PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ମେଲାଣି ନେବେ ମା’, ଟ୍ଵିନ୍ ସିଟିରେ ମୁତୟନ ହେବେ ୧୭ ପ୍ଲାଟୁନ ଫୋର୍ସ
  • ||
  • କୋଲକାତା : ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ୭ ମୃତ, ୪୦ ନିଖୋଜ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୪୯ ପଜିଟିଭ୍ ଚିହ୍ନଟ
  • ||

ବିଶ୍ୱର ସବୁଠାରୁ ମହଙ୍ଗା ଗଣେଷ ମୂର୍ତ୍ତି, ଯାହାର ମୂଲ୍ୟ କଳ୍ପନା କରିବା ମଧ୍ୟ ଅସମ୍ଭବ

ସୁରତ ୨୭/୧: ଡାଇମଣ୍ଡ କୋଟିଂ ଓ ପଲିସିଂ ପାଇଁ ପ୍ରସିଦ୍ଧ ହୀରାନଗରୀ ସୁରତରେ ଥିବା ବିଶ୍ୱର ସବୁଠାରୁ ଦାମୀ ଗଣପତିଙ୍କ ପ୍ରତିମା ସମ୍ପର୍କରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।  ଆପଣ ଅନେକ ପ୍ରକାର ଗଣେଷଙ୍କ ମୂର୍ତି ଦେଖିଥିବେ । ଏହି ପ୍ରତିମୂର୍ତ୍ତି ଗୁଡିକ ଅନେକ ଆକାରର ମଧ୍ୟ ହୋଇଥାଏ । କିନ୍ତୁ ଆମେ ଯେଉଁ ଗଣେଶଙ୍କ ମୂର୍ତ୍ତି କଥା ଆପଣଙ୍କୁ କହିବାକୁ ଯାଉଛୁ ସେହି ମୂର୍ତ୍ତିର ଦାମ୍ ୬୦୦ କୋଟି ଟଙ୍କା । ଗଜାନନଙ୍କ ଏହି ମୂର୍ତ୍ତି ହୀରା ବେପାରୀ କନୁଭାଇ ଆସୋଦରିଆଙ୍କ ପାଖରେ ଅଛି ।

ଆମେ ସମସ୍ତେ ଜାଣିଛନ୍ତି ଗୁଜୁରାତ ରାଜ୍ୟରେ ସ୍ଥିତ ସୁରତ ସହର ହୀରାନଗରୀ ନାମରେ ପ୍ରସିଦ୍ଧ । କୁହାଯାଉଛି ଏହି ମୂର୍ତ୍ତି ୧୮୨.୩ କ୍ୟାରେଟର ଅଟେ ଏବଂ ୩୬.୫ ଗ୍ରାମର ଅଟେ । ତେବେ ଖାସ୍ କଥା ହେଉଛି ଏହି ମୂର୍ତ୍ତି କିଣିବା ପାଇଁ ଏହି ପରିବାର ପାଖକୁ ୫୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଅଫର ମିଳିସାରିଛି । କିନ୍ତୁ ଏତେ ବଡ ଅଫରକୁ ମଧ୍ୟ ଏହି ପରିବାର ପ୍ରତ୍ୟାଖାନ କରିସାରିଛନ୍ତି ।

ଏହାର କାରଣ ହେଉଛି ଏହି ହୀରା କୋହିନୁରଠାରୁ ମଧ୍ୟ ମହଙ୍ଗା । ଆମେ ଆପଣଙ୍କୁ କହିରଖୁଛୁ କୋହିନୁର ୧୦୫ କ୍ୟାରେଟର ଅଟେ କିନ୍ତୁ ଗଣପତିଙ୍କ ଏହି ମୂର୍ତ୍ତି ୧୮୨ କ୍ୟାରେଟର ଅଟେ । ଆସୋଦରିଆଙ୍କ ପରିବାର ଅନୁସାରେ ୧୨ ବର୍ଷ ପୂର୍ବେ ବେଲିଜିୟମରୁ ଏକ ହୀରାର ପେଟି ଆସିଥିଲା ଯେଉଁଥିରେ ଏହି ମୂର୍ତ୍ତିଟି ଥିଲା । ପିତା ଗଣେଷଙ୍କ ମୂର୍ତ୍ତିକୁ ଠାକୁର ଘରେ ରଖିଦେଲେ । କନୁଭାଇ କୁହନ୍ତି ଗଣେଷଙ୍କ ଆକୃତିର ଏହି ହୀରା ବିଶ୍ୱର ସବୁଠାରୁ ଦୁର୍ମୁଲ୍ୟ ହୀରା ଯାହାର ମୂଲ୍ୟ ଆକଳନ କରିବା ସମ୍ବବ ନୁହେଁ । ଏହି ମୂର୍ତ୍ତିକୁ ଦେଖିବା ପାଇଁ ଦୂର-ଦୁରାନ୍ତରୁ ଲୋକେ ଆସି ତାଙ୍କ ଘରେ ପହଞ୍ଚିଥାନ୍ତି ।