ପ୍ରମୂଖ ଖବର
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

Yuzvendra Chahal: ଗୁରୁବାର ଚହଲଙ୍କ ଛାଡପତ୍ର ମାମଲାର ଚୂଡାନ୍ତ ଶୁଣାଣି କରିବେ କୋର୍ଟ; ଭରଣ ପୋଷଣ ବାବାଦକୁ ଦେବେ ୪.୭୫ କୋଟି ଟଙ୍କା

Published By : Bijay Swain | March 19, 2025 5:35 PM

Image courtesy: indiatoday

ନୂଆଦିଲ୍ଲୀ: ଆସନ୍ତା ଗୁରୁବାର ଭାରତୀୟ ବୋଲର ୟୁଜବେନ୍ଦ ଚହଲଙ୍କ ଛାଡପତ୍ର ମାମଲାର ଶୁଣାଣି କରିବେ କୋର୍ଟ। ଏନେଇ ବମ୍ବେ ହାଇକୋର୍ଟ ବାନ୍ଦ୍ରା ମାଜିଷ୍ଟ୍ରେଟ କୋର୍ଟକୁ ଆଦେଶ ପ୍ରଦାନ କରିଛନ୍ତି। ମାର୍ଚ୍ଚ ୨୦ ତାରିଖରେ ଜଷ୍ଟିସ୍ ମାଧବ ଜମଦାରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପିଠ ଫ୍ୟାମିଲି କୋର୍ଟରେ ଏହି ମାମଲାର ଶୁଣାଣି କରିବ ବୋଲି ଜଣାପଡିଛି। ଆଗକୁ ଆଇପିଏଲ ଭଳି ସିରିଜ ଆସିବାକୁ ଯାଉଥିବାରୁ ଏହି ମାମଲାର ବିଚାର ଫାଷ୍ଟଟ୍ରାକରେ କରାଯିବ ବୋଲି ଜଣାପଡିଛି। 

ଚଳିତ ବର୍ଷର ଆଇପିଏଲ ସିଜନରେ ଚହଲ ପଞ୍ଜାବ କିଙ୍ଗ ଏକାଦଶ ପାଇଁ ଖେଳୁଛନ୍ତି। ମାର୍ଚ୍ଚ ୨୨ ତାରିଖରେ ପଞ୍ଜାବ କିଙ୍ଗସ ହାଇଦ୍ରାବାଦଠାରେ ନିଜର ପ୍ରଥମ ମ୍ୟାଚ ଗୁଜୁରାଟ ଟାଇଟନ ବିପକ୍ଷରେ ଖେଳିବାକୁ ଯାଉଛି। ତେବେ ଚହଲ ମାର୍ଚ୍ଚ ମାସ ଦ୍ୱିତିୟ ସପ୍ତାହରୁ ନିଜ ଟିମ ସହ ଚଣ୍ଡିଗଡରେ ଅଭ୍ୟାଲ କରୁଥିବା ଜଣାପଡିଛି। ତେବେ ତାଙ୍କୁ ପୂର୍ବରୁ ଚାମ୍ପିୟନ ଟ୍ରଫି ଫାଇନାଲ ମ୍ୟାଚରେ ଦେଖିବାକୁ ମିଳିଥିଲା। ସେ ନିଜ ଦଳକୁ ସମର୍ଥନ କରିବାକୁ ଫାଇନାଲ ମ୍ୟାଚ ଦେଖିବାକୁ ଯାଇଥିଲେ। ତେବେ ତାଙ୍କୁ ଆରଜେ ମହଭାଶଙ୍କ ସହ ଏକାଠି ବସିଥିବା ଦେଖିବାକୁ ମିଳିଥିଲା।

ସୂଚନା ମୁତାବକ ଉଭୟ ଚହଲ ଓ ଧନଶ୍ରୀ ଗତ ଫେବୃଆରୀ ୫ ତାରିଖରେ ନିଜଆଡୁ ଫ୍ୟାମିଲି କୋର୍ଟରେ ଛାଡପତ୍ରପାଇଁ ଆବେଦନ କରିଥିଲେ। ତେବେ ଏହି ଛାଡପତ୍ରରେ ଉଭୟଙ୍କ ସହମତି ଥିବା ଜଣାପଡିଛି। ତେବେ ଫ୍ୟାମିଲି କୋର୍ଟ ଫେବୃଆରୀ ୨୦ ତାରିଖରେ ଶୁଣାଣି କରି ପ୍ରାରମ୍ଭିକ ପର୍ଯ୍ୟାୟରେ 6 ମାସପାଇଁ ଏନେଇ ଉଭୟଙ୍କୁ ଚିନ୍ତା କରିବାକୁ ଆଦେଶ ଦେଇଥିଲେ। ଆପଣଙ୍କୁ ଜଣାଇରଖୁ ଯେ ବିବାହ ପରେ ୨୦୨୨ ମସିହା ଜୁନ ମାସଠୁ ଉଭୟ ଚହଲ ଓ ଧନଶ୍ରୀ ସାଙ୍ଗରେ ରହୁଥିଲେ। ତେବେ ବିବାହର ୧୮ ମାସ ପରେ ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହେବାରୁ ସେମାନେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। 

ପରେ ଉଭୟ ଚହଲ ଓ ଧନଶ୍ରୀ ଫ୍ୟାମିଲି କୋର୍ଟର ରାୟ ବିରୁଦ୍ଧରେ ମୁମ୍ୱାଇ ହାଇକୋର୍ଟରେ ମିଳିତ ଭାବେ ଏକ ପିଟିସନ ଦାଏର କରିଥିଲେ। ତେବେ ହିନ୍ଦୁ ବିବାହ ଆଇନର ଧାରା ୧୩ଖ ଅନୁସାରେ ଛାଡପତ୍ର ନବା ପୂର୍ବରୁ ଉଭୟ ସ୍ୱାମିସ୍ତ୍ରୀଙ୍କୁ ୬ ମାସର ମହଲତ ଦିଆଯାଇଥାଏ। ଏହି ସମୟକାଳ ମଧ୍ୟରେ ଉଭୟ ପକ୍ଷ ମନ ମିଶାଇ ଆଗକୁ ଚଳିବାକୁ ନିଷ୍ପତ୍ତି ନେବାକୁ ସମୟ ଦିଆଯାଇଥାଏ। ତେବେ ଯେଉଁଠି ଏପରି ହେବାର ସମ୍ଭାବନା ଆଦୈ ନଥାଏ ସେଠାରେ ଏହି ନିୟମ ବିପରିତରେ ଯାଇ ଏ ଦିଗରେ ତ୍ୱରିତ ନିଷ୍ପତ୍ତି ଗ୍ରହଣ କରାଯାଇଥାଏ। 

ଉଭୟ ପକ୍ଷ ଅଢେଇ ବର୍ଷ ହେବ ସାଥିରେ ରହୁନଥିବାରୁ ଜଷ୍ଟିସ ଜମାଦାର ଏହି 6 ମାସର ମହଲତକୁ ରଦ୍ଧ କରି ଏହି ମାମଲାର ଶୁଣାଣି କରିବାକୁ ତାରିଖ ସ୍ଥିର କରିଛନ୍ତି। ଆଗରୁ ଏହି ମାମଲାର ଶୁଣାଣି କରି କୋର୍ଟ ଚହଲଙ୍କୁ ଧନଶ୍ରୀଙ୍କ ଭରଣପୋଷଣ ବାବଦକୁ ୪.୭୫ କୋଟି ଟଙ୍କା ପ୍ରଦାନ କରିବାକୁ ଆଦେଶ ଦେଇଥିଲେ। ପ୍ରଥମ ପର୍ଯ୍ୟାୟରେ ଚହଲ ଧନଶ୍ରୀଙ୍କୁ ୨.୩୭ କୋଟି ଟଙ୍କା ଦେଇଥିବା ଜଣାପଡିଛି। ତେବେ ଆସନ୍ତାକାଲିର ଶୁଣାଣିରେ ଏନେଇ ଚୂଡାନ୍ତ ନିଷ୍ପତ୍ତି ଆସିବ ବୋଲି ସୂଚନା ମିଳିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.