ବ୍ରହ୍ମପୁର,୨୮।୭ : ଗୋପାଳପୁର ଗଣଦୁଷ୍କର୍ମ ଘଟଣାରେ ବ୍ରହ୍ମପୁର କୋର୍ଟରେ ଚାର୍ଜସିଟ ଦାଖଲ କରିଲା କ୍ରାଇମବ୍ରାଞ୍ଚ। ୫୭୪ ପୃଷ୍ଠା ସମ୍ବଳିତ ରିପୋର୍ଟ ଦାଖଲ କରିଥିବା ନେଇ କ୍ରାଇମବ୍ରାଞ୍ଚ ସୂଚନା ଦେଇଛି।
ସୂଚନାଯୋଗ୍ୟ ଯେ ଜଣେ ଯୁବତୀ ଜୁନ ୧୫ ତାରିଖ ଅପରାହ୍ନରେ ନିଜ ପୁରୁଷ ବନ୍ଧୁଙ୍କ ସହ ଗୋପାଳପୁର ବୁଲିବାକୁ ଯାଇଥିଲେ। ପାନ୍ଥନିବାସ ପଛ ପଟ ବେଳାଭୂମିରେ ବସିଥିଲେ l ପ୍ରାୟ ସନ୍ଧ୍ୟା ସମୟରେ ହିଞ୍ଜିଳିକାଟୁ ସମେତ ଅନ୍ୟାନ୍ୟ ଅଞ୍ଚଳର ୧୦ ଜଣ ଯୁବକ ସେମାନଙ୍କ ପିଛା କରିଥିଲେ। ଉଭୟ ନିଛାଟିଆ ସ୍ଥାନରେ ବସିଥିବା ଦେଖି ଅସଦାଚରଣ କରିଥିଲେ। ୩ ଜଣ ଯୁବକ ଦୁଷ୍କର୍ମ କରି ସେଠାରୁ ଚମ୍ପଟ ମାରିଥିଲେ l ଘଟଣା ପରେ ରାତ୍ର ପ୍ରାୟ ସାଢେ ୧୦ ଟା ସମୟରେ ଥାନାରେ ପହଂଚି ଘଟଣା ବିଷୟରେ ଛାତ୍ରୀ ଜଣକ ପୁଲିସକୁ କହିଥିଲେ l ପୁଲିସ ତୁରନ୍ତ ପୁରୁଷ ବନ୍ଧୁଙ୍କୁ ଧରି ଖୋଜା ଖୋଜି ଆରମ୍ଭ କରିଥିଲା l ପୁଲିସ ଘଟଣାର ତଦନ୍ତ କରି ୧୦ ଜଣଙ୍କୁ ଧରିଥିଲା। ସେମାନଙ୍କ ମଧ୍ୟରେ ୪ ଜଣ ନାବାଳକ ଥିଲେ। ପରବର୍ତ୍ତୀ ସମୟରେ କ୍ରାଇମବ୍ରାଞ୍ଚକୁ ଏହି ମାମଲାର ତଦନ୍ତ ଭାର ଦିଆଯାଇଥିଲା।