PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ଦୁର୍ଘଟଣା ପରେ ପ୍ରଥମ ଥର ବିମାନ ବନ୍ଦରରେ ନଜର ଆସିଲେ ଋଷଭ ପନ୍ତ, ଉର୍ବଶୀଙ୍କ ପାଇଁ ହେଲେ ଟ୍ରୋଲ

ମୁମ୍ବାଇ ୨୫/୦୫: ନିକଟରେ ମୁମ୍ବାଇରେ କ୍ରିକେଟର ଋଷଭ ପନ୍ତଙ୍କୁ ଦେଖିବାକୁ ମିଳିଥିଲା। ଏହି ସମୟରେ ସେ କଳା ଟି-ସାର୍ଟ, ସର୍ଟସ୍, ନି କ୍ୟାପ୍ ଏବଂ ଜୋତା ପିନ୍ଧିଥିଲେ। ଏଥିସହିତ ସେ ଏକ ଷ୍ଟାଇଲିସ୍ ଗଗଲ୍ ମଧ୍ୟ ପିନ୍ଧିଥିଲେ। ସେ ବିମାନ ବନ୍ଦରରୁ ବାହାରକୁ ଯାଉଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।

ଭିଡିଓ ଭାଇରାଲ୍ ପରେ ଋଷଭଙ୍କୁ ଖୁବ୍ ଟ୍ରୋଲ କରାଯାଉଛି। ଜଣେ ୟୁଜର୍ ଲେଖିଛନ୍ତି, “ଭାଇ ଏତେ ଟଙ୍କା ଆପଣଙ୍କର, ୱେୟାରଲେସ୍ ନିଅନ୍ତୁ। ଉର୍ବଶୀ ଏହାକୁ ଉପହାର ଦେଇଛନ୍ତି, କି?” ଏଥି ସହିତ ଅନ୍ୟ ଜଣେ ଲେଖିଛନ୍ତି, ଦିଲ୍ଲୀ ଋଷଭଙ୍କୁ ବହୁତ ମିସ୍ କରିଛି। ଆଉ ଜଣେ ୟୁଜର ଲେଖିଛନ୍ତି, ଇଏ ରୋହିତ ଶର୍ମା ପରି ଦେଖାଯାଉଛନ୍ତି। ଏଥି ସହିତ ଅନେକ ଲୋକ ଋଷଭ ପନ୍ତଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି।

ଦୁର୍ଘଟଣାର ପରେ ଋଷଭଙ୍କୁ ଅନେକ ଦିନ ହସ୍ପିଟାଲରେ ରହିବାକୁ ପଡିଥିଲା। ତେବେ, ବର୍ତ୍ତମାନ ସେ ଚାଲୁଥିବାର ଦେଖି ଫ୍ୟାନ୍ସଙ୍କ ଖୁସିର କୌଣସି ସୀମା ନାହିଁ ।