PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ଏହି ପାକିସ୍ତାନୀ କ୍ରିକେଟର ସ୍ବୀକାର କଲେ,ବିବାହ ପରେ ରହିଥିଲା ୫-୬ ଝିଅଙ୍କ ସହ ରିଲେସନ୍

ନୂଆଦିଲ୍ଲୀ,୧୮।୭: ପାକିସ୍ତାନର ପୂର୍ବତନ ଷ୍ଟାର କ୍ରିକେଟର ଅବଦୁଲ ରଜାକ୍ ଏକ ଟିଭି ଶୋ’ ବେଳେ ନିଜ ଜୀବନ ସମ୍ପର୍କିତ କିଛି ଘଟଣା ଉପରୁ ପରଦା ଉଠାଇଛନ୍ତି, ଯାହାକୁ ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ।  ଅବଦୁଲ ରଜାକଙ୍କ କହିବା ଅନୁସାରେ ବିବାହ ପରେ ତାଙ୍କର ୫-୬ଜଣ ଝିଅଙ୍କ ସହିତ ଏକ୍ସର୍ଟା ମ୍ୟାରିଟାଲ ଆଫେୟାର୍ସ(ବିବାହତ୍ତୋର ସମ୍ପର୍କ) ଥିଲା। ଆଶ୍ଚର୍ଯ୍ୟଜର କଥା ହେଉଛି ଯେ, ଅବଦୁଲା ରଜାକ ଏହି କଥା ଖୁବ୍ ଖୁସି ହୋଇ ଓ ଖୁବ୍ ଗର୍ବର ସହ କହୁଥିଲେ।

ଏବେ ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ୍ ଭାଇରାଲ ହେବାରେ ଳାଗିଛି। ୩୯ ବର୍ଷୀୟ ରଜାକ୍ ଯେତେବେଳେ ତାଙ୍କ ଜୀବନର ଏହି ରାଜ ଉପରୁ ପରଦା ଉଠାଉଥିଲେ, ସେତେବେଳେ ସେଠାରେ ଉପସ୍ଥିତ ଥିବା ଲୋକମାନେ ତାଳିବଜାଉ ଥିବାର ଦେଖିବାକୁ ମିଳିଥିଲା। ପାକିସ୍ତାନୀ ଅଲରାଉଣ୍ଡର ଜଣକ ଏହା ମଧ୍ୟ କହିଛନ୍ତି ଯେ, ତାଙ୍କର ଏକ ଆଫେୟାର ପ୍ରାୟ ଦେଢ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା।

ଆଙ୍କର ଜଣକ ଯେତେବେଳେ ପଚାରିଥିଲେ, କ’ଣ ଆପଣଙ୍କ ଏହି ଆଫେୟାର ବିବାହ ପୂର୍ବରୁ ଥିଲା? ରଜାକ ଏହାର ଜବାବ୍ ଦେଇ କହିଛନ୍ତି ଏସବୁ ଆଫେୟାର ଯେତେବେଳେ ଆରମ୍ଭ ହୋଇଥିଲା,ମୋର ବୈବାହିକ ଜୀବନ ଆରମ୍ଭ ହୋଇସାରିଥିଲା।

ସମ୍ବନ୍ଧିତ ଖବର