ପ୍ରମୂଖ ଖବର
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ବାରଣାସୀରେ ସାଇ ପ୍ରତିମାକୁ ନେଇ ବିବାଦ , କାଶୀର ୧୪ଟି ମନ୍ଦିରରୁ ମୂର୍ତ୍ତୀ ହଟାଇଲେ ବ୍ରାହ୍ମଣ ସଭା

Published By : Prameya | October 1, 2024 4:05 PM

ବାରଣାସୀ : ବାରଣାସୀରେ ସାଇ ବାବାଙ୍କୁ ନେଇ ବିବାଦ ଘନେଇବାରେ ଲାଗିଛି। କେନ୍ଦ୍ରୀୟ ବ୍ରାହ୍ମଣ ସଭାର ବିରୋଧ ପରେ କାଶୀର ମନ୍ଦିର ଗୁଡ଼ିକରୁ ସାଇ ବାବାଙ୍କ ପ୍ରତିମା ଗୁଡି଼କୁ ହଟାଇ ଦିଆ ଯାଉଛି। ଏବେସୁଦ୍ଧା କାଶୀର ୧୪ଟି ମନ୍ଦିରରୁ ସାଇ ମୂର୍ତ୍ତୀକୁ ହଟେଇ ନିଆଯାଇଛି। ସେପଟେ କିଛି ଲୋକ ବ୍ରାହ୍ମଣ ସଭାର ଏହି ନିଷ୍ପତ୍ତିର ବିରୋଧ ମଧ୍ୟ କରୁଛନ୍ତି ଏବଂ କାଶୀର ମନ୍ଦିର ଗୁଡ଼ିକରୁ ପ୍ରତିମା ହଟା ଯିବାକୁ ନେଇ ଉତ୍ତେଜନାର ବାତାବରଣ ସୃଷ୍ଟି ହୋଇଛି।

ଉଲ୍ଲେଖନୀୟ ଯେ, ସାଇ ବାବାଙ୍କ ପୂଜାକୁ ସେମାନେ ପ୍ରେତ ପୂଜା ଦର୍ଶାଇ ଏହାକୁ ସନାତନ ବିରୋଧି ବୋଲି କହୁଛନ୍ତି। ଏଥିପାଇଁ ବାରଣାସୀରେ ବ୍ରାହ୍ମଣ ସଭାର ଲୋକ ମୂର୍ତ୍ତୀ ଗୁଡ଼ିକୁ ହଟେଇ ଦେଇଛନ୍ତି।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.