ଭୁବନେଶ୍ବର, ୯/୧ : ୯.୫ ଲକ୍ଷ ଟଙ୍କାର ଲାଞ୍ଚ ମାମଲାରେ ବେଙ୍ଗାଲୁରୁର କେନ୍ଦ୍ରୀୟ ବିଦ୍ୟୁତ ଗବେଷଣା ପ୍ରତିଷ୍ଠାନର ଯୁଗ୍ମ ନିର୍ଦ୍ଦେଶକ ଗିରଫ । କେନ୍ଦ୍ରୀୟ ବିଦ୍ୟୁତ ଗବେଷଣା ପ୍ରତିଷ୍ଠାନର ଯୁଗ୍ମ ନିର୍ଦ୍ଦେଶକଙ୍କ ସମେତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ସିବିଆଇ ।

ବେଙ୍ଗାଲୁରୁର କେନ୍ଦ୍ରୀୟ ବିଦ୍ୟୁତ ଗବେଷଣା ପ୍ରତିଷ୍ଠାନର ଅଭିଯୁକ୍ତ ଯୁଗ୍ମ ନିର୍ଦ୍ଦେଶକ ଏବଂ ଅନ୍ୟାନ୍ୟ ବ୍ୟକ୍ତିଗତ ବ୍ୟକ୍ତିଙ୍କ ବିରୁଦ୍ଧରେ ସିବିଆଇ ଗତ ୮ ତାରିଖରେ ଏକ ମାମଲା ରୁଜୁ କରିଥିଲା । ସେମାନେ ଘରୋଇ କମ୍ପାନୀ ମେସର୍ସ ସୁଧୀର ଗ୍ରୁପ୍ ଅଫ୍ କମ୍ପାନୀଜ୍ ଦ୍ୱାରା ଉତ୍ପାଦିତ ବୈଦ୍ୟୁତିକ ଉପକରଣ ସମ୍ପର୍କରେ ଅନୁକୂଳ ପରୀକ୍ଷା ରିପୋର୍ଟ ପ୍ରଦାନ କରିବା ପାଇଁ ଲାଞ୍ଚ ନେବାର ଦୁର୍ନୀତିପୂର୍ଣ୍ଣ କାର୍ଯ୍ୟକଳାପରେ ଲିପ୍ତ ଅଛନ୍ତି।

ପୂର୍ବ ପ୍ରସ୍ତୁତି କ୍ରମେ ସିବିଆଇ ବେଙ୍ଗାଲୁରୁର କେନ୍ଦ୍ରୀୟ ବିଦ୍ୟୁତ ଗବେଷଣା ପ୍ରତିଷ୍ଠାନର ଯୁଗ୍ମ ନିର୍ଦ୍ଦେଶକ ଏବଂ ଘରୋଇ କମ୍ପାନୀର ଜଣେ କାର୍ଯ୍ୟନିର୍ବାହୀଙ୍କୁ ୯ତାରିଖରେ ବେଙ୍ଗାଲୁରୁରେ ୯.୫ଲକ୍ଷ ଟଙ୍କା ଲାଞ୍ଚ କାରବାର କରୁଥିବା ସମୟରେ ଗିରଫ କରିଛି।