PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ

ମନମୁଣ୍ଡା – ମନମୁଣ୍ଡା ଏବଂ ବିଳାଶପୁରେ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମନମୁଣ୍ଡା ଆରଏମସି ସଭାଗୃହରେ ଆଜି ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମନମୁଣ୍ଡା ସେବା ସମବାୟ ସମିତି ଲିଃ ର ସଭାପତି ଗିରିଜାନନ୍ଦନ ଦାନି ସଭାପତିତ୍ୱ କରିଥିଲା ବେଳେ ମୁଖ୍ୟ ଅତିଥି ଭାବେ ମନମୁଣ୍ଡା ସରପଞ୍ଚ ସୁଶ୍ରୀ ରଂଜୁ ବେହେରା, ମୁଖ୍ୟବକ୍ତା ଭାବେ ମନମୁଣ୍ଡା ବିସିସିବି ଶାଖା ପରିଚାଳକ ରବିନାରାୟଣ ଦଲାଲ ଯୋଗ ଦେଇଥିଲେ।

ଏସସିଏସ ସମ୍ପାଦକ ପ୍ରଦୋଷ କୁମାର ଦନ୍ତା ସଭା ପରିଚାଳନା କରିଥିଲେ। ଡିଇଓ ମାନସ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ବିଳାଶପୁରରେ ଏସସିଏସ ସଭାପତି ପ୍ରବାସ ଚନ୍ଦ୍ର କ୍ଷେତୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମପ୍ରକାର କାର୍ଯ୍ୟକ୍ରମରେ ମନମୁଣ୍ଡା ବିସିସିବି ଶାଖା ପରିଚାଳକ ରବିନାରାୟଣ ଦଲାଲ ମୁଖ୍ୟ ଅତିଥି ଏବଂ ଚାଷୀ ସୁବେଦାର ଲଳିତ କୁମାର ସାହୁ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ।

ଉଭୟ କାର୍ଯ୍ୟକ୍ରମରେ ଅତିଥି ଗଣ ଚାଷ ଓ ଚାଷୀ ଙ୍କ ପାଇଁ ଆସୁଥିବା ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ପ୍ରଦାନ ବ୍ୟବସ୍ଥା ହୋଇଥିବା ଚାଷୀମାନଙ୍କୁ କୁହାଯାଇ ଥିଲା। ଏସଏଚଜି ମହିଳାମାନେ , ଜମିହୀନ ଲୋକ ବଳରାମ ଯୋଜନାରେ କିପରି ଋଣ ପାଇବେ ସେ ଉପରେ ଅତିଥିମାନେ କହିଥିଲେ। ସେହିପରି ବ୍ୟାଙ୍କିଙ୍ଗ ସେବା ଏବଂ ଋଣ ପାଇଁ କଣ କଣ କରିବାକୁ ହେବ ବିସ୍ତୃତ ଭାବେ ଚାଷୀମାନଙ୍କୁ କୁହାଯାଇଥିଲା। ଅତିଥିମାନେ ଅନେକ ସଚେତନ ଚାଷୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ ।