PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଲିପାଟଣା : ଚାଷ ଜମିରେ ପଡ଼ିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ମୋହନା : ଘର ଭିତରେ ଶୋଇଥିବା ବେଳେ ଶ୍ଵାସରୁଦ୍ଧ ହୋଇ ୩ ମୃତ, ରନ୍ଧନ ଗ୍ୟାସ୍ ଲିକ୍ ହୋଇଥିବା ଅନୁମାନ
  • ||
  • ଖୋର୍ଦ୍ଧା : ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା କାର୍, ୩ ଯାତ୍ରୀ ଆହତ
  • ||

ବିଜେପି ନେତା ମଙ୍ଗୁଳି ଜେନା ହତ୍ଯା ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର ୧୬/୪: ଖୋର୍ଦ୍ଧା ବିଜେପି ନେତା ମଙ୍ଗୁଳି ଜେନା ହତ୍ଯା ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଏନେଇ ମଙ୍ଗଳବାର ଇନଚାର୍ଜ ଡିଜିପି ବିଜୟ କୁମାର ଶର୍ମା ସୂଚନା ଦେଇଛନ୍ତି । କ୍ରାଇମବ୍ରାଞ୍ଚ ଡିଏସପି ପ୍ରମୋଦ ରଥଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି । ଆଇଜି ଅରୁଣ ବୋଥ୍ରାଙ୍କ ତତ୍ତ୍ୱାବଧାନରେ ଏହି ତଦନ୍ତ ହେବ । କ୍ରାଇମବ୍ରାଞ୍ଚକୁ ଜିଲ୍ଲା ପୋଲିସ ତଦନ୍ତରେ ସହାୟତା କରିବ ।

ରବିବାର ବିଳମ୍ବିତ ରାତ୍ରିରେ ବଡ଼ପୋଖରିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବିଜେପିର ମଣ୍ଡଳ ସଭାପତି ମଙ୍ଗୁଳି ଜେନାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ମଙ୍ଗୁଳିଙ୍କ ହତ୍ୟା ଘଟଣାରେ ଖୋର୍ଦ୍ଧା ଜିଲ୍ଲା ଅଶାନ୍ତ ହୋଇପଡ଼ିଥିଲା । ଜିଲ୍ଲାର ସବୁ ବ୍ଲକ୍‌ରେ ବିଜେପି କର୍ମୀମାନେ ବିକ୍ଷୋଭ କରିବା ସହ ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରିଥିଲେ  । ହତ୍ୟା ଘଟଣାପରେ ରାଜନୀତିରେ ବୟାନବାଜି ଆରମ୍ଭ ହୋଇଥିଲା । ଏହି ହତ୍ଯାକାଣ୍ଡରେ ବିଜେଡିର ହାତ ଥିବା ଅଭିଯୋଗ କରିଥିଲା ବିଜେପି । ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ ଯେ ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ହତ୍ଯା ଘଟଣାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଆଦେଶ ଦେଇଥିଲେ । ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ଶାସକ ଦଳର ଲୋକେ ବନ୍ଧୁକ ମୁନରେ ନିର୍ବାଚନ ଜିତିବା ପାଇଁ ଚାହୁଁଛନ୍ତି । କିନ୍ତୁ ବୁଲେଟର ଜବାବ ବାଲାଟରେ ମିଳିବ ବୋଲି କହିଥିଲେ ଧର୍ମେନ୍ଦ୍ର ।