ପୁଲଓ୍ବାମା ଆକ୍ରମଣର ତଦନ୍ତ କରିବେନି ସୁପ୍ରିମକୋର୍ଟ, କେନ୍ଦ୍ରକୁ ନୋଟିସ୍ ଜାରି

ନୂଆଦିଲ୍ଲୀ,୨୫।୨: ପୁଲଓ୍ବାମା ଓ ଉରି ଆକ୍ରମଣ ମାମଲାର ତଦନ୍ତ ଓ ଜମ୍ମୁ-କଶ୍ମୀରରେ ସୁରକ୍ଷାବଳ ଉପରେ ଆକ୍ରମଣ ମାମଲା ନେଇ କରାଯାଇଥିବା ଆଦେନକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଏହି ମାମଲା ଗୁଡିକର ତଦନ୍ତ ସୁପ୍ରିମକୋର୍ଟ କରିବାକୁ ଏହି ଆବେଦନରେ ଦାବି କରାଯାଇଥିଲା। ଜମ୍ମୁ-କଶ୍ମୀର ପୁଲଓ୍ବାମା ଓ ୨୦୧୬ରେ ଉରିରେ ହୋଇଥିବା ଆକ୍ରମଣରେ ପ୍ରଶାସନିକ ବିଫଳତାର ନ୍ୟାୟିକ ଯାଞ୍ଚ କରିବା ହୋଇଥିଲା। ଏହା ବ୍ୟତୀତ ଜମ୍ମୁ-କଶ୍ମୀରରେ ସୁରକ୍ଷାବଳ ଉପରେ କୌଣସି ପ୍ରକାର ଆକ୍ରମଣ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା । ସୁପ୍ରିମକୋର୍ଟ ଏହି ମାମଲାରେ କେନ୍ଦ୍ର ସରକାର, ପ୍ରତିରକ୍ଷା ମନ୍ତ୍ରଣାଳୟ, ଜମ୍ମୁ ଓ କଶ୍ମୀର ଏବଂ ରାଷ୍ଟ୍ରୀୟ ମାନବାଧିକାର କମିଶନଙ୍କ ନୋଟିସ୍ ଜାରି କରି ଜବାବ୍ ମାଗିଛନ୍ତି। ଏହି ଆବେଦନ କରିଥିଲେ ଆଇନଜୀବି ବିନିତ ଧାଣ୍ଡା।

ଦୁଇ ସେନା ଅଧିକାରୀଙ୍କ ଝିଅ ସୁରକ୍ଷାକର୍ମୀଙ୍କ ମାନବାଧିକାର ରକ୍ଷା ପାଇଁ କରାଯାଇଥିବା ନୀତି ଗଠନ କରିବାର ଦାବି କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ୧୯ ବର୍ଷୀୟ ପ୍ରୀତି କେଦାର ଗୋଖଲେ ଓ ୨୦ ବର୍ଷୀୟ କାଜଲ ମିଶ୍ର ଆକ୍ରମଣକାରୀ ଲୋକଙ୍କ ବିରୋଧରେ ସଶସ୍ତ୍ରବଳର ଯବାନଙ୍କ ଅଧିକାର ରକ୍ଷା ପାଇଁ ବ୍ୟାପକ ନୀତି ପ୍ରସ୍ତୁତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଦାବି କରିଥିଲେ। ଦୁଇ ଜଣ ଝିଅ କରିଥିବା ଏହି ଆବେଦନ ଉପରେ ସୁପ୍ରିମକୋର୍ଟ ଭାରତ ସରକାର, ପ୍ରତିରକ୍ଷା ମନ୍ତ୍ରଣାଳୟ, ଜମ୍ମୁ ଓ କଶ୍ମୀର ଏବଂ ରାଷ୍ଟ୍ରୀୟ ମାନବାଧିକାର କମିଶନଙ୍କୁ ପକ୍ଷଭୁକ୍ତ କରିଛନ୍ତି।

ଏଠାରେ ଉଲ୍ଳେଖନୀୟ ଯେ ପୁଲଓ୍ବାମା ମାମଲା ସୁପ୍ରିମକୋର୍ଟ ପହଁଞ୍ଚିଯାଇଛି। ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲାର ଆବେଦନ ଦାଖଲ କରାଯାଇଛି। ଆବେଦନରେ କୁହାଯାଇଛି ପୁଲଓ୍ବାମା ଓ ଉରି ଆକ୍ରମଣରେ ସୁପ୍ରିମକୋର୍ଟଙ୍କ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ବରେ ତଦନ୍ତ କମିଶନ୍ ଗଠନ କରିବାର ଦାବି କରାଯାଇଥିଲା। ତେବେ ସୁପ୍ରିମକୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ମନାକରିଦେଇଛନ୍ତି। ଆବେଦନରେ କୁହାଯାଇଥିଲା ସେନା, ଗୁଇନ୍ଦା ବିଭାଗ ଏବଂ ସ୍ଥାନୀୟ ପ୍ରଶାସନ ସାହାର୍ଯ୍ୟରେ ଉରି ଓ ପୁଲଓ୍ବାମା ଘଟଣା ପଛରେ ଓ ପାକିସ୍ତାନୀ ଆତଙ୍କବାଦୀଙ୍କ ସାହାର୍ଯ୍ୟ କରୁଥିବା ଭାରତୀୟ ନାଗରିକଙ୍କ ଭୂମିକାର ଯାଞ୍ଚ କରାଯାଉ। କେନ୍ଦ୍ର ସରକାର କୋର୍ଟରେ ହୁରିଅତ୍ କନଫ୍ରେନ୍ସର ନେତାଙ୍କ ବିରୋଧରେ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ବିସ୍ତୃତ ଭାବରେ ରିପୋର୍ଟ ପ୍ରସ୍ତୁତ କରନ୍ତୁ ଯେଉଁମାନେ ଦେଶ ବିରୋଧୀ ଗତିବିଧିରେ ସାମିଲ ରହିଛନ୍ତି। ହୁରିଅତ୍ କନଫ୍ରେନ୍ସ ଓ ତା’ର ନେତାଙ୍କ ସମ୍ପର୍କରେ ସବୁ ଖାତା ସିଜ୍ କରାଯାଉ।