ଜମିବାଡି ବିବାଦକୁ ନେଇ ମରଣାନ୍ତକ ଆକ୍ରମଣ, ଦମ୍ପତି ଗୁରୁତର

ସୋର, ୨।୭ ଜମିବାଡି ବିବାଦକୁ ନେଇ ମରଣାନ୍ତକ ଆକ୍ରମଣରେ ଦମ୍ପତି ଗୁରୁତର ହୋଇଛନ୍ତି। ବାଲେଶ୍ଵର ଜିଲ୍ଲା ସୋର ଥାନା ରାଧାବଲ୍ଳଭପୁର ଗ୍ରାମରେ ଏହି ଘଟଣା ଘଟିଛି। ଗୁରୁତର ଅବସ୍ଥାରେ ଦମ୍ପତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ବାଲେଶ୍ଵର ଜିଲ୍ଲା ସୋର ଥାନା ରାଧାବଲ୍ଳଭପୁର ଗ୍ରାମରେ ମନୋରଞ୍ଜନ ବେହେରା ଶନିବାର ସକାଳ ମିସ୍ତ୍ରୀ ଲଗାଇ ଛପର କାମ କରୁଥିଲେ। ଏହି ସମୟରେ ପଡୋଶୀ ସଂଘବଦ୍ଧ ଭାବରେ ଛପର କାମ କରୁଥିବା ମିସ୍ତ୍ରୀଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣ ହେବାରୁ ଛପର କାମ କରୁଥିବା ମିସ୍ତ୍ରୀ ଛତ୍ରଭଙ୍ଗ ଦେଇଥିଲେ । ଆକ୍ରମଣକାରୀଙ୍କ ହାବୁଡ଼ରେ ମନୋରଞ୍ଜନ ଓ ସ୍ତ୍ରୀ ପଡିଥିଲେ। କଟୁରୀରେ ସେମାନେ ଦମ୍ପତିଙ୍କୁ ହାଣିଥିଲେ । ଏଥିରେ ମନୋରଞ୍ଜନ ଓ ତାଙ୍କ ସ୍ତ୍ରୀ ଗୁରୁତର ହୋଇଥିଲେ। ଉଭୟଙ୍କୁ ଗ୍ରାମବାସୀ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ବାଲେଶ୍ଵର ମେଡ଼ିକାଲଙ୍କୁ ସ୍ଥାନାନ୍ତର କରାଯାଇଛି ।