ଆଳି,୦୭/୦୭: ଆଳି ଥାନା ଅନ୍ତର୍ଗତ ପତ୍ରପୁର ପୋଲ ନିକଟରେ ନରେନ୍ଦ୍ରପୁର ଓ ପତ୍ରପୁର ଗ୍ରାମ ଦେଇ ବ୍ରାହ୍ମଣୀ ନଦୀ ବହି ଯାଇଥିବା ବେଳେ ଏହି ନଦୀରେ ଏକ ୧୨ରୁ ୧୪ ଫୁଟ ଲମ୍ବର ବଉଳା କୁମ୍ଭୀର ଚଳପ୍ରଚଳ କରୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ନଦୀ ପାଖିଆ ଅଞ୍ଚଳବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି ।
ନଦୀପାଖିଆ ଅଞ୍ଚଳବାସୀ ଦେବେନ୍ଦ୍ର ଦାଶ, ନକୁଳ ପାତ୍ର, ପ୍ରଫୁଲ୍ଲ ଜେନା, ସୁରେନ୍ଦ୍ର ପରିଡ଼ା, ଅନାଦି ଖଣ୍ଡୁଆଳ, ରତିକାନ୍ତ ପଢ଼ିଆରୀ, ହେମନ୍ତ ବିଶ୍ୱାଳ ପ୍ରମୁଖଙ୍କ କହିବା ଅନୁଯାୟୀ ଯେଉଁ ସମୟରେ କୁମ୍ଭୀର ଚଳପ୍ରଚଳ କରୁଥିବାର ଦେଖାଯାଆନ୍ତି, ସେହି ସମୟରେ କୁମ୍ଭୀର ଆକ୍ରମଣରେ ଧନଜୀବନ ହାନି ହେବାର ନଜିର ରହିଛି । କୋଳିଡିହ ପଞ୍ଚାୟତ ଘାଟ ନିକଟ ନଦୀ ଆରପଟରେ ଗତ ମାସରେ ଜଣେ ଯୁବକଙ୍କୁ କୁମ୍ଭୀର ଆକ୍ରମଣ କରିଥିବା ଜଣାପଡ଼ିଛି । ଅପରପକ୍ଷରେ ନଦୀକୂଳିଆ ଲୋକମାନଙ୍କୁ ବନ ବିଭାଗ ପକ୍ଷରୁ ସଚେତନ କରାଯାଉଥିବା ନେଇ ଆଳି ବନ ବିଭାଗ ଅଧିକାରୀ ଲକ୍ଷ୍ମୀପ୍ରିୟା ଖଟୁଆ କହିଛନ୍ତି । ଅପରପକ୍ଷରେ କୁମ୍ଭୀରକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ପ୍ରକାଶ ପାଇଥିବାରୁ ବନ ବିଭାଗ ପକ୍ଷରୁ କୁମ୍ଭୀରଟିକୁ ଧରିବା ପାଇଁ ଦାବି କରାଯାଇଛି ।
ଅଧିକ ପଢ଼ନ୍ତୁ :- ନିମ୍ବ ଗଛରେ ଝୁଲୁଛି କଲରାପତରିଆ ଶବ, ଫାଶରେ ପଡ଼ି ମୃତ୍ୟୁ ହୋଇଥିବା ସନ୍ଦେହ