ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜଧାନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ସ୍କୁଟିକୁ ପିଟିଲା କାର୍, ୨ ଗୁରୁତର
  • ||
  • ମୋହନା: ଘାଟିରେ ଓଲଟିଲା ମିନି ବସ୍, ୨୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଶ୍ୱକପ୍‌ ମହାକୁମ୍ଭକୁ ଆଉ ୩ ଦିନର ଅପେକ୍ଷା: ୧୦ ଦଳ, ୧୦ ଭେନ୍ୟୁ, ୪୮ ମ୍ୟାଚ୍‌ରେ ହେବ ମୁକାବିଲା
  • ||
  • ରାଉରକେଲା: ଝଗଡ଼ା ସମାଧାନ କରିବାକୁ ଯାଇଥିଲେ..ଠେଲାପେଲା ବେଳେ ତଳେ ପଡ଼ି ମହିଳା ଏଏସ୍‌ଆଇ ମୃତ
  • ||
  • ଭୁବନେଶ୍ୱର: ରାଜଧାନୀରେ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲା: କିଲର୍‌ ଚାଳକର ପତ୍ତା ପାଉନି ପୁଲିସ, ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ
  • ||
  • ପୁରୀ: ଶ୍ରୀମନ୍ଦିରରେ ପୁଣି ବୁଲିଲା କ୍ୟାମେରା: ଭୋଗ ଆଟିକା ନିକଟରୁ ବନ୍ଧାହେଲା ଅଭିଯୁକ୍ତ, ସ୍ପାଏ ପେନ୍‌ କ୍ୟାମେରା ଜବତ
  • ||
  • ମାଦ୍ରିଦ: ସ୍ପେନ ନାଇଟ୍‌ କ୍ଲବରେ ଭୀଷଣ ଅଗ୍ନିକାଣ୍ଡରେ ଭୁଶୁଡିଲା ଛାତ: ୧୩ ମୃତ, ୪ ଆହତ
  • ||
  • ଭୁବନେଶ୍ୱର: ୟୁନିଟ୍‌-୧ ହାଟରେ ତାଲା, ୩ ଦିନି ସାଢେ ୭ କୋଟି ଘାଟା: ମଙ୍ଗଳବାର ବିଏମ୍‌ସି ସହ ହାଟ କମିଟିର ଆଲୋଚନା
  • ||
  • ଭୁବନେଶ୍ୱର: ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା, ରାଜଧାନୀର ବଡ଼ଗଡ଼ରୁ ଶୁଭାରମ୍ଭ କରିବେ ନବୀନ
  • ||
  • ବିଶ୍ୱ ପାଇଁ ଆଶ୍ୱସ୍ତି: ସଟ୍‌ଡାଉନ୍‌ରୁ ବର୍ତ୍ତିଗଲା ଆମେରିକା, ଶେଷ ମୁହୂର୍ତ୍ତରେ ଫଣ୍ଡିଂ ବିଲ୍‌ ମଞ୍ଜୁର
  • ||
  • ଭୁବନେଶ୍ୱର; ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

ରାତି ପାହିଲେ ନିଟ୍‌ ପରୀକ୍ଷା: ପଜିଟିଭ ଛାତ୍ରଛାତ୍ରୀ ଦେଇ ପାରିବେନି ପରୀକ୍ଷା

ନୂଆଦିଲ୍ଲୀ, ୧୨/ ୦୯: ରବିବାର ଅନୁଷ୍ଠିତ ହେବ ନିଟ୍‌ ପରୀକ୍ଷା। କରୋନା କଟକଣା ଭିତରେ ହେବ ନିଟ୍‌ ପରୀକ୍ଷର। ଏଥିପାଇଁ ଛାତ୍ରଛାତ୍ରୀଙ୍କ ପାଇଁ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା। ପରୀକ୍ଷାର ଦିନକୁ ପୂର୍ବରୁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ନୂଆ ଏସ୍‌ଓପି ଜାରି ହୋଇଛି। ନୂଆ ଏସ୍‌ଓପି ମୁତାବିକ ଆସନ୍ତାକାଲି ପରୀକ୍ଷା ଦେଇ ପାରିବେନି କରୋନା ପଜିଟିଭ ପରୀକ୍ଷାର୍ଥୀ। ସେମାନେ ଅନ୍ୟ ଦିନରେ ଦେବେ ପରୀକ୍ଷା। ଏନେଇ ଆସନ୍ତାକାଲି ପରୀକ୍ଷା ପରେ ପରୀକ୍ଷାରୁ ବଞ୍ଚିତ ହୋଇଥିବା ପଜିଟିଭ ପରୀକ୍ଷାର୍ଥୀଙ୍କ ପାଇଁ ନିଷ୍ପତ୍ତ ନିଆଯିବ ବୋଲି ସୂଚନା ରହିଛି।

ଓଡ଼ିଶାର ୭ଟି ସହରର ମୋଟ ୮୩ଟି ପରୀକ୍ଷା କେନ୍ଦ୍ରରେ ୩୬ ହଜାର ୪୫୯ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପରୀକ୍ଷାର୍ଥୀ ତଥା ସେମାନଙ୍କ ଅଭିଭାବକଙ୍କ ପାଇଁ ଯାତାୟତ ଠାରୁ ଆରମ୍ଭ କରି ରହିବା ଖାଇବାର ବ୍ୟବସ୍ଥା କରିଛନ୍ତି। ବିଶେଷ କରି ଭୁବନେଶ୍ବରରେ ଅଧିକ ପରୀକ୍ଷା ସେଣ୍ଟର ଥିବାରୁ ଭୁବନେଶ୍ବର ସର୍କିଟ ହାଉସରେ ବୈଠକ କରି ଶେଷ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ। ପରୀକ୍ଷାର୍ଥୀଙ୍କ ଯାତାୟତ ଠାରୁ ଆରମ୍ଭ କରି ରହିବା ଏବଂ ଖାଇବା ବ୍ୟବସ୍ଥା କରାଯାଇଛି।

ସାମାଜିକ ଦୂରତା ରକ୍ଷା କରି ପ୍ରତି ରୁମରେ ୧୨ ଜଣ ପରୀକ୍ଷା ଦେବେ। ସମସ୍ତ ପରୀକ୍ଷାର୍ଥୀ ମାସ୍କ ପିନ୍ଧିବା ବାଧ୍ୟତାମୂଳତ। ସେହିପରି ଯେଉଁମାନଙ୍କ ଠାରେ କୌଣସି ବି ଲକ୍ଷଣ ଥିବ ସେମାନେ ଆଇସୋଲେଟ ରୁମ୍‌ରେ ପରୀକ୍ଷା ଦେବେ ସେହି ରୁମରେ ନିୟୋଜିତ ଇନଭିଜିଲେଟର ପିପିଇ କିଟ୍‌ ପିନ୍ଧିବେ ବୋଲି ସୂଚନା ରହିଛି।

Copyright © 2022 - Summa Real Media Private Limited. All Rights Reserved.