PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା: ବାଘମାରୀ ନିକଟରେ ରାସ୍ତାକଡକୁ ଖସିଲା ଲିଙ୍ଗରାଜ ବସ୍, ୨୦ ଯାତ୍ରୀ ଆହତ
  • ||
  • ପୁରୀ: ଆଜି ମିଳିବ ଆଡ଼ପ ଅବଢ଼ା
  • ||
  • ମହିଳା ହକି ବିଶ୍ୱକପ୍‌: ଆଜି ଇଂଲଣ୍ଡକୁ ଭେଟିବ ଭାରତ
  • ||
  • ଭଦ୍ରକ: ଭଦ୍ରକରେ ଦୁଇ କିନ୍ନର ଗୋଷ୍ଠୀ ମୁହାଁମୁହିଁ: ୫ ଜଣ ଗୁରୁତର, ୪ ଅଟକ
  • ||
  • ଭୁବନେଶ୍ୱର : ପଥରଗାଡ଼ିଆରେ ଅଦ୍ଭୂତ ବାଛୁରୀ ଜନ୍ମ, ଦେଖିବାକୁ ଲୋକଙ୍କ ଲାଗିଲା ଭିଡ଼
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୪୬ ଜଣ କରୋନା ପଜିଟିଭ
  • ||

ଗ୍ରହ ଓ ବାସ୍ତୁ ଦୋଷରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି କରନ୍ତୁ ଗୋସେବା

ସନାତନ ପରମ୍ପରାରେ ଗାଈ, ଗଙ୍ଗା ଏବଂ ଗାୟତ୍ରୀଙ୍କ ଧାର୍ମିକ ମହତ୍ତ୍ବ ରହିଛି। ଗୋମାତା ଶରୀରରେ ୩୩ କୋଟି ଦେବୀ ଦେବତା ବାସ କରନ୍ତି। ଗୋମାତାର ସେବା ଏବଂ ପୂଜା କରୁଥିବା ମନୁଷ୍ୟ ଉପରେ ଏହି ଏହି ଦେବତାଙ୍କ କୃପା ବର୍ଷିଥାଏ। ଗୋସେବା କରିବା ଦ୍ବାରା କେବଳ ଏହି ଜନ୍ମରେ ନୁହେଁ ବରଂ ପୂର୍ବ ଜନ୍ମର ଦୋଷ ମଧ୍ୟ କଟିଯାଏ।

ପ୍ରତିଦିନ ସକାଳେ ଯେତେବେଳେ ଆପଣଙ୍କ ଘରେ ପ୍ରାତଃ ଭୋଜନ ବନେଇବା ଆରମ୍ଭ ହୁଏ ସର୍ବପ୍ରଥମେ ତିଆରି ହୋଇଥିବା ରୁଟିକୁ ପ୍ରଥମେ ଗୋମାତାର ନାମରେ ଅଳ୍ପ ବାହାର କରିଦିଅନ୍ତୁ। ଏବଂ ଭୋଜନ କରିବା ପୂର୍ବରୁ ପ୍ରଥମେ ଗୋମାତାକୁ ଖାଇବାକୁ ଦିଅନ୍ତୁ। ଯଦି ସମ୍ଭବ ହେବ ତ କଳା ଗାଈକୁ ଦିଅନ୍ତୁ। ଯଦି କଳା ଗାଈ ନ ମିଳେ ତେବେ ଧଳା ଗାଈକୁ ବି ଖୁଆଇପାରିବେ।

ପ୍ରତ୍ୟେକ ପୂଜା ଏବଂ ମାଙ୍ଗଳିକ କାର୍ଯ୍ୟରେ ଗୋମାତା କିମ୍ବା ତା ସହ ଯୋଡ଼ି ହୋଇ ରହିଥିବା ସାମଗ୍ରୀ ଯଥା ଗାଈର ଗୋବର, ଗୋମୁତ୍ର, ଗାଈର କ୍ଷୀର, ଘିଅକୁ ସାମିଲ କରନ୍ତୁ।

ସନାତନ ପରମ୍ପରା ଅନୁସାରେ ଯେଉଁ ଘରେ ଗାଈ ଅଛି ସେହି ଘର ସହିତ ଯୋଡ଼ି ହୋଇରହିଥିବା ସମସ୍ତ ବାସ୍ତୁଦୋଷ ସ୍ବତଃ ସମାପ୍ତ ହୋଇଯାଏ।

କୈାଣସି ବି ପୂଜାରେ ପଞ୍ଚଗବ୍ୟ ପଦାର୍ଥକୁ ବ୍ୟବହାର କରନ୍ତୁ। କାରଣ ପଞ୍ଚଗବ୍ୟ ବିନା କୈାଣସି ପୂଜା ପାଠ ଏବଂ ହବନ ସଫଳ ହୁଏ ନାହିଁ।

ଗୋକୃପା ପାଇବା ପାଇଁ ପ୍ରତିଦିନ, ସପ୍ତାହ ଅଥବା ମାସରେ ପରିବାର ସମେତ ଥରେ ଗୋଶାଳା ଯିବା ପାଇଁ ଚେଷ୍ଟା କରନ୍ତୁ ଏବଂ ଗାଈକୁ ସବୁଜ ପତ୍ର, ଡାଳ ଖୁଆନ୍ତୁ।

ଗୋସେବା ଏବଂ ଗୋପୂଜା ଦ୍ବାରା ନଅଗ୍ରହ ଶାନ୍ତି ହୋଇଯାଆନ୍ତି। ଖରାଦିନ ଗୋମାତାକୁ ପାଣି ଦିଅନ୍ତୁ। ଥଣ୍ଡାଦିନେ ଗାଈକୁ ଗୁଡ଼ ଖାଇବାକୁ ଦିଅନ୍ତୁ।