PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ , ଗୁଳିମାଡ଼ ପରେ ତାଙ୍କୁ ଭୁବନେଶ୍ୱରରେ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା
  • ||
  • ମାଲକାନଗିରି : ମାଓଗଡ଼ରେ ସରକାରଙ୍କ ପକ୍ଷରୁ ୨୦୦ ଗରିବ ଆଦିବାସୀଙ୍କୁ ମୋବାଇଲ ଫୋନ ବଣ୍ଟନ
  • ||
  • ପାକିସ୍ତାନରେ ପୁଣି ମହଙ୍ଗା ମାଡ଼, ପେଟ୍ରୋଲ-ଡିଜେଲ ଦାମରେ ୩୫ ଟଙ୍କା ବୃଦ୍ଧି
  • ||
  • ଝାରସୁଗୁଡ଼ା: ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼: ଛାତିରେ ବାଜିଛି ଗୁଳି, ଗୁରୁତର ଅବସ୍ଥାରେ ନିଆଯାଉଛି ହସ୍ପିଟାଲ
  • ||
  • ହକି ବିଶ୍ୱକପ୍‌: ସୁପର ସଣ୍ଡେରେ ଫାଇନାଲ୍ ଫାଇଟ୍, ବେଲଜିୟମ-ଜର୍ମାନୀ ମଧ୍ୟରେ ଟାଇଟଲ ଟକ୍କର
  • ||
  • ଭୂକମ୍ପରେ ଥରିଲା ଇରାନ୍, ୭ ମୃତ, ୪୦୦ରୁ ଅଧିକ ଆହତ
  • ||
  • ମୟୂରଭଞ୍ଜ: ହାତୀମୃତ ଦେହ ମିଳିବା ଘଟଣାରେ ୪ ଶିକାରୀ ଗିରଫ, ୨ ହାତୀଦାନ୍ତ ଜବତ…
  • ||
  • ଆଜି ଦ୍ୱିତୀୟ ଟି-ଟ୍ୱେଣ୍ଟି: ଭାରତ ପାଇଁ ‘କର ବା ମର’, ସିରିଜ ଜିତି ସ୍ୱଦେଶ ଫେରିବା ଲକ୍ଷ୍ୟରେ ନ୍ୟୁଜିଲାଣ୍ଡ
  • ||
  • ଭୁବନେଶ୍ୱର: ଫେବ୍ରୁଆରୀ ୧୦ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ! ସଜେଇ ହେଉଛି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ
  • ||
  • ଭୁବନେଶ୍ୱର: ଚିନାବାଦାମ ଚାଷର ନୂତନ ଜ୍ଞାନକୌଶଳ ଶିଖିବେ ଓଡ଼ିଆ କୃଷକ, ୮୦ ଚାଷୀଙ୍କୁ ଗୁଜରାଟ ପଠାଇଲା ସୋଆ
  • ||

ବିଶ୍ବକପ୍‌ ପାଇଁ ୭ ଟିମ୍‌ କଲେ କ୍ବାଲିଫାଏ, କ’ଣ ପୁଣି ଭାରତ-ପାକିସ୍ତାନ ଗୋଟିଏ ଗ୍ରୁପ୍‌ରେ ଖେଳିବେ ?

ନୂଆଦିଲ୍ଲୀ,୨୮।୧୧: ଓ୍ବାନଡେ ଓ୍ବାର୍ଲ୍ଡକପ୍‌ ଆସନ୍ତା ବର୍ଷ ଭାରତରେ ହେବାକୁ ଯାଉଛି। ମୋଟ ୧୦ଟି ଟିମ୍‌ ଏଥିରେ ଯୋଗ ଦେବେ। ୭ ଟି ଟିମ୍‌କୁ ବିଶ୍ବକପ୍ ସୁପର ଲିଗ୍‌ ପ୍ରଦର୍ଶନ ଆଧାରରେ ଓ୍ବାର୍ଲ୍ଡକପ୍‌ ଟିକେଟ ମିଳିବାର ଅଛି। ଟୁର୍ଣ୍ଣାମେଣ୍ଟର ମୁକାବିଲା ଅକ୍ଟୋବର-ନଭେମ୍ବରରେ ଭାରତରେ ହେବାର ଅଛି। ଆୟୋଜକ ହୋଇଥିବା କାରଣରୁ ଟିମ୍ ଇଣ୍ଡିଆ ପ୍ରଥମ କ୍ବାଲିଫାଏ କରିସାରିଛି। ଭାରତ ସହିତ ୭ଟି ଟିମ୍‌ ବିଶ୍ବକପ୍‌ରେ ନିଜର ସ୍ଥାନ ପକ୍କା କରିନେଇଛି, କିନ୍ତୁ ଦକ୍ଷିଣ ଆଫ୍ରିକା ଟିମ୍ ଏପର୍ଯ୍ୟନ୍ତ ଡାଇରେକ୍ଟ କ୍ବାଲିଫାଏ  କରିପାରିନି। ଏହାଛଡା ଶେଷ ୨ ଟି ଟିମ୍‌ ଉପରେ ନିଷ୍ପତ୍ତି ଆସନ୍ତା ବର୍ଷ ହେବାକୁ ଥିବା କ୍ବାଲିଫାଏରରୁ ହେବ। ସମସ୍ତଙ୍କ ନଜର ଭାରତ ଓ ପାକିସ୍ତାନ ଉପରେ ରହିବ କ’ଣ ତାଙ୍କୁ ଏକ ଗ୍ରୁପ୍‌ରେ ରଖାଯିବ କି ନାହିଁ। ଗତ ୨ଟି ଟି-୨୦ ଓ୍ବାର୍ଲ୍ଡକପ୍‌ରେ ଦୁହିଁଙ୍କୁ ଗୋଟିଏ ଗ୍ରୁପ୍‌ରେ ହିଁ ରଖା ଯାଇଥିଲା।

ଓ୍ବାର୍ଲ୍ଡକପ୍‌ ସୁପର ଲିଗ୍‌ର କଥା ଯଦି ହେବା, ତେବେ ସମସ୍ତଙ୍କୁ ୨୪-୨୪ ମ୍ୟାଚ୍‌ ଖେଳିବାର ଅଛି। ବର୍ତ୍ତମାନ ପଏଣ୍ଟ ଟେବଲ ବିଷୟରେ ଯଦି କଥା ହେବା, ତେବେ ଟିମ୍ ଇଣ୍ଡିଆ ଏକ ନମ୍ବରରେ ରହିଛି। ସେ ଏପର୍ଯ୍ୟନ୍ତ ୨୦ଟି ମ୍ୟାଚ୍ ଖେଳିଛି। ସେଥିରୁ ୧୩ଟିରେ ଜିତିଛି, ସେଭଳି ୬ଟିରେ ହାରିଛି। ଟିମ୍‌ ପାଖରେ ମୋଟ ୧୩୪ ପଏଣ୍ଟ ରହିଛି। ସେଭଳି ଇଂଲଣ୍ଡର ୧୮ଟି ମ୍ୟାଚ୍‌ରୁ ୧୨୫ଟି ପଏଣ୍ଟ ରହିଛି ଓ ସେ ଦ୍ବିତୀୟ ସ୍ଥାନରେ ରହିଛି। ନ୍ୟୁଜିଲାଣ୍ଡର ମଧ୍ୟ ୧୭ଟି ମ୍ୟାଚ୍‌ରେ ୧୨୫ ପଏଣ୍ଟ ରହିଛି, କିନ୍ତୁ ସେ ଏବେ ବି ନେଟ୍‌ ରନରେଟ୍‌ କାରଣରୁ ତୃତୀୟ ସ୍ଥାନରେ ରହିଛି।

ଓ୍ବାର୍ଲ୍ଡକପ୍‌ କଥା ଯଦି ହେବା ତେବେ ଭାରତ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ, ବାଂଲାଦେଶ ଓ ଆଫଗାନିସ୍ତାନ କ୍ବାଲିଫାଏ କରିଛି। ଅଷ୍ଟ୍ରେଲିଆ ୧୨୦ ପଏଣ୍ଟ ସହିତ ଚତୁର୍ଥ, ବାଂଲାଦେଶ ୧୨୦ ପଏଣ୍ଟ ସହିତ ପଞ୍ଚମ, ପାକିସ୍ତାନ ୧୨୦ ପଏଣ୍ଟ ସହିତ ଷଷ୍ଠ ଓ ଆଫଗାନିସ୍ତାନ ୧୧୫ ପଏଣ୍ଟ ସହିତ ସପ୍ତମ ସ୍ଥାନରେ ରହିଛି। ଓ୍ବେଷ୍ଟଇଣ୍ଡିଜ୍ ନିଜର ସବୁ ୨୪ ମ୍ୟାଚ୍‌ ଖେଳିଛି ଓ ୮୮ ପଏଣ୍ଟ ସହିତ ଅଷ୍ଟମ ସ୍ଥାନରେ ରହିଛି। କିନ୍ତୁ ସେ ଏପର୍ଯ୍ୟନ୍ତ କ୍ବାଲିଫାଏ କରିନି। ଓ୍ବାର୍ଲ୍ଡକପ୍ ସୁପର ଲିଗ୍‌ରେ ଶ୍ରୀଲଙ୍କା ଟିମ୍‌ ଏବେ ଦଶମ ସ୍ଥାନରେ ରହିଛି। ଆଫଗାନିସ୍ତାନ ବିରୋଧରେ ରବିବାର ଖେଳାଯାଇଥିବା ମ୍ୟାଚ୍‌ ବର୍ଷା କାରଣରୁ ରଦ୍ଦ ହୋଇ ଯାଇଛି।  ଏହି କାରଣରୁ ଡାଇରେକ୍ଟ କ୍ବାଲିଫାଏ କରିବାର ଆଶାକୁ ଝଟକା ଲାଗିଛି। ୨୦ଟି ମ୍ୟାଚ୍‌ରେ ଦଳର ୬୭ ପଏଣ୍ଟ ରହିଛି। ସେଭଳି ଦକ୍ଷିଣ ଆଫ୍ରିକାର ୧୬ଟି ମ୍ୟାଚ୍‌ରେ ୫୯ ପଏଣ୍ଟ ରହିଛି। ଏପର୍ଯ୍ୟନ୍ତ କେବଳ ୫ଟି ମ୍ୟାଚ୍‌ରେ ସେ ଜିତି ପାରିଛି, ସେଭଳି ୯ଟିରେ ହାରିଛି। ତାକୁ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଭଳି ବଡ ଟିମ୍‌ ସହିତ ମ୍ୟାଚ୍‌ ଖେଳିବାର ଅଛି। ଏଭଳି ସ୍ଥିତିରେ ଦକ୍ଷିଣ ଆଫ୍ରିକାର ଡାଇରେକ୍ଟ କ୍ବାଲିଫାଏ କରିବା ଉପରେ ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର