ପ୍ରମୁଖ ଖବର
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଜଣେ ଏବେ ବି ନିଖୋଜ
  • ||
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

କାର-ବାଇକ ମୁହାଁମୁହିଁ ଧକ୍କା, ଦମ୍ପତି ମୃତ

ବରଗଡ,୨୩।୫ ବରପାଲି ଥାନା ଅନ୍ତର୍ଗତ ସରଣ୍ଡାପାଲି ଗ୍ରାମ ଗ୍ରୀଡ଼ ପାଖରେ  କାର ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦମ୍ପତିଙ୍କ ମୃତ୍ୟୁ ଘଟିଛି।  ମୃତ ଦମ୍ପତି ହେଲେ ଗଣେଶ ରାମ ସାହୁ ଓ ତାଙ୍କ ପତ୍ନୀ ସନ୍ତୋଷୀନି ସାହୁ ।

ବିଜେପୁର ନିକଟରେ ଥିବା କେଶେଇପାଲି ଗ୍ରାମର ଗଣେଶ ରାମ ସାହୁ ଓ ତାଙ୍କ ପତ୍ନୀ ସନ୍ତୋଷୀନି ସାହୁ ଏକ ବାଇକ୍ ( ନଂ ସିଜି୧୧ଏଡି୨୪୩୩) ରେ ପଥର୍ଲ। ଗ୍ରାମକୁ ଏକ ବାହା ଘରରେ ଯୋଗ ଦେବା ପାଇଁ ଯାଉଥିଲେ।  ସାମ୍ନା ପଟୁ ଆସୁଥିବା ଏକ କାର ( ନଂ  ସିଜି୦୪ଏନଟି୧୧୦୧) ସହ ମୁହାଁ ମୁହିଁ ଧକ୍କା ଦେବାରୁ ଘଟଣା ସ୍ଥଳରେ ହିଁ ଗଣେଶ ଙ୍କ ମୃତ୍ୟୁ ହୋଇଥିଲା। ପତ୍ନୀ  ସନ୍ତୋଷିନୀଙ୍କୁ  ଗୁରୁତର ଅବସ୍ଥାରେ ବରଗଡ଼ ର୍ ଏକ ଘରୋଇ ଡାକ୍ତରଖାନା କୁ ନେଉଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଗଣେଷଙ୍କ ମୃତଦେହ ପୋଲିସ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ବରପାଲି ପୋଲିସ କାର ଚାଳକ ରାହୁଲ ଗୋୟଲ ଙ୍କୁ ଅଟକ ରଖି  ତଦନ୍ତ  କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.