PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଦ୍ବିତୀୟ ବିବାହକୁ ବିରୋଧ କରି ଯୁବକଙ୍କୁ କଠିନ ଦଣ୍ଡ ଦେଲେ ପ୍ରଥମପତ୍ନୀଙ୍କ ବାପଘର ଲୋକେ: ମାଡ ମାରିଲେ, ପରିସ୍ରା ପିଆଇଲେ ଆଉ ଜୋତାମାଳ ବି ପିନ୍ଧାଇଲେ…

ନୂଆଦିଲ୍ଲୀ : ରାଜସ୍ଥାନର ଜୟପୁରରେ ଏକ ନିର୍ଦ୍ଦୟ ମାମଲା ଏବେ ସାମ୍ନାକୁ ଆସିଛି । ଏଠାରେ ଏକ ଦମ୍ପତିଙ୍କୁ ଅବୈଧ ସମ୍ବନ୍ଧ ସନ୍ଦେହରେ ପ୍ରଥମେ ମାରପିଟ୍ ଏବଂ ପରେ ଜୋର ଜବରଦସ୍ତ ପରିସ୍ରା ପିଆଯାଇଛି । କେବଳ ଏତିକି ନୁହେଁ ତାଙ୍କୁ ଏକ ଜୋତାମାଳ ବି ପିନ୍ଧାଯାଇଥିଲା ।

ଜୟପୁରର ମାଧୋରାଜପୁରା ପୋଲିସ ଷ୍ଟେସନ ଅନ୍ତର୍ଗତ ଏକ ଗ୍ରାମରେ ଏଭଳି ଘଟଣା ଘଟିଛି । ଏଠାରେ ଅବୈଧ ସମ୍ପର୍କରେ ରହୁଥିବା ସନ୍ଦେହରେ ଏକ ଦମ୍ପତିଙ୍କ ସହ ଏହି ଘଟଣା ଘଟିଛି । ପଞ୍ଚାୟତର ନିଷ୍ପତ୍ତି ଅନୁଯାୟୀ ଏହି ଘଟଣା କରାଯାଇଛି । ଏହି ଦମ୍ପତିଙ୍କ ଉପରେ ୪୫ ହଜାର ଟଙ୍କା ଜୋରିମାନା ମଧ୍ୟ ଦିଆଯାଇଛି । ଏହି ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।

ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣା ଅଗଷ୍ଟ ୨୩, ୨୦୨୨ରେ ଘଟିଥିଲା, କିନ୍ତୁ ପ୍ରାୟ ତିନିମାସ ପରେ ଏହି ମାମଲା ସାମ୍ନାକୁ ଆସିଛି । ପୀଡିତ ୨୦୦୬ ରେ ବିବାହ କରିଥିଲେ ଏବଂ ୨୦୧୫ରେ ତାଙ୍କ ବିରୋଧରେ ଏକ ଯୌତୁକ ମାମଲା ରୁଜୁ ହୋଇଥିଲା । ଏହା ପରେ ବ୍ୟକ୍ତି ଦ୍ୱିତୀୟ ଥର ବିବାହ କରିଥିଲେ । ଦ୍ୱିତୀୟ ବିବାହରେ କ୍ରୋଧିତ ହୋଇ ପ୍ରଥମ ପତ୍ନୀଙ୍କ ଭାଇମାନେ ଅଗଷ୍ଟ ୨୨ ରେ ତାଙ୍କୁ ପ୍ୟୁଡି ବସ୍ତି ନିକଟକୁ ଡାକିଥିଲେ । ଏହା ପରେ ଶ୍ବଶୂର ଘର ଲୋକମାନେ ଏହି ଦମ୍ପତିଙ୍କୁ ମାଡ ମାରିଥିଲେ ଏବଂ  ଜୋର୍ ଜବରଦସ୍ତ ମାଧୋରାଜପୁରକୁ ନେଇଯାଇଥିଲେ । ସେଠାରେ ପଞ୍ଚାୟତ ବସିଥିଲା । ଏହା ପରେ ବିଚାରପତିଙ୍କ ସାମ୍ନାରେ ଏହି ଦଣ୍ଡ ଦିଆଯାଇଥିଲା ଏବଂ ଦମ୍ପତି ପରିସ୍ରା ପିଇବାକୁ ବାଧ୍ୟ ହୋଇଥିଲେ ।

ଏହା ପରେ ପୀଡିତା ଏକ ମାମଲା ଦାୟର କରିଥିଲେ ମଧ୍ୟ ମାମଲା ଆଗକୁ ବଢି ନଥିଲା । ତେବେ ଭିଡିଓ ଭାଇରାଲ ହେବା ପରେ ପୋଲିସ ପାଞ୍ଚ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।

ସମ୍ବନ୍ଧିତ ଖବର