ଚଳିତ ବର୍ଷ ରୋହିତ-ବିରାଟଙ୍କ ସମେତ ଏହି କ୍ରିକେଟରମାନେ ହୋଇଛନ୍ତି ବାପା, ବିଦେଶୀ ଖେଳାଳିଙ୍କ ଘରେ ମଧ୍ୟ ଫୁଟିଲା ହସ
Published By :
Guru
- Prameya Bureau |
October 11, 2025 05:15 PM
ନୂଆଦିଲ୍ଲୀ, ୧୫/୧୨ : ଚଳିତ ବର୍ଷ କିଛି କ୍ରିକେଟରଙ୍କ ଘରେ ଫୁଟିଛି ହସ । ଏହି ତାଲିକାରେ ବିରାଟ କୋହଲି ଏବଂ ରୋହିତ ଶର୍ମା ମଧ୍ୟ ସାମିଲ ରହିଛନ୍ତି । ଏହା ବ୍ୟତୀତ ପାକିସ୍ତାନର ଶାହିନ୍ ଆଫରିଦି ମଧ୍ୟ ବାପା ହୋଇଛନ୍ତି ।
ବିରାଟ କୋହଲି : ଚଳିତ ବର୍ଷ ଅନେକ କ୍ରିକେଟର ବାପା ହୋଇଛନ୍ତି । ବାପା ହୋଇଥିବା କ୍ରିକେଟରଙ୍କ ତାଲିକା ବିରାଟ କୋହଲିଙ୍କଠାରୁ ଆରମ୍ଭ ହୋଇଥିଲା । ଫେବୃଆରୀରେ ବିରାଟ ଶିଶୁପୁତ୍ର ଅକାୟଙ୍କ ବାପା ହୋଇଥିଲେ।

ରୋହିତ ଶର୍ମା : ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମା ମଧ୍ୟ ଚଳିତ ବର୍ଷ ବାପା ହୋଇଥିଲେ। ଏକ ଶିଶୁପୁତ୍ରର ବାପା ହୋଇଥିଲେ, ଯାହାଙ୍କ ନାମ ଅହାନ୍ ରହିଛି ।

କେନ୍ ୱିଲିୟମସନ : ଚଳିତ ବର୍ଷ ନ୍ୟୁଜିଲ୍ୟାଣ୍ଡର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ କେନ୍ ୱିଲିୟମସନଙ୍କ ଘରେ ମଧ୍ୟ ହସ ଫୁଟିଛି । ୱିଲିୟମସନ ତୃତୀୟ ଥର ପାଇଁ ବାପା ହୋଇଥିଲେ। ୱିଲିୟମସନଙ୍କ ଘରେ ଏକ ଝିଅ ଜନ୍ମ ହୋଇଥିଲା ।

ସରଫରାଜ ଖାନ : ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ ବ୍ୟାଟ୍ସ ମ୍ୟାନ୍ ସରଫରାଜ ଖାନଙ୍କୁ ମଧ୍ୟ ଚଳିତ ବର୍ଷ ବାପା ହେବାର ଖିସି ମିଳିଥିଲା । ସରଫରାଜଙ୍କ ସ୍ତ୍ରୀ ରୋମାନା ଜହୁର ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ ।

ଟ୍ରାଭିସ୍ ହେଡ୍ : କ୍ରିକେଟ୍ ପଡ଼ିଆରେ ଅଷ୍ଟ୍ରେଲିଆର ଶତ୍ରୁ କୁହାଯାଉଥିବା ଟ୍ରାଭିସ୍ ହେଡ୍ ଦ୍ୱିତୀୟ ଥର ପାଇଁ ବାପା ହୋଇଥିଲେ। ସୋସିଆଲ ମିଡିଆ ମାଧ୍ୟମରେ ହେଡ ତାଙ୍କ ଶିଶୁପୁତ୍ରର ଜନ୍ମ ବିଷୟରେ ସୂଚନା ଦେଇଥିଲେ।

ଶାହିନ୍ ଆଫ୍ରିଦି : ପାକିସ୍ତାନର ଷ୍ଟାର ଦ୍ରୁତ ବୋଲର ଶାହିନ୍ ଆଫ୍ରିଦି ୨୦୨୨ ମସିହାରେ ପୂର୍ବତନ ଅଲରାଉଣ୍ଡର ଶାହିଦ ଆଫ୍ରିଦିଙ୍କ ଝିଅ ଅନ୍ସା ଆଫ୍ରିଦିଙ୍କୁ ବିବାହ କରିଥିଲେ। ଅଗଷ୍ଟ ୨୦୨୪ରେ ଶାହିନ୍ ଏକ ପୁତ୍ରର ବାପା ହୋଇଥିଲେ।