PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ବାଂଲାଦେଶର ହିନ୍ଦୁ କ୍ରିକେଟର ଜଣାଇଲେ ଦୁର୍ଗା ପୂଜାର ଶୁଭେଚ୍ଛା, କଟ୍ଟରପନ୍ଥୀଙ୍କଠାରୁ ମିଳିଲା ଧର୍ମ ପରିବର୍ତ୍ତନ ଧମକ

ଢାକା,୨୭।୯: ବାଂଲାଦେଶରେ ହିନ୍ଦୁ କ୍ରିକେଟର ଲିଟନ୍ ଦାସଙ୍କୁ କଟ୍ଟରପନ୍ଥୀଙ୍କ ଧମକ। କ୍ରିକେଟର ଲିଟନ୍ ଦାସ ୨୫ ସେପ୍ଟେମ୍ବରରେ ମହାଳୟା ଅବସରରେ ଫେସବୁକ୍‌ରେ ନିଜର ପ୍ରଶଂସକଙ୍କୁ ଶୁଭେଚ୍ଛା ଜଣାଇଥିଲେ। ବାଂଲାଦେଶରେ ମହାଳୟାକୁ ଦୁର୍ଗା ପୂଜାର ଆରମ୍ଭର ପ୍ରତୀକ ବୋଲି ମନେକରାଯାଏ। ଲିଟନ ଦାସ ଯେତେବେଳେ ଫେସବୁକ୍‌ରେ ଦୁର୍ଗା ପୁଜାର ଶୁଭେଚ୍ଛା ଜଣାଇଥିଲେ, ତାଙ୍କୁ କଠୋରପନ୍ଥୀଙ୍କ ପକ୍ଷରୁ ଧମକ ଦିଆଯାଇଥିଲା ଓ ଧର୍ମ ପରିବର୍ତ୍ତନ ପାଇଁ ଚାପ ପକାଯାଇଥିଲା।

କଠୋରପନ୍ଥୀମାନେ ମୂର୍ତ୍ତି ପୂଜାକୁ ନିନ୍ଦା କରିବା ସହ ହିନ୍ଦୁ ଦେବତାକୁ ‘ମାଟିରେ ତିଆରି’ ବସ୍ତୁ ବୋଲି କହି ପରିହାସ କରିଥିଲେ। ଏପରିକି କଟ୍ଟରପନ୍ଥୀମାନେ ଲିଟନ ଦାସଙ୍କୁ ମୁସଲମାନ ଧର୍ମ ଗ୍ରହଣ କରିବାକୁ ମଧ୍ୟ ଚାପ ପକାଇଥିଲେ।  ଏକ ଫେସବୁକ୍‌ ପୋଷ୍ଟରେ ବାଂଲାଦେଶୀ ବ୍ୟାଟସମ୍ୟାନ୍‌ ଦେବୀ ଦୁର୍ଗାଙ୍କର ଏକ ମୂର୍ତ୍ତିର ଫଟୋ ସେୟାର କରିଥିଲେ ଓ କ୍ୟାପସନ୍‌ରେ ଲେଖିଥିଲେ, ‘ଶୁଭ ମହାଳୟା’। ମା’ ଦୁର୍ଗା ଆସୁଛନ୍ତି। ଏହାର ତୁରନ୍ତ ପରେ କଟ୍ଟରପନ୍ଥୀମାନେ ତାଙ୍କର ଟାଇମଲାଇନକୁ ଆସି ତାଙ୍କୁ ଗାଳି ଦେଇଥିଲେ।

ଉଲ୍ଲେଖନୀୟ ଯେ, ମହାଳୟାରେ କୈଳାଶ ପର୍ବତରୁ ଦେବୀ ଦୁର୍ଗା ପୃଥିବୀ ପୃଷ୍ଠକୁ ଆଗମନ କରିବାର ପ୍ରତୀକ। ଲିଟନ ଦାସଙ୍କୁ ​‌ପୋଷ୍ଟକୁ ନେଇ ଜଣେ କଟ୍ଟରପନ୍ଥୀ କମେଣ୍ଟ ଦେଇଥିଲେ ‘ ଦୁନିଆର ସବୁଠାରୁ ଭଲ ଧର୍ମ ଇସ୍ଲାମ’। ସେଭଳି ଆଉ ଜଣେ ଲେଖିଥିଲେ, ‘ଆଲାହା ସମସ୍ତଙ୍କୁ ରାସ୍ତା ଦେଖାନ୍ତୁ ଓ ତାଙ୍କୁ ସଠିକ ରାସ୍ତା(ଇସ୍ଲାମ) ଖୋଜିବା ପାଇଁ ଜ୍ଞାନ ଦିଅନ୍ତୁ।

ସମ୍ବନ୍ଧିତ ଖବର