀ  ନିୟୋଜିତ ଥିଲେ । ସନ୍ଧ୍ୟା ସମୟରେ ହଠାତ୍ ଅସୁସ୍ଥତା ଅନୁଭବ କରି ତଳେ ପଡ଼ିଯାଇଥିଲେ । ତେବେ ସେଠାରେ ଉପସ୍ଥିତ ପୁଲିସ କର୍ମୀ ତାଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

ତାରିଣୀଙ୍କ ନିଜ ଘର ପଦ୍ମପୁର ଥାନା ଅର୍ନ୍ତଗତ ଲକ୍ଷ୍ମଣଗୁଡ଼ା ଗ୍ରାମରେ  । ୧୯୯୭ ମସିହାରେ ପୁଲିସ କନେଷ୍ଟବଳ ଚାକିରୀ ପାଇ ବର୍ତ୍ତମାନ ଦୋରାଗୁଡ଼ା ଥାନାରେ କାର୍ଯ୍ୟରତ ଥିଲେ । ବାହୁଡା ଯାତ୍ରା ଡ୍ୟୁଟି ପାଇଁ ରାୟଗଡ଼ା ଆସିଥିଲେ। ରାୟଗଡ଼ା ମେଡ଼ିକାଲରେ ଏସଡିପିଓ ଗୌରହରି ସାହୁ, ପୁଲିସ ଆରଆଇ କବିବର ଦେହୁରୀ, ରାୟଗଡ଼ା ଥାନା ଆଇଆଇସି ପ୍ରସନ୍ନ କୁମାର ବେହେରା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.