PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ଇତିହାସ ରଚିଲେ କ୍ରିଷ୍ଟିଆନୋ ରୋନାଲ୍ଡୋ, ଜିଣିଲେ ୧୮ ତମ Golden Foot Award

India.Com

ନୂଆଦିଲ୍ଲୀ, ୨୧/ ୧୨: ଫୁଟବଲ ଜଗତର ଷ୍ଟାର ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ଆଉ ଏକ ସଫଳତା। ରୋନାଲ୍ଡୋ ରବିବାର ରାତିରେ ନିଜ ନାମର ଯୋଡ଼ିଲେ ଆଉ ଏକ ସଫଳତାର ଫର୍ଦ୍ଦ। ସେ ଫୁଟବଲ ଦୁନିଆର ସମ୍ମାନଜନକ ଗୋଲଡେନ୍‌ ଫୁଟ୍‌ ୨୦୨୦ ଆଓ୍ବାର୍ଡର ଅଧିକାରୀ ହୋଇଛନ୍ତି। ଫୁଟବଲ ମଇଦାନରେ ଭଲ ପ୍ରଦର୍ଶନ ଓ ଉତ୍ତମ ସ୍ବଭାବ ପାଇଁ ସେ ଏହି ଆଓ୍ବାର୍ଡର ଅଧିକାରୀ ହୋଇଛନ୍ତି। ସେ ୧୮ ତମ ଖେଳାଳି ଭାବେ ଏହି ଆଓ୍ବାର୍ଡର ବିଜେତା ହୋଇଛନ୍ତି।

ରୋନାଲ୍ଡୋ UEFA ଚାମ୍ପିଆନ୍‌ ଲିଗରେ ଦମଦାର ପ୍ରଦର୍ଶନ କରି ଗ୍ରୁପ୍‌-ଜିରେ ଜୁଭେନଟସ୍‌ ଦଳକୁ ଟପରେ ପହଁଞ୍ଚାଇଥିଲେ। ସେ ୪୪ଟି ମ୍ୟାଚ୍‌ ଖେଳି ୪୪ଟି ଗୋଲ କରି ଦଳକୁ ଚମ୍ପିଆନ୍‌ କରିଥିଲେ। ଏହାପରେ ଗୋଲଡେନ୍‌ ଫୁଟ୍‌ ଆଓ୍ବାର୍ଡ ପାଇଁ ରୋନାଲ୍ଡୋଙ୍କ ସପକ୍ଷରେ ଭୋଟ୍‌ ଦେଇଥିଲେ ବିଶ୍ବବାସୀ।

ଏହି ପୁରସ୍କାର ପାଇବା ପରେ ଟ୍ବିଟ୍‌ କରି ନିଜର ସମସ୍ତ ଫ୍ୟାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଷ୍ଟାର ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋ। ନିକଟରେ ପାର୍ମା ବିପକ୍ଷରେ ଗୋଲ୍‌ ସ୍କୋର କରି ଓମାର ସିଭୋରିଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି ରୋନାଲ୍ଡୋ।

ଗୋଲଡେନ୍‌ ଫୁଟ୍‌ ଆଓ୍ବାର୍ଡ ହେଉଛି ଏକ ଅନ୍ତର୍ଜାତୀୟ ପୁରସ୍କାର। ଏହି ପୁରସ୍କାର ସେହି ଖେଳାଳି ମାନଙ୍କୁ ଦିଆଯାଇଥାଏ ଯେଉଁ ମାନେ ଖେଳରେ ସଫଳ ପ୍ରଦର୍ଶନ କରିବା ସହ ମଇଦାନରେ ଭଲ ସ୍ବଭାବ ପ୍ରଦର୍ଶନ କରିଥାନ୍ତି। ଏହି ପୁରସ୍କାର କେବଳ ଜଣେ ସକ୍ରିୟ ଖେଳାଳିଙ୍କୁ ମିଳିଥାଏ ଯାହାଙ୍କ ବୟସ ଅତି କମରେ ୨୮ ବର୍ଷ ହୋଇଥିବା ଆବଶ୍ୟକ। ଗୋଲ୍ଡେନ୍‌ ଫୁଟ୍‌ ଆଓ୍ବାର୍ଡ କେବଳ ଜଣେ ଖେଳାଳିଙ୍କୁ ଥରୁଟିଏ ମିଳିଥାଏ। ପ୍ରଥମଥର ପାଇଁ ୨୦୦୩ ମସିହାରେ ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

ସୂଚନାଥାଉକି, ୨୦୧୯ ମସିହାରେ ଫୁଟବଲ ଖେଳାଳି ଲୁକା ମୋଡରିକ୍, ୨୦୧୮ ମସିହାରେ ଇଣ୍ଡିନସନ୍‌ କାଭାନି ଏହି ପୁରସ୍କାର ହାତେଇଥିଲେ।