PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ,ଅଖିଳେଶ ଓ ଅପର୍ଣ୍ଣା ଯାଦବଙ୍କ ତୁରନ୍ତ ଦିଲ୍ଲୀ ଯାତ୍ରା
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩୧ ପଜିଟିଭ୍ ଚିହ୍ନଟ
  • ||
  • କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା
  • ||
  • କେନ୍ଦୁଝର : ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ, ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା
  • ||
  • କୋରାପୁଟ : ବିଜୁଳି ଘଡ଼ଘଡ଼ିରେ ଭୁଶୁଡ଼ିଲା କୋରାପୁଟର ଜେଇଏଲ୍ ଚର୍ଚ୍ଚ
  • ||
  • ବ୍ରହ୍ମପୁର : କାର୍‌ରୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ, ୩ ଅଟକ
  • ||

କୋଭିଡ ଟେଷ୍ଟ କରି ଫେରୁଥିବା ବେଳେ ବୋଲେରୋ ଦୁର୍ଘଟଣାଗ୍ରସ୍ତ ୩ ଗୁରୁତର

କେନ୍ଦୁଝର – କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଦଅଁଳା ନିକଟରେ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହେବାରୁ ୩ ଜଣ ଗୁରୁତର ହୋଇଛନ୍ତି । ବାଂଶପାଳ ବ୍ଲକ ତରମାକାନ୍ତ ଟିଏମସି ରେ ନିୟୋଜିତ୍ତ ୨ ଜଣ କର୍ମଚାରୀଙ୍କ ଜ୍ୱର କାଶ ଲକ୍ଷଣ ଦେଖା ଦେବାରୁ ସେମାନଙ୍କୁ କରୋନା ପରୀକ୍ଷଣ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା । କୋଭିଡରେ ସଚେତନତା ଏବଂ ସର୍ବେକ୍ଷଣ କାର୍ଯ୍ୟରେ ନିୟୋଜିତ ବୋଲେରୋ ଗାଡ ରେ କେନ୍ଦୁଝର ମୁଖ୍ୟ ଚିକିସ୍ଚାଳୟକୁ କୋରନା ଟେଷ୍ଟ ପାଇଁ ଯାଇଥିଲେ ।

କେନ୍ଦୁଝରରୁ ଫେରୁଥିବା ବେଳେ ଦଅଁଳା ନିକଟରେ ଗାଡିଟି ଭାରସ୍ୟାମ ହରାଇ ରାସ୍ତା କଡରେ ଥିବା ଖାଲରେ ଓଲଟି ପଡିଥିଲା । ଫଳରେ ଗାଡିର ଡ୍ରାଇଭର ଲେମ୍ୱୁଧର ମହାନ୍ତଙ୍କ ସମେତ ଟିଏମସି କର୍ମଚାରୀ ଦଶରଥ ବେହେରା,ରଞନ କୁମାର ବେହେରା ଆହତ ହୋଇଛନ୍ତି । ବାଂଶପାଳ ମେଡିକାଲ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ଗୁରୁତମାନଙ୍କୁ ଆମୁଲାନ୍ସ ଯୋଗେ ବାଂଶପାଳ ମେଡିକାଲକୁ ଆଣିଥିଲେ । ସେମାନଙ୍କର ପ୍ରାଥମିକ ଚିକିତ୍ସା କରିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନେଇ ଭର୍ତ୍ତି କରାଯାଇଛି । ଡ୍ରାଇଭରଙ୍କ ବେପାରୁଆ ଗାଡି ଚାଳନା ଯୋଗୁଁ ଦୁର୍ଘଟଣା ଘଟିଥିବା ଜଣାପଡିଛି ।