PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ୫ଟି ସଚିବଙ୍କ ପୁରୀ ଗସ୍ତ, ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି କଲେ ସମୀକ୍ଷା
  • ||
  • ଭୁବନେଶ୍ଵର : ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ୪୩ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି
  • ||
  • ଭୁବନେଶ୍ଵର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୂଳିଆକୁ ଗଡିବ ମେଟ୍ରୋ
  • ||
  • ଭୁବନେଶ୍ୱର : ଭୁବନେଶ୍ୱର-କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ
  • ||
  • ପୁରୀ : ପୁରୀରେ ପୁଣି ଆତଙ୍କରାଜ, ଦୋକାନ ବାହାରେ ଥୁଆ ହୋଇଥିବା ବାଇକ୍ ଜାଳିଦେଲେ ଦୁର୍ବୃତ୍ତ
  • ||
  • ବସ୍ତା : ସୁବର୍ଣ୍ଣରେଖା ନଦୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ବଲାଙ୍ଗୀର : ଜାଲ ସାର୍ଟିଫିକେଟ ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||

ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

source:http://301-joweb.newscyclecloud.com

ଉମରକୋଟ,୯ା୩(ଆପ୍ର): ଆତ୍ମହତ୍ୟା କରିଛନ୍ତି ପ୍ରେମୀଯୁଗଳ । ପ୍ରେମିକାଙ୍କ ଘରୁ ଉଦ୍ଧାର ହୋଇଛି ଉଭୟଙ୍କ ଝୁଲନ୍ତା ମୃତଦେହ । ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ିିନି । ପ୍ରେମକୁ ସାମାଜିକ ସ୍ୱୀକୃତି ନମିଳିବାର ଭୟ ହୁଏତ ସେମାନଙ୍କୁ ଏଭଳି ରାସ୍ତା ବାଛିବା ଲାଗି ବାଧ୍ୟ କଲା ବୋଲି ଚର୍ଚ୍ଚା ହେଉଛି । ଏଭଳି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍‌ ହୀରାପୁର ପଞ୍ଚାୟତର ନୂଆଗୁଡ଼ା ଗାଁରେ । ମୃତ ପ୍ରେମୀଯୁଗଳ ହେଲେ ସନପତ ଭତ୍ରା(୨୧) ଓ ଭଗବତୀ କଲାର(୧୯) । ଏହି ଖବର ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୁଲିସ୍‌ । ଘଟଣାର ତଦନ୍ତ ଜାରି ରହିଛି ।
ମୃତ ପ୍ରେମୀଯୁଗଳଙ୍କ ପରିବାର ଲୋକେ କହିଛନ୍ତି, ସେମାନେ ପରସ୍ପରକୁ ଏଭଳି ଭଲ ପାଆନ୍ତି ବୋଲି ଆଗରୁ କିଛି ହେଲେ ଜାଣି ନହାନ୍ତି । ସନପତ କିମ୍ବା ଭଗବତୀ କେହି ହେଲେ ସେମାନଙ୍କୁ ଏ ସମ୍ପର୍କରେ ଜଣାଇ ନଥିଲେ । ଶୁକ୍ରବାର ଭଗବତୀଙ୍କ ବାପା ତୁଳାରାମ କଲାର ପାଖ ଗାଁକୁ ଯାତ୍ରା ଦେଖିବାକୁ ଯାଇଥିଲେ । ଆଜି ସକାଳ ପ୍ରାୟ ୮ଟା ବେଳେ ଫେରିଥିଲେ ଘରକୁ । ସେତେବେଳେ ଭିତରପଟୁ ବନ୍ଦ ରହିଥିଲା କବାଟ । କବାଟ ବାଡ଼େଇ ଡାକିଥିଲେ ଝିଅକୁ । ହେଲେ କୌଣସି ଉତ୍ତର ମିଳିନଥିଲା । ବ୍ୟତିବ୍ୟସ୍ତ ହୋଇ ତୁଳାରାମ ପଡୋଶୀଙ୍କୁ ଡାକି ଘର କବାଟ ଭାଙ୍ଗିଥିଲେ । ଭିତରକୁ ପଶି ଦେଖିବା ବେଳକୁ ଭଗବତୀ ଏବଂ ସନପତଙ୍କ ଶବ ଘର ଦୁଲାମରୁ ଝୁଲୁଥିଲା । ଜଣେ ବେକରେ ଶାଢୀ ଦେଇ ଆତ୍ମହତ୍ୟା କରିଥିବା ବେଳେ ଅନ୍ୟଜଣେ ବେକରେ ଲଗାଇ ଦେଇଥିଲେ ଗାମୁଛା ।

ସଙ୍ଗେ ସଙ୍ଗେ ହୀରାପୁର ସରପଞ୍ଚ କାମସିଂ ମାଝୀଙ୍କ ସହାୟତାରେ ଖବର ଦିଆଯାଇଥିଲା ଉମରକୋଟ ପୁଲିସ୍‌କୁ । ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା । ଆଇଆଇସି ଉମେଶ ସାହୁ ସେଠାରେ ପହଞ୍ଚି ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ ଥିବା ତହସିଲଦାର ଧରମରାଜ ମାଝୀଙ୍କ ଉପସ୍ଥିତିରେ ପ୍ରେମୀଯୁଗଳଙ୍କ ଶବ ଉଦ୍ଧାର କରିଥିଲେ । ପରେ ଶବଗୁଡ଼ିିକୁ ବ୍ୟବଚ୍ଛେଦ ଲାଗି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା ।
ପୁଲିସ୍‌ର ପ୍ରାଥମିକ ତଦନ୍ତରୁ ଜଣାପଡିଛି, ଭଗବାତୀ ଥିଲେ ମାଆ ଛେଉଣ୍ଡ । ବଡ଼ଭଉଣୀ ବାହା ହୋଇ ଶାଶୂଘରକୁ ଯିବା ପରେ ଘରେ ରହୁଥିଲେ ତୁଳାରାମ ଓ ଭଗବତୀ । ଶୁକ୍ରବାର ତୁଳାରାମ ଯାତ୍ରା ଦେଖି ଯାଇଥିବା ବେଳେ ଘରେ ଏକାକି ଥିଲେ ଭଗବତୀ । ଏହାର ସୁଯୋଗ ନେଇ ଭଗବତୀଙ୍କ ଘରକୁ ସନପତ ଆସିଥିବା ପୁଲିସ ସନ୍ଦେହ କରୁଛି । ଦୁହେଁ ଭିନ୍ନ ଭିନ୍ନ ଜାତିର ଥିଲେ । ଭଗବତୀ ଉଚ୍ଚଜାତିର ଥିବା ବେଳେ ସନପତ ଥିଲେ ଆଦିବାସୀ ସଂପ୍ରଦାୟର । ସେମାନଙ୍କ ପ୍ରେମକୁ ହୁଏତ ସମାଜ ସ୍ୱୀକୃତି ଦେଇନପାରେ ଭାବି ଉଭୟ ଏଭଳି ନିଷ୍ପତ୍ତି ନେଇଥାଇପାରନ୍ତି ବୋଲି ସ୍ଥାନୀୟ ଲୋକେ ଏବଂ ପୁଲିସ୍‌ ସନ୍ଦେହ କରିଛନ୍ତି ।
ସୂଚନା ଥାଉକି, ୫ ଦିନ ତଳେ ଅନୁରୂପ ଘଟଣା ଘଟିଥିଲା ଡାବୁଗାଁ ଥାନା ଝରିଗାଁ ବ୍ଲକ୍‌ ଟାଙ୍ଗିଣୀ ଗାଁରେ । ପ୍ରେମକୁ ସାମାଜିକ ସ୍ୱୀକୃତି ନମିଳିପାରେ ଭୟରେ ଗଛରେ ଗୋଟିଏ ଲୁଗାରେ ଆତ୍ମହତ୍ୟା କରିଥିଲେ ଗାଁର ସୁନାଧର ଜାନୀ(୨୦) ଓ କୁମାରୀ ଜାନୀ(୨୨) । ଉଭୟ ଥିଲେ ଦୂର ସମ୍ପର୍କୀୟ ଭାଇଭଉଣୀ । କୁମାରୀ ଥିଲେ ସୁନାଧରଙ୍କଠାରୁ ବଡ଼ ।