ନୂଆଦିଲ୍ଲୀ, ୭/୭ : ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରୋନଙ୍କ ସିରିଆ ଗସ୍ତ ବେଳେ ବିସ୍ଫୋରଣ। ସିରିଆ ରାଷ୍ଟ୍ରପତିଙ୍କୁ ଭେଟିବା ପରେ ରାଜଧାନୀ ଦାମସକସ୍ ରେ ଲଗାତାର ୨ଟି ବିସ୍ଫୋରଣ ହୋଇଛି। ମାକ୍ରୋନ ରହୁଥିବା ହୋଟେଲ ନିକଟରେ ଧମାକା ହୋଇଥିବା ସୂଚନା ମିଳିଛି। ତେବେ ଫ୍ରାନ୍ସ ରାଷ୍ଟ୍ରପତି ସୁରକ୍ଷିତ ଅଛନ୍ତି।
ସୂଚନାନୁଯାୟୀ, ମଙ୍ଗଳବାର ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ସିରିଆ ରାଷ୍ଟ୍ରପତି ଅହମଦ ଅଲ-ସରା ସହ ରାଷ୍ଟ୍ରପତି ଭବନରେ ଭବନରେ ବୈଠକ କରୁଥିଲେ। ଏହି ସମୟରେ ମାକ୍ରୋନ ରହିଥିବା ରାଜଧାନୀ ଦାମସକସ୍ ସ୍ଥିତ ଫୋର୍ ସିଜନ୍ସ ହୋଟେଲ ନିକଟରେ ଜୋରଦାର୍ ବିସ୍ଫୋରଣ ହୋଇଛି। ତେବେ ବିସ୍ଫୋରଣରେ କେତେଜଣ ମୃତାହାତ ହୋଇଛନ୍ତି ସେନେଇ ସୂଚନା ମିଳିନାହିଁ। ମାକ୍ରୋନ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଅଛନ୍ତି। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ତାଙ୍କର କାର୍ଯ୍ୟକ୍ରମ ଜାରି ରହିବ। ତେବେ ଏହି ବିସ୍ଫୋରଣ କିଏ କଲା ସେନେଇ ସୂଚନା ମିଳିନାହିଁ।
କିଛି ଦିନ ପୂର୍ବରୁ ଦାମସକସ୍ ର ଜଷ୍ଟିସ୍ ପ୍ୟାଲେସ୍ ନିକଟ ଏକ କ୍ୟାଫେରେ ବିସ୍ଫୋରଣ ହୋଇଥିଲା। ଏହି ହମଲାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଥିଲେ।
ଆହୁରି ପଢନ୍ତୁ- ଆଫ୍ରିକାରେ ଗଢ଼ାହେଉଛି ବିଶ୍ୱର ଦୀର୍ଘତମ ସବୁଜ ପ୍ରାଚୀର, ୧୧ ଦେଶକୁ ଯୋଡ଼ିବ ‘ଗ୍ରେଟ୍ ଗ୍ରୀନ୍ ୱାଲ୍’
କାହିଁକି ବାଲିରଥରେ ବିଜେ ହୋଇଥିଲେ ଜଗନ୍ନାଥ ?