ଫିଫା ବିଶ୍ବକପ ୨୦୨୨: ରୋମାଞ୍ଚକର ମୁକାବିଲାରେ ଜାପାନକୁ ୦-୧ ଗୋଲରେ ହରାଇଲା କୋଷ୍ଟା ରିକା

କାତାର ୨୭/ ୧୧: ଫିଫା ବିଶ୍ବକପ ୨୦୨୨ରେ ରବିବାର ମୁହାଁମୁହିଁ ହୋଇଥିଲେ କୋଷ୍ଟା ରିକା ଏବଂ ଜାପାନ । ଗ୍ରୁପ୍-ଇ ର ଏହି ଦୁଇ ଦଳ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦିତା ଦେଖିବାକୁ ମିଳିଥିଲା । ରୋମାଞ୍ଚକର ମୁକାବିଲାରେ ଜାପାନକୁ ୦-୧ ଗୋଲରେ ପରାସ୍ତ କରିଛି କୋଷ୍ଟା ରିକା । ଏହା ସହିତ ଫିଫା ବିଶ୍ବକପ ୨୦୨୨ରେ ପ୍ରଥମ ବିଜୟ ହାସଲ କରିଛି କୋଷ୍ଟା ରିକା ।

କୋଷ୍ଟା ରିକା ପକ୍ଷରୁ କିସେର୍ ଫୁଲ୍ଲର ୮୧ ତମ ମିନିଟରେ ଏକ ମାତ୍ର ଗୋଲ ସ୍କୋର କରିବା ସହିତ ଆଜି ମ୍ୟାଚ୍ର ହିରୋ ସାଜିଛନ୍ତି । ଉଭୟ ଦଳ ଆରମ୍ଭରୁ ପ୍ରଭାବୀ ପ୍ରଦର୍ଶନ କରିଥିଲେ । ପ୍ରଥମ ବିଜୟ ସହିତ ଗ୍ରୁପ୍-ଇ ର ତୃତୀୟ ସ୍ଥାନରେ ରହିଛି କୋଷ୍ଟା ରିକା । ଅନ୍ୟପଟେ ପରାଜୟ ସତ୍ତ୍ବେ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି ଜାପାନ । ଶକ୍ତିଶାଳୀ ସ୍ପେନ୍ ଏକମାତ୍ର ମ୍ୟାଚ୍ ଖେଳି ୩ ପଏଣ୍ଟ ସହ ଗ୍ରୁପ୍-ଇ ଟେବୁଲ ଶୀର୍ଷରେ ରହିଥିଛି । ସେହିଭଳି ଜାପାନ ଗୋଟିଏ ବିଜୟ ସହ ଦ୍ବିତୀୟ, କୋଷ୍ଟା ରିକା ତୃତୀୟ ଏବଂ ଜର୍ମାନୀ ବିଜୟ ଖାତା ଖୋଲି ନପାରି ଶେଷରେ ରହିଛି ।
