PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

୬୨ ବର୍ଷ ବୟସ୍କଙ୍କ ପ୍ରେମରେ ପାଗଳ ହେଲେ ଏହି ନାବାଳିକା, କରିଲେ ଏମିତି ଜିଦି…ଜାଣିଲେ ଉଡ଼ିଯିବ ହୋସ୍…

ଜୟପୁର ୩୦।୩: କୁହାଯାଏ କି ଲୋକ ପ୍ରେମରେ ଏମିତି ଅନ୍ଧ ହୋଇଯାଆନ୍ତି କି ନିଜ ବାପା ମା’ଙ୍କୁ ମଧ୍ୟ ଭୁଲିଯାଆନ୍ତି। କେବଳ ଏତିକି ନୁହେଁ, ବେଳେବେଳେ ପୁଅ ଝିଅମାନେ ଏମିତି ନିଷ୍ପତ୍ତି ନିଅନ୍ତି ଯେ ତାହା ଜାଣିଲେ ଲୋକଙ୍କର ହୋସ୍ ଉଡିଯିବ। ଆଉ ମନରେ ପ୍ରଶ୍ନ ଆସେ- ସତରେ  କ’ଣ ଏମିତି ସମ୍ଭବ। ହଁ ସତରେ ଏଭଳି ଏକ ଆଶ୍ଚଯ୍ୟ ଘଟଣା ଦେଖିବାକୁ ମିଳିଛି ଇଣ୍ଡୋନେସିଆରେ।

ଜଣେ ବୟସ୍କ ବ୍ୟକ୍ତିଙ୍କୁ ନିଜ ବୟସଠାରୁ ୪୪ ବର୍ଷର ଜଣେ ଛୋଟ ଝିଅ ସହିତ ପ୍ରେମ ହୋଇଯାଇଛି। ଆଶ୍ଚଯ୍ୟର କଥା ଏହା କି, ସେହି ନାବାଳିକାକୁ ମଧ୍ୟ ଏହି ବୟସ୍କ ବ୍ୟକ୍ତି ସହିତ ପ୍ରେମ ହୋଇଯାଇଛି। ଏହି ଘଟଣା ସମ୍ପର୍କରେ ଶୁଣିବା ପରେ ଲାଗୁଛି କି କୁହାଯାଉଥିବା କଥା ଅର୍ଥାତ୍ ପ୍ରେମରେ ଲୋକ ଅନ୍ଧ ହୋଇଯାଆନ୍ତି….ଏହି କଥାଟି ସତ।

ସୁଲେମାନଙ୍କୁ ନିଜ ବୟସଠାରୁ ୪୪ବର୍ଷ ଛୋଟ ଝିଅ ସହିତ ପ୍ରେମ ହୋଇଯାଇଛି। ଆଉ ସେହି ଝିଅକୁ ବହୁତ ଜିଦି କରି ବିବାହ ବି କରିଛନ୍ତି। ମିଳିଥିବା ସୂଚନାନୁସାରେ, ସୁଲେମାନଙ୍କ ପ୍ରଥମ ବିବାହ ହୋଇସାରିଥିଲା ଓ ତାଙ୍କର ୫ଟି ଛୁଆ ଥିଲେ। କେବଳ ଏତିକି ନୁହେଁ ସୁଲେମାନ ୯ଟି ଛୁଆଙ୍କ ଜେଜେବାପା ମଧ୍ୟ। ଏହା ପରେ ବି ସୁଲେମାଙ୍କୁ ୧୮ ବର୍ଷର ଝିଅ ଡାଏନାଙ୍କ ସହିତ ହୋଇଯାଇଥିଲା ପ୍ରେମ।

ଖାସ୍ କଥା ହେଲା କି ଡାଏନା ବି ସୁଲେମାନଙ୍କୁ ଭଲ ପାଉଥିଲେ। ସୁଲେମାନଙ୍କ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ହେବା ପରେ ସୁଲେମାନ ଏକେଲା ପଡ଼ିଯାଇଥିଲେ। ସୁଲେମାନ ଡାଏନାଙ୍କ ପିତାଙ୍କ ପାଖକୁ କାମ କରିବାକୁ ଯାଉଥିଲେ। ଏମିତି ଯିବା ଆସିବା ଭିତରେ ଦୁହିଁଙ୍କ ମଧ୍ୟରେ ପ୍ରେମ ହୋଇଯାଇଥିଲା। ମାତ୍ରେ ଦୁହିଁଙ୍କ ପ୍ରେମକୁ ସମାଜ ସ୍ବିକାର କରିନଥିଲା।

ସମ୍ବନ୍ଧିତ ଖବର