ବେଜିଂ,୨୬।୨: ଚୀନ୍ ସେନା ଉପରେ ସଙ୍କଟର କଳା ବାଦଲ। ନିକଟରେ ସାମନାକୁ ଆସିଥିବା କିଛି ରିପୋର୍ଟରେ ଚକିତ କରିଦେବା ଭଳି ଘଟଣା ସାମନାକୁ ଆସିଛି। ଏହି ଦାବି ଅନୁସାରେ,ଚୀନ୍ ସେନାରେ ଚାଲିଥିବା ଦୁର୍ନୀତି ବିରୋଧି କାର୍ଯ୍ୟାନୁଷ୍ଠାନ ଦ୍ବାରା ତାଙ୍କର ସାମରିକ ନେତୃତ୍ବ ବ୍ୟବସ୍ଥାରେ ଫାଟ ସୃଷ୍ଟି ହୋଇଛି। ଏହା ଦ୍ବାରା ଦୃତ ଗତିରେ ଆଧୁନିକ ହେଉଥିବା ସାମରିକ ଶକ୍ତିର ପ୍ରସ୍ତୁତି ପ୍ରଭାବିତ ହୋଇପାରେ। ଏହି ଦାବି ଲଣ୍ଡନ ସ୍ଥିତ ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଫର ଷ୍ଟ୍ରାଟେଜିକ୍ ଷ୍ଟଡିଜ୍ (ଆଇଆଇଏସ୍ଏସ୍) ନିଜର ବାର୍ଷିକ ‘ମିଲିଟାରି ବାଲାନ୍ସ’ ରିପୋର୍ଟରେ ଦାବି କରିଛି। ରିପୋର୍ଟ ଅନୁସାରେ, ବ୍ୟାପକ ଯାଞ୍ଚର କାରଣରୁ ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲଏ)ର ବରିଷ୍ଠ ସ୍ତରରେ ଗମ୍ଭୀର ଅଭାବ ସୃଷ୍ଟି ହୋଇଛି ଓ ଏ ପର୍ଯ୍ୟନ୍ତ ଖାଲି ପଦ ଭରା ଯାଏ ନାହିଁ, ତେଣୁ ସଂଗଠନାତ୍ମକ ସ୍ତରରେ ସମସ୍ୟା ରହିବ।

ରିପୋର୍ଟ ଅନୁସାରେ, ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ କାର୍ଯ୍ୟାନୁଷ୍ଠାନ କାରଣରୁ ଏହି ଫାଟ ସେଣ୍ଟ୍ରାଲ ମିଲିଟାରୀ କମିଶନ୍,ଆଞ୍ଚଳିକ ଥିଏଟର କମାଣ୍ଡର,ହତିଆର କିଣାବିକା ଏଜେନ୍ସି ଓ ପ୍ରତିରକ୍ଷା ଏକାଡେମୀ ସଂସ୍ଥା ପର୍ଯ୍ୟନ୍ତ ବ୍ୟାପୀ ସାରିଛି ଓ ଏହି ପକ୍ରିୟା ଏବେ ବି ପୁରା ହୋଇନି। ଏହି ରିପୋର୍ଟ ଏଭଳି ସମୟରେ ଆସିଛି ଯେତେବେଳେ ଦୁଇ ବରିଷ୍ଠ ଜେନେରାଲ ମଧ୍ୟ ଅନୁଶାସନାତ୍ମକ ତଦନ୍ତ ପରିସରକୁ ଆସିଛନ୍ତି। ଏହାକୁ ବହୁ ଦଶକ ଧରି ଚୀନ୍‌ର ସବୁଠାରୁ ବଡ଼ ସାମରିକ କାର୍ଯ୍ୟାନୁଷ୍ଠାନ ବୋଲି କୁହାଯାଉଛି। ଏଭଳି ବହୁ ଦଶକ ଧରି ଚୀନ୍‌ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ରିପୋର୍ଟ ଅନୁସାରେ,ଏଭଳି କାର୍ଯ୍ୟାନୁଷ୍ଠାନର ନିକଟ ଭବିଷ୍ୟତରେ ପ୍ରଭାବ ପ୍ରାୟ ପାଖାପାଖି ରହିଛି। ତେବେ ଆଇଆଇଏସଏସ୍ ଏହା ମଧ୍ୟ କହିଛି ଯେ, ଏହି ପ୍ରଭାବ ଅସ୍ଥାୟୀ ହୋଇପାରେ ଓ ସାମରିକ ଆଧୁନିକୀକରଣର ପକ୍ରିୟା ଦୃତ ଗତିରେ ଜାରି ରହିବାର ସମ୍ଭାବନା ରହିଛି।

ଆଇଆଇଏସଏସ ଅନୁସାରେ, ଚୀନ୍ ପ୍ରତିରକ୍ଷା ଖର୍ଚ୍ଚ ଏସିଆର ଅନ୍ୟ ଦେଶ ତୁଳନାରେ ଦୃତ ଗତିରେ ବଢିବାରେ ଲାଗିଛି। କିନ୍ତୁ ଚ୍ୟାଲେଞ୍ଜ ଏବେ ବି ରହିଛି। ୨୦୨୫ ରେ ଏସିଆର ମୋଟ ପ୍ରତିରକ୍ଷା ଖର୍ଚ୍ଚର ଅଂଶିଦାରୀ ପ୍ରାୟ ୪୪ ପ୍ରତିଶତ ପର୍ଯ୍ୟନ୍ତ ପହଁଞ୍ଚି ଯାଇଛି। ରିପୋର୍ଟରେ ଏହି କଥାର ସଙ୍କେତ ଯେ, ଚୀନ୍ ନିଜର ସାମରିକ ଶକ୍ତିକୁ ବଢାଇବାର ରଣନୀତି ଜାରି ରଖିଛି। କିନ୍ତୁ କମାଣ ଢାଞ୍ଚାରେ ଆସିଥିବା ଅଭାବ ଏହାର ସଞ୍ଚାଳନ କ୍ଷମତାକୁ ପ୍ରଭାବିତ କରିପାରେ।