PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ଲାଗିଲା ତିନି ରଥ
  • ||
  • ଜଳେଶ୍ବର : ରଥଟଣାବେଳେ ଲାଗିଲା ବିଦ୍ୟୁତ ତାର, ଜଣେ ମୃତ ଓ ୭ ଗୁରୁତର
  • ||
  • ସମ୍ବଲପୁର : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ପିଶାଚ ସ୍ଵାମୀ
  • ||
  • ଭୁବନେଶ୍ଵର : ନିଅଣ୍ଟିଆ ଜୁନ, ଆସୁଛି ଦୁଇଟି ଲଘୁଚାପ, ୪ରୁ ବଢ଼ିବ ବର୍ଷା
  • ||
  • ପୁରୀ : ସୁଦର୍ଶନଙ୍କ ବାଲୁକାକଳା ରେକର୍ଡ, ପୁରୀ ବେଳାଭୂମିରେ ତିଆରି କଲେ ୧୨୫ ବାଲି ରଥ
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ରୁତ ଗତିରେ ବଢ଼ିଲା କରୋନା, ୨୦୦ ଟପିଲା ଦୈନିକ ସଂକ୍ରମଣ
  • ||
  • ଭୁବନେଶ୍ଵର : ଅଧାରେ ରହିଗଲା ପୁରୀ ଯାତ୍ରା, ରଥଯାତ୍ରାରେ ଆରପାରିକୁ ଚାଲିଗଲେ ବରିଷ୍ଠ ଫଟୋଗ୍ରାଫର ଅଶୋକ ପଣ୍ଡା
  • ||
  • ଭୁବନେଶ୍ଵର : ପବିତ୍ର ରଥଯାତ୍ରା ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ
  • ||

ଦରକାର ପଡ଼ିଲେ ବଲ୍ ଛାଡ଼ି ବମ୍ ଧରିବି: ମହମ୍ମଦ ସାମି

ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି ତୀବ୍ର ନିନ୍ଦା କରିଛନ୍ତି। ଦରକାର ପଡ଼ିଲେ ଦେଶ ପାଇଁ ବଲ୍ ଛାଡ଼ି ବମ୍ ଧରିବାକୁ ପଛାଇବି ନାହିଁ ବୋଲି ସାମି ଏକ ସାକ୍ଷାତକାର ଅବସରରେ କହିଛନ୍ତି।

ସେ କହିଛନ୍ତି, ଆମେ କେବେବି ପୁଲୱାମା ଆକ୍ରମଣ ଓ ଆମ ବୀର ଯବାନଙ୍କ ବଳିଦାନକୁ ଭୁଲିବା କଥା ନୁହେଁ। ଏହି ଆକ୍ରମଣ ମୋ ହୃଦୟକୁ ଦୋହଲାଇ ଦେଇଛି। ଦେଶର ପ୍ରତ୍ୟେକ ନାଗରିକଙ୍କ ମନରେ ନିଶ୍ଚିତ ଭାବେ ଏହି ଭାବନା ଥିବ। ସହିଦ ହୋଇଥିବା ଯବାନଙ୍କ ପରିବାର ପ୍ରତି ମୁଁ ଗଭୀର ସମବେଦନା ଜଣାଉଛି। ଦେଶ ପାଇଁ ଲଢ଼ିବାକୁ ମୁଁ ପୂରା ପ୍ରସ୍ତୁତ ଅଛି। ମୁଁ ଆଶା କରୁଛି ଯେ ସରକାର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ। ଆସନ୍ତା ଅଷ୍ଟ୍ରେଲିଆ ଶୃଙ୍ଖଳା ଜିତି ଆମେ ସହିଦ ଯବାନଙ୍କୁ ଏହାକୁ ଉତ୍ସର୍ଗ କରିବା ଲକ୍ଷ୍ୟରେ ରହିବୁ।

ସୂଚନାଯୋଗ୍ୟ ଯେ ବହୁ କ୍ରିକେଟରଙ୍କ ଭଳି ସାମି ମଧ୍ୟ ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ସ୍ପିନର ୟୁଜବେନ୍ଦ୍ର ଚହଲ ମଧ୍ୟ ଏହି ମାମଲାରେ ମୁହଁ ଖୋଲିଛନ୍ତି। ଆତଙ୍କବାଦୀ ଏବଂ ଏହାକୁ ପ୍ରଶୟ ଦେଉଥିବା ଦେଶ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ କେନ୍ଦ୍ର ସରକାରଙ୍କୁ ଆହ୍ବାନ କରିଛନ୍ତି ବୋଲି ସାମି କହିଛନ୍ତି।

ସମ୍ବନ୍ଧିତ ଖବର