ବିଦ୍ୟୁତ ବିଭ୍ରାଟକୁ ନେଇ ଅସନ୍ତୋଷ, ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ କଲେ ଉପଭୋକ୍ତା

କାଶୀପୁର ୨୫।୫ ; ଗତକିଛି ଦିନ ହେଲା କାଶୀପୁର ବ୍ଲକ ଟିକିରି ଅଞ୍ଚଳରେ ବାରମ୍ବାର ବିଦ୍ୟୁତ ବିଭ୍ରାଟ ଦେଖା ଦେଉ ଥିବାରୁ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଆଜି ଗ୍ରାମର କେତେ ଜଣ ଉପଭୋକ୍ତା ଟିକିରି ସ୍ଥିତ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଘେରାଉ କରି ବିଦ୍ୟୁତ ସମସ୍ୟାର ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଅଧିକାରୀ ଙ୍କଠାରେ ଦାବି କରିଥିଲେ ।
କିନ୍ତୁ କାଳ ବୈଶାଖୀ ପ୍ରଭାଵରେ ବିଦ୍ୟୁତ ତାର ଉପରେ ଗଛ ଡାଳ ମାନ ଭାଙ୍ଗି ପଡ଼ୁ ଥିବାରୁ ସମସ୍ୟା ଦେଖା ଦେଇଛି । ତୁରନ୍ତ ଏହାର ପ୍ରତିକାର ବ୍ୟବସ୍ଥା କରାଯିବ ବୋଲି ବିଭାଗୀୟ ଯନ୍ତ୍ରୀ ନିର୍ମଳ ଚନ୍ଦ୍ର ଦେହୁରୀ ପ୍ରତିଶ୍ରୁତି ଦେଇଥିଲେ। ଗୌରାଙ୍ଗ ସାହୁ, ମୁନା ବେହେରା,ପ୍ରଫୁଲ୍ଲ ସାହୁ, ପ୍ରମୋଦ ଖଣ୍ଡୁଆଳ, ଇନ୍ଦ୍ରଜିତ ସାହୁ, ପ୍ରସନ୍ନ ବିଶୋଇ, ମହେନ୍ଦ୍ର ସ୍ୱାଇଁ ସହିତ ଅନ୍ୟମାନେ ଉପସ୍ଥିତ ରହି ଆଲୋଚନା କରିଥିଲେ ।