PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ଭାରସାମ୍ୟ ହରାଇ ବାଇକରୁ ରାସ୍ତାକଡକୁ ଖସିପଡି କନେଷ୍ଟବଳ ମୃତ

ଲମତାପୁଟ, ୧୮।୮ ମଟର ସାଇକେଲ ଦୁର୍ଘଟଣାରେ ଜଲାପୁଟ ଫାଣ୍ଡି କନେଷ୍ଟବଳ ଙ୍କ ମୃତ୍ୟୁ  ଘଟିଛି ।  ମୃତ କନେଷ୍ଟବଳ ଜଣକ ହେଲେ  ଧନପତି ଅଙ୍ଗେଲ।

 ଜଲାପୁଟ ରୁ କୋରାପୁଟ ଅଭିମୁଖେ ଧନପତି ବାଇକରେ ଯାଉଥିଲେ। ଏହି ସମୟରେ ମୋଟର ସାଇକେଲରୁ   ଭାରସାମ୍ୟ ହରାଇ ବିଲାପୁଟ ଗ୍ରାମ ନିକଟ ମୁଖ୍ୟ ରାସ୍ତାରୁ ଖସି ପଡ଼ିଥିଲେ । ଘଟଣା ସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ଘଟଣାସ୍ଥଳରେ ମାଛକୁଣ୍ଡ ପୋଲିସ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି।ଏହା ଦୁର୍ଘଟଣା ନା ଅନ୍ୟ କିଛି ଅଘଟଣ ଘଟିଛି ଏହାକୁ ନେଇ ପୋଲିସ ତଦନ୍ତ କରୁଛି।