ବାଲେଶ୍ୱର, ୦୨/୧୦: ଆଗକୁ ଆସୁଛି ଦୀପାବଳି । ଯେଉଁଥିପାଇଁ ବାଲେଶ୍ୱର ଜିଲ୍ଲାର ଅନେକ ସ୍ଥାନରେ ବେଆଇନ ଭାବାରେ ବାଣ ପ୍ରସ୍ତୁତ ହେଉଛି । ଯେଉଁ କାରଣରୁ ବାଲେଶ୍ୱର ଜିଲ୍ଲା ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି । ରେଡ୍ କରି ୨ଟି ସ୍ଥାନରୁ ପ୍ରାୟ ୧୫ ଲକ୍ଷ ଟଙ୍କାର ବାଣ ଜବତ କରିଛି ପୁଲିସ ।

ସୂଚନା ମୁତାବକ, ବାଲେଶ୍ୱର ଜିଲ୍ଲା ମର୍ଦରାଜପୁର ଗ୍ରାମର ଜଣେ ବ୍ୟକ୍ତି ଦୀର୍ଘ ଦିନ ଧରି ଜିଲ୍ଲାରେ କୋଟି କୋଟି ଟଙ୍କାର ବେଆଇନ ବାଣ କାରବାର କରୁଥିବା ନେଇ ପୁଲିସ ସୂଚନା ପାଇଛି । ଯାହାପରେ ଆକ୍ସନ୍ ମୋଡ୍‌କୁ ଆସିଛି ପୁଲିସ l ଜିଲ୍ଲାର ବାହାନଗା ବ୍ଲକ ବାହାନଗା ମେଡିକାଲର ବିପରୀତ ପାର୍ଶ୍ବରେ ଥିବା ଏକ ବନ୍ଦ ହୋଟେଲ ଓ ନିକଟସ୍ଥ ଏକ କୁକୁଡ଼ା ଫାର୍ମରୁ ବିପୁଳ ପରିମାଣରେ ବାଣ ଜବତ କରାଯାଇଥିଲା । ସୋର ପୁଲିସ ଘଟଣା ସ୍ଥଳରୁ ଜଣକୁ ଗିରଫ କରିଥିବା ବେଳେ ଘଟଣାସ୍ଥଳରେ ମିଳିଥିବା ବାଣ ଏବଂ ଅନ୍ୟାନ୍ୟ ସାମଗ୍ରୀକୁ ଜବତ କରିଥିବା ଜଣାପଡିଛି । ଜବତ ବାଣର ଆନୁମାନିକ ମୂଲ୍ୟ ସାତ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ବୋଲି ଜଣାପଡିଛି।

ସେହିପରି ବୁଧବାର ବିମ୍ବିତ ରାତିରେ ଔପଦା ବ୍ଲକ ମର୍ଦରାଜପୁର ଗ୍ରାମରେ ପୁଲିସ ଚଢାଉ କରି ଏକ ପିକଅପ୍ ଭ୍ୟାନ୍ ଜବକରି ଲକ୍ଷlଧିକ ଟଙ୍କାର ବାଣ ଜବତ କରିଛି ଈଶ୍ୱରପୁର ଫାଣ୍ଡି l ବାଣର ଆନୁମାନିକ ମୂଲ୍ୟ ଲକ୍ଷlଧିକ ଟଙ୍କା l