PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

୧୬ ଦଫା ଦାବି ନେଇ କୋରକୁଣ୍ଡା ବ୍ଲକ ଅଫିସ ଆଗରେ ସିପିଆଇଏମ ଦଳ ପକ୍ଷରୁ ଗଣବିକ୍ଷୋଭ

ମାଲକାନଗିରି,୨୨। ୯ (ଆପ୍ର): ମାଲକାନଗିରି ଜିଲ୍ଲା ସିପିଆଇଏମ ଦଳ ପକ୍ଷରୁ ୧୬ ଦଫା ଦାବି ନେଇ କୋରକୁଣ୍ଡା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗଣ ବିକ୍ଷୋଭ କରିବା ସହିତ ବିଡ଼ିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଆଜି ସକାଳେ ସିପିଆଇଏମ ଜିଲ୍ଲା ସମ୍ପାଦକ ବ୍ରଜ ମାଝିଙ୍କ ନେତୃତ୍ବରେ ଶତାଧିକ ସିପିଆଇଏମ କର୍ମୀ ମାନେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି କୋରକୁଣ୍ଡା ବ୍ଲକ କର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥଲେ ।

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଦେଇଥିବା ୧୬ ଦଫା ଦାବି ମଧ୍ୟରେ ମୁଖ୍ୟତଃ  ଚାଷୀ ମାନଙ୍କ ଉତ୍ପାଦିତ ଫସଲର ଉଚିତ ମୁଲ୍ୟ, ଏଥିସହ ଲାଭଦାୟକ ଫସଲ ଉତ୍ପାଦନ ପାଇଁ ଉପଯୁକ୍ତ ଓ ପ୍ରଶିକ୍ଷଣ ଏବଂ ଉପଯୁକ୍ତ ବିକ୍ରିଦର ନ ମିଳିବା ଯୋଗୁଁ ଲୋକେ ହତାଶ ହେଉଛନ୍ତି । ଜୀବନ ଜୀବିକାରେ ଗାଁ ଗଣ୍ଡା ଭିଟାମାଟି ଛାଡି ଅନ୍ୟ ରାଜ୍ୟକୁ କାମ ଓ ମଜୁରୀ ସକାଶେ ଯିବାକୁ ବାଧ୍ୟ ହେଉଛନ୍ତି । ଏହି ପରିସ୍ଥିତିରେ ଆମ୍ଭେମାନେ ନିମ୍ନ ଦାବି ଗୁଡିକ ଆପଣଙ୍କ ଦୃଷ୍ଟିକୁ ଆଣି ଜରୁରୀ ପଦକ୍ଷେପ ନିମନ୍ତେ ନିବେଦନ କରିଛନ୍ତି । ପ୍ରତ୍ୟକ ପଞ୍ଚାୟତରେ ଚାଷୀମାନଙ୍କ ଚାଷ ପାଇଁ ଢିପ ଜମିକୁ ସମତଳ କରାଯାଉ । ଏଥିସହ ପ୍ରତି ଭୂମିହୀନ ପରିବାରକୁ ଚାଷ ଜମି ଓ ସମସ୍ତଙ୍କ ପାଇଁ ପକ୍କା ଘର ଯୋଗାଇ ଦିଆଯାଉ ।  ଜଙ୍ଗଲ ଆଇନ୍ – ୨୦୦୬ ଅନୁଯାୟୀ ଆଦିବାସୀ ମାନଙ୍କୁ ୧୦ ଏକର ପର୍ଯ୍ୟନ୍ତ ଜଙ୍ଗଲ ଜମିର ପଟ୍ଟା ପ୍ରଦାନ କରାଯାଉ । ମନରେଗା ଯୋଜନାରେ ବର୍ଷକୁ ୨୦୦ ଦିନ ଯୋଗାଇବା ସହ ଦୈନିକ ୬୦୦ ଟଙ୍କା ମଜୁରୀ ପ୍ରଦାନ କରାଯାଉ ।  ବିଧବା , ବାର୍ଦ୍ଧକ୍ୟ ଭତ୍ତା ମାସିକ ୩୦୦୦ ଟଙ୍କା କରାଯାଉ ।  ପୂର୍ବ ପୁରୁଷଙ୍କ ନାମେ ଥିବା ଘରଡିହ ଜମି ତାଙ୍କ ଉତ୍ତରାଧିକାରୀଙ୍କ ନାମେ ପରିବର୍ତ୍ତନ କରାଯାଉ । 

ଏହି ଅଞ୍ଚଳର ବହୁ ଆଦିବାସୀ ଦଳିତ ମାନଙ୍କୁ ଜାତି ପ୍ରମାଣ ପତ୍ର ମିଳିନାହିଁ , ସେମାନଙ୍କୁ ଜାତି ପ୍ରମାଣ ପତ୍ର ପ୍ରଦାନ କରାଯାଉ । ଗରିବ ଲୋକଙ୍କ ପାଇଁ ମାସିକ ୧୦ ହଜାର ଟଙ୍କାର ରୋଜଗାର ବାଟର ସୁବିଧା କରାଯାଉ । ଆଧାର କାର୍ଡ ସହ ରାସନ କାର୍ଡକୁ ଜଡିତ କରା ନ ଯାଉ । ଧାନ କ୍ୱିଣ୍ଟାଲ ସର୍ବନିମ୍ନ ୩୦୦୦ ଟଙ୍କା ଦରରେ ଚାଷୀ ଓ ଭାଗଚାଷୀଙ୍କ ଠାରୁ କିଣାଯାଉ । ସ୍ବାଭିମାନ ଅଞ୍ଚଳର କିଛି ସ୍ଥାନରେ ବିରି , ମୁଗ , କାଙ୍ଗୁଲ , ମାଣ୍ଡିଆ , ସୁଆଁ , ଜାପ୍ରା ଭଳି ଶସ୍ୟ ଉତ୍ପାଦନ ହେଉଥିଲେ ସୁଦ୍ଧା ଏହାର ଉଚିତ ମୁଲ୍ୟ ଜନସାଧାରଣ ପାଇ ପାରୁନାହାନ୍ତି । ତେଣୁ ଏହାର ଉଚିତ ମୂଲ୍ୟ ପାଇବାର ସୁବିଧା କରାଯାଉ ।  ଗାଁ ଗାଁକୁ ଲିଙ୍କ ରାସ୍ତା ତୁରନ୍ତ ନିର୍ମାଣ କରାଯାଉ । ରାସ୍ତା ଦୁଇ କଡ଼ରେ ଡ୍ରେନ ବ୍ୟବସ୍ଥା କରାଯାଉ । ଗାଁ ମାନଙ୍କରେ ସଭାଗୃହ ଓ ମଶାଣୀ ଘର ନିର୍ମାଣ କରାଯାଉ ।  କୋରୁକୋଣ୍ଡା ହସ୍‌ପିଟାଲରେ ସବୁ ବିଭାଗରେ ସ୍ପେସାଲିଷ୍ଟ ଡାକ୍ତର , ସ୍ବାସ୍ଥ୍ୟକର୍ମୀ ନିଯୁକ୍ତି କରାଯାଉ । ଚିକିତ୍ସା ସରଞ୍ଜାମ ଓ ଯନ୍ତ୍ରପାତି ଯୋଗାଇ ଦିଆଯାଉ ।

ସମସ୍ତ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି କରାଯାଉ । କୋଠାବାଡି ନିର୍ମାଣ କରାଯାଉ ଓ ମଧ୍ୟାହ୍ନ ଭୋଜନରେ ନିମ୍ନମାନର ଖାଦ୍ୟ ବନ୍ଦ କରାଯାଉ । ଚାଷ ଆବଶ୍ୟକୀୟ ସମସ୍ତ ସାର ସୁଲଭ ଦରରେ ଯୋଗାଇ ଦିଆଯାଉ । ସାର କଳାବଜାରୀ ବନ୍ଦ କରାଯାଉ । ବେଆଇନ ପଥର ଫୁଟାଇବା ବନ୍ଦ କରାଯାଉ । ପଥର କ୍ବାରୀ ଲିଜ୍ ପାଇଁ ଗ୍ରାମ ସଭା ଓ ପଲ୍ଲୀସଭାର ମତ ନିଶ୍ଚିତ କର, ଦିନ ଦିନ ବିଦ୍ୟୁତ୍ କାଟ ବନ୍ଦ କରାଯାଉ , ଲୋ ଭୋଲଟେଜ୍‌ ଏବଂ ହଜାର ହଜାର ଟଙ୍କାର ମିଥ୍ୟା ବିଦ୍ୟୁତ୍ ବିଲ୍ ବନ୍ଦ କରାଯାଉ । ୨୦୦ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତି ବିଲ୍ ଛାଡ କରାଯାଉ । ଉପରଲିଖିତ ଦାବି ଗୁଡିକୁ ଗୁରୁତର ସହ ବିଚାର କରି ପୁରଣ କରିବା ନିମନ୍ତେ ଦାବି କରିଛନ୍ତି । ଏହି ବିକ୍ଷୋଭ ରେ  ସି.ପି.ଆଇ. ( ଏମ୍ ) ର ବ୍ରଜ ମାଝି ଙ୍କ ସହିତ ଭୁପେଶ କର୍ମକାର, କୁଷ୍ଣ ପାଙ୍ଗି, ନିଧି ହନ୍ତାଳଙ୍କ ସହିତ ଶତାଧିକ କର୍ମୀ ମାନେ ଉପସ୍ଥିତ ଥିଲେ ।