ପ୍ରମୂଖ ଖବର
  • କାମାକ୍ଷାନଗର : ଟାଙ୍ଗିଆରେ ସ୍ତ୍ରୀକୁ ହାଣି ଦେଲା ପାଗଳ ସ୍ୱାମୀ, କାରଣ ଅସ୍ପଷ୍ଟ
  • ||
  • ସୁନ୍ଦରଗଡ଼ : ପଡିଆରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କଟକ: ଛତ୍ରବଜାରରେ ଯୋଗାଣ ବିଭାଗର ରେଡ୍ ଦର ନିୟନ୍ତ୍ରଣ ପାଇଁ ବେପାରିଙ୍କୁ ତାଗିଦ୍
  • ||
  • ପାଟଣାରେ ପୁଣି ଶୂନ୍ୟରୁ ଶୁଭିଲା ପ୍ରଚଣ୍ଡ ଶବ୍ଦ, ଥରି ଉଠିଲା ଘରଦ୍ଵାର
  • ||
  • ମାଲକାନଗିିରି: ଲାଲବାହିନୀର ବର୍ବରକାଣ୍ଡ, ମୋବାଇଲ୍ ଟାୱାର ଉଡାଇଦେଲେ ମାଓବାଦୀ
  • ||
  • କଟକ: ମହାନଦୀକୁ ଡେଇଁ ଆତ୍ମହତ୍ୟା, ମୃତଦେହ ଜବତ କରିବ ପରିଚୟ ଖୋଜୁଛି ପୋଲିସ
  • ||
  • ନଭେମ୍ବରରେ ୧.୮୨ ଲକ୍ଷ କୋଟିର ଜିଏସ୍‌ଟି ସଂଗ୍ରହ
  • ||
  • ପାଟଣା : ଶୋଇବା ଘରୁ ଇଞ୍ଜିନିୟରିଂ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭଦ୍ରକ : ଗୋରୁ ବୋଝେଇ ଗାଡ଼ିକୁ ଗୋଡେଇ ଗୋଡେଇ ଧରିଲା ପୋଲିସ, ଡ୍ରାଇଭର ଫେରାର
  • ||
  • ବୈପାରିଗୁଡା : ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ, ୫ ଗିରଫ
  • ||
  • ଏମ୍‌କେସିଜିରେ ପୁଣି ଜୁନିୟର୍‌ଙ୍କୁ ରାଗିଂ ଅଭିଯୋଗ, ଆଜି ଆଣ୍ଟି ରାଗିଂ ସେଲ୍‌ର ବୈଠକ
  • ||
  • ଆନନ୍ଦପୁର : ଖଣି ବିଭାଗ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଉପରେ ଆକ୍ରମଣ, ୪ ଆହତ
  • ||
  • ବଙ୍ଗୋପସାଗରରେ ପୁଣି ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ୪ ଯାଏ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ପର୍ଥ ଟେଷ୍ଟ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟ୍‌କା, ଅଧିନାୟକ ଦାୟିତ୍ବ ସମ୍ଭାଳିବେ ଏହି ଖେଳାଳି?

ନୂଆଦିଲ୍ଲୀ,୧୮/୧୧: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଟିମ୍ ଇଣ୍ଡିଆକୁ ୦-୩ ରେ ପରାସ୍ତ ହେବାକୁ ପଡ଼ିଥିଲା। ବର୍ତ୍ତମାନ ଭାରତୀୟ କ୍ରିକେଟ୍ ଦଳ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ଅଛି। ଏହି ଗସ୍ତରେ ଭାରତୀୟ ଦଳ ଆୟୋଜକ ଅଷ୍ଟ୍ରେଲିଆ ବିପକ୍ଷରେ ପାଞ୍ଚଟି ଟେଷ୍ଟ ମ୍ୟାଚ୍ ଖେଳିବ। ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (ଡବ୍ଲୁଟିସି) ର ଫାଇନାଲରେ ପହଞ୍ଚିବା ପାଇଁ ଭାରତ ପାଇଁ ଏହି ଟେଷ୍ଟ ସିରିଜ୍ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦୁଇ ଦଳ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ୨୨ ନଭେମ୍ବର (ଶୁକ୍ରବାର) ପର୍ଥର ଅପ୍ଟସ୍ ଷ୍ଟାଡିୟମରେ ଖେଳାଯିବ। ତେବେ ଏହି ମ୍ୟାଚ୍ ପୂର୍ବରୁ ମଧ୍ୟ ଭାରତୀୟ ଦଳ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ ଅଧିନାୟକ ରୋହିତ ଶର୍ମା ଏହି ମ୍ୟାଚରୁ ବାଦ୍‌ ପଡ଼ିଛନ୍ତି। ରୋହିତ ଦ୍ୱିତୀୟ ଥର ପାଇଁ ବାପା ହୋଇଛନ୍ତି ଏବଂ ସେ ପରିବାର ସହିତ କିଛି ଦିନ ରହିବାକୁ ଚାହୁଁଛନ୍ତି। ତେବେ ରୋହିତ ଏଡିଲେଡ ଟେଷ୍ଟ ପୂର୍ବରୁ କିମ୍ବା ପର୍ଥ ଟେଷ୍ଟ ସମୟରେ ଦଳରେ ଯୋଗଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। 

ବର୍ତ୍ତମାନ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଜସପ୍ରୀତ ବୁମ୍ରା ପର୍ଥ ଟେଷ୍ଟରେ ଭାରତୀୟ ଦଳର ଅଧିନାୟକ ହେବେ। ରୋହିତଙ୍କ ବ୍ୟତୀତ ଶୁଭମାନ ଗିଲ ମଧ୍ୟ ପର୍ଥ ଟେଷ୍ଟରୁ ବାଦ ପଡିବାର ସମ୍ଭାବନା ରହିଛି। ଅଭ୍ୟାସ ମ୍ୟାଚ୍‌ରେ ଦ୍ୱିତୀୟ ସ୍ଲିପ୍‌ରେ କ୍ୟାଚ୍‌ ନେଉଥିବାବେଳେ ଶୁଭମାନ ଗିଲଙ୍କ ବାମ ଆଙ୍ଗୁଠିରେ ଆଘାତ ଲାଗିଥିଲା। ଆଘାତ ପରେ ସେ ବହୁତ ଯନ୍ତ୍ରଣା ଅନୁଭବ କରିଥିଲେ ଏବଂ ତୁରନ୍ତ ସ୍କାନ ପାଇଁ ପଡ଼ିଆରୁ ବାହାରିଥିଲେ। ଦ୍ୱିତୀୟ ଟେଷ୍ଟ ଏଡିଲେଡରେ ୬ ଡିସେମ୍ବରରୁ ଖେଳାଯିବ। ସେହି ମ୍ୟାଚ୍ ପାଇଁ ଶୁଭମାନ ଠିକ୍ ସମୟରେ ଫିଟ୍ ହେବେ ବୋଲି ଆଶା କରାଯାଉଛି।

ଗଣମାଧ୍ୟମ ରିପୋର୍ଟ ମୁତାବକ, ବିସିସିଆଇ ବାମହାତୀ ବ୍ୟାଟର ଦେବଦତ୍ତ ପାଡିକଲଙ୍କୁ ବ୍ୟାକ୍‌ଅପ୍‌ ଭାବେ ମୁଖ୍ୟ ଟିମ୍‌ରେ ସାମିଲ କରିଛନ୍ତି। ଦେବଦତ୍ତ ନିକଟରେ ଭାରତ ଏ' ର ଅଂଶ ଥିଲେ ଏବଂ ସେ ଅଷ୍ଟ୍ରେଲିଆ ଏ ବିପକ୍ଷ   ଚାରି ଦିବସୀୟ ମ୍ୟାଚ୍‌ ମ୍ୟାଚ୍‌ ଖେଳିଥିଲେ। ସେ ଅଷ୍ଟ୍ରେଲିଆ-ଏ ବିପକ୍ଷରେ ୩୬, ୮୮, ୨୬ ଏବଂ ଗୋଟିଏ ରନ୍‌ର ଇନିଂସ ଖେଳିଥିଲେ। ପାଡିକଲ ଚଳିତ ବର୍ଷ ଧର୍ମଶାଳାରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ ଯେଉଁଥିରେ ସେ ଚମତ୍କାର ୬୫ ରନ୍‌ ସଂଗ୍ରହ କରିଥିଲେ।

ଭାରତୀୟ ଦଳର ଅଷ୍ଟ୍ରେଲିଆ ଗସ୍ତ (ନଭେମ୍ବର ୨୦୨୪ - ଜାନୁଆରୀ ୨୦୨୫)

୨୨-୨୬ ନଭେମ୍ବର: ପ୍ରଥମ ଟେଷ୍ଟ, ପର୍ଥ

୬-୧୦ ଡିସେମ୍ବର: ଦ୍ୱିତୀୟ ଟେଷ୍ଟ, ଏଡିଲେଡ୍ 

୧୪- ୧୮ ଡିସେମ୍ବର: ତୃତୀୟ ଟେଷ୍ଟ, ବ୍ରିସବେନ୍

୨୬-୩୦ ଡିସେମ୍ବର: ଚତୁର୍ଥ ଟେଷ୍ଟ, ମେଲବୋର୍ଣ୍ଣ

୦୩-୦୭ ଜାନୁଆରୀ: ପଞ୍ଚମ ଟେଷ୍ଟ, ସିଡନୀ

ପ୍ରଥମ ଟେଷ୍ଟ ପାଇଁ ଭାରତୀୟ ଦଳ: 

ଜସପ୍ରୀତ ବୁମ୍ରା (ଅଧିନାୟକ), ଯଶସ୍ୱୀ ଜୈସୱାଲ, ଅଭିମନ୍ୟୁ ଇଶ୍ବରନ, ଶୁବମାନ ଗିଲ *, ବିରାଟ କୋହଲି, କେ.ଏଲ୍ ରାହୁଲ, ଋଷଭ ପନ୍ତ (ଓ୍ବିକେଟ କିପର), ସରଫରାଜ ଖାନ, ଧ୍ରୁଭ ଜୁରେଲ (ଓ୍ବିକେଟ କିପର), ରବିଚନ୍ଦ୍ରନ ଅଶ୍ୱିନ, ରବିନ୍ଦ୍ର ଜାଡେଜା, ମହମ୍ମଦ ସିରାଜ, ଆକାଶ ଦୀପ, ପ୍ରସିଦ୍ଧ କୃଷ୍ଣା, ହର୍ଷିତ ରାଣା, ନୀତୀଶ କୁମାର ରେଡ୍ଡୀ, ୱାଶିଂଟନ୍ ସୁନ୍ଦର

ପ୍ରଥମ ଟେଷ୍ଟ ପାଇଁ ଅଷ୍ଟ୍ରେଲିଆର ଦଳ: 

ପ୍ୟାଟ୍ କମିନ୍ସ (ଅଧିନାୟକ), ସ୍କଟ୍ ବୋଲେଣ୍ଡ, ଆଲେକ୍ସ କେରି, ଜୋସ୍ ହେଜଲଉଡ୍, ଟ୍ରାଭିସ୍ ହେଡ୍, ଜୋସ୍ ଇଂଲିସ୍, ଉସ୍ମାନ ଖ୍ବାଜା, ମାର୍ନସ୍ ଲାବୁସାନ, ନାଥନ୍ ଲିଅନ୍, ମିଚେଲ ମାର୍ଶ, ନାଥାନ୍ ମ୍ୟାକସ୍ୱିନି, ଷ୍ଟିଭ୍ ସ୍ମିଥ୍, ମିଚେଲ ଷ୍ଟାର୍କ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.