କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ସ୍କାଏ ହିଟର ଟିମ୍ ଚମ୍ପିୟାନ

ଖଲ୍ଲିକୋଟ,୨୫/୦୫ ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ଶ୍ରୀ କୃଷ୍ଣ ଶରଣ ପୁର ଗ୍ରାମରେ ହେଉଥିବା ଲୋଙ୍ଘର ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଅନୁଷ୍ଠିତ ଫାଇନାଲ ମ୍ୟାଚରେ ବାବା ସକଳେଶ୍ୱର କିଙ୍ଗ ରାଇଡ଼ର ଟିମ କୁ ସ୍କାଏ ହିଟର କ୍ରିକେଟ ଟିମ ଦୁଇ ଉଇକେଟରେ ହରାଇ ଚାମ୍ପିୟାନ ହୋଇଛି। ୪ ଗୋଟି ଟିମ ମଧ୍ୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଫାଇନାଲରେ ବାବା ଶକଳେ ସ୍ୱର କିଙ୍ଗ ରାଇଡ଼ର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୨ ଓଭର ରେ ସମସ୍ତ ଉଇକେଟ ହରାଇ ୭୭ ରନ କରିଥିଲେ । ଜବାବ ରେ ସ୍କାଏ ହିଟର ଟିମ ଦୁଇଟି ଉଇକେଟ ହାତରେ ଥାଇ ଅଵଶ୍ୟକୀୟ ୭୮ ରନ କରି ବିଜୟ ଲାଭ କରିଥିଲେ।
ଏହି ଟୁର୍ଣ୍ଣାମେଣ୍ଟର ମୁଖ୍ୟ ଆୟୋଜକ ସୌରୀ ନାହକ ରହିଥିବା ବେଳେ ଫାଇନାଲରେ ଅତିଥି ଭାବେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ କୁମାର ପଣ୍ଡା, ଘୁମୁସର ଜିଲ୍ଲା ଉପସଭାପତି ଅନୀଲ କୁମାର ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ ଜଜ୍ଞ ନାରାୟଣ ଦାଶ, ବିଜେପି ନେତା ଅଶୋକ ଦାଶ ,କହ୍ନେଇପୁର ମଣ୍ଡଳ ସଭାପତି ଯଜ୍ଞ ସାମନ୍ତରା ପ୍ରମୁଖ ଯୋଗ ଦେଇଥିଲେ। ଫାଇନାଲ ମ୍ୟାଚ ଶେଷରେ ବିଜେତା ଦଳକୁ କପ ଏବଂ ଅର୍ଥ ରାଶି ପ୍ରଦାନ କରାଯାଇଛି ।ଏହି ଖେଳ ପରିଚାଳନାରେ ୱାଡ଼ ମେମ୍ବର ସୂର୍ଯ୍ୟ ନାହାକ, ବିରାଟ ପାହାନ,ଲକ୍ଷ୍ମଣ ରଥ,ସନ୍ତୋଷ ପଣ୍ଡା,ଶ୍ରୀହର୍ଷ ପରିଡା ସହଯୋଗ କରିଥିଲେ ।