ନୂଆଦିଲ୍ଲୀ,୦୭/୦୭; ହୋର୍ମୁଜ ପ୍ରଣାଳୀରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇଛି । ଆମେରିକୀୟ ଅଧିକାରୀଙ୍କ ଅନୁଯାୟୀ, ସୋମବାର ରାତିରେ ଇରାନୀ ସେନା ହୋର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ଦୁଇଟି ବାଣିଜ୍ୟିକ ଜାହାଜ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛି । ହୋର୍ମୁଜ ପ୍ରଣାଳୀରେ ଆକ୍ରମଣ ବନ୍ଦ କରିବା ପାଇଁ ଆମେରିକା ଏବଂ ଇରାନ ମଧ୍ୟରେ ଏକ ସପ୍ତାହ ଧରି ଚାଲିଥିବା ଚୁକ୍ତିନାମାର ଅବଧି ଶେଷ ହେବାର କିଛି ଦିନ ପରେ ଏହି ଆକ୍ରମଣ ହୋଇଛି । ଏହି ଆକ୍ରମଣ ପ୍ରାୟ ତିନି ସପ୍ତାହ ପୂର୍ବେ ଆମେରିକା ଏବଂ ଇରାନ ମଧ୍ୟରେ ସ୍ୱାକ୍ଷରିତ ୧୪-ସୂତ୍ରୀ ବୁଝାମଣାପତ୍ର (MoU)କୁ ମଧ୍ୟ ବିପଦରେ ପକାଇଛି । ଆମେରିକା ଏବେ ଇରାନୀ ଲକ୍ଷ୍ୟସ୍ଥଳ ବିରୁଦ୍ଧରେ ପ୍ରତିଶୋଧମୂଳକ ଆକ୍ରମଣ କରିପାରେ । ପୁଣି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଆଶଙ୍କା ବଢିଛି । ଏହି ଆକ୍ରମଣ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ଶେଷ କରିବାକୁ ହୋଇଥିବା ଆଲୋଚନା ଉପରେ ପ୍ରଭାବ ପକାଇପାରେ ।
ଏହି ହମଲା ଏପରି ସମୟରେ ହୋଇଛି, ଯେତେବେଳେ କି, ଇରାନ୍ ପୂର୍ବ ସୁପ୍ରିମ ଲିଡର ଆୟତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ଅନ୍ତିମ ଯାତ୍ରା ଜାରି ରହିଛି । ରିଭୋଲ୍ୟୁସନାରୀ ଗାର୍ଡ କର୍ପସ କିଛି ସମୟ ଧରି ଏହି ଅଞ୍ଚଳରେ ଜାହାଜଗୁଡିକୁ ଧମକ ଦେଇ ଆସୁଥିଲେ । ଏହି ଅର୍ଦ୍ଧସାମରିକ ବାହିନୀ ଆଲୋଚନାକୁ ଦୁର୍ବଳ କରିବା ପାଇଁ କାମ କରୁଛି । ଗାର୍ଡ କର୍ପସ ଜାହାଜଗୁଡିକୁ ଚେତାବନୀ ଦେଇଥିଲେ ଯେ, ସେମାନେ ଓମାନ ଉପକୂଳରେ ଆମେରିକୀୟ ସେନା ଦ୍ୱାରା ସୁରକ୍ଷିତ ରାସ୍ତା ଦେଇ ଯାତ୍ରା ନ କରନ୍ତୁ । ୨ଟି ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ପରେ ଅଞ୍ଚଳରେ ଉତ୍ତେଜନା ବଢାଇପାରେ । ୟୁନାଇଟେଡ୍ କିଙ୍ଗଡମ୍ ମେରିଟାଇମ୍ ଟ୍ରେଡ୍ ଅପରେସନ୍ସ ମଧ୍ୟ ଏକ ଘଟଣା ରିପୋର୍ଟ କରିଛି । ରିପୋର୍ଟରେ ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଜାହାଜଗୁଡ଼ିକୁ ଚେତାବନୀ ଦେଇ ଏକ ଅଡିଓ ରେକର୍ଡିଂ ମଧ୍ୟ ଉଦ୍ଧୃତ କରାଯାଇଛି । ସେମାନଙ୍କର କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ କରିବାକୁ ପ୍ରସ୍ତୁତ ଅଛନ୍ତି । ରେଡିଓ ବାର୍ତ୍ତା ଅନୁଯାୟୀ, ମିସାଇଲଟି ଉପର ବାମ ପାର୍ଶ୍ୱରେ ଥିବା ଅଲ୍ ରେକାୟତ ଜାହାଜର ଇଞ୍ଜିନ୍ ରୁମରେ ମାଡ ହୋଇଥିଲା । ଯାହା ଫଳରେ ନିଆଁ ଲାଗିଥିଲା । ଜାହାଜରେ ଥିବା ସମସ୍ତ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି ।
ଏହା ବି ପଢନ୍ତୁ...ଖାମେନେଇଙ୍କ ଅନ୍ତିମ ଯାତ୍ରାରେ ସାମିଲ ହେଲେ ହମାସ, ହିଜବୁଲା ଏବଂ ହୁତି ବିଦ୍ରୋହୀ, ଏବେ ବି ସକ୍ରିୟ ‘ଆକ୍ସିସ୍ ଅଫ୍ ରେଜିଷ୍ଟାନ୍ସ’
UKMTO ଅନୁଯାୟୀ, ଓମାନର ଲେମାହରୁ ପ୍ରାୟ ୮ ନଟିକାଲ୍ ମାଇଲ୍ ପୂର୍ବରେ ଏହି ଘଠଣା ଘଟିଛି । ଏକ ଟ୍ୟାଙ୍କର ଜାହାଜ ଦକ୍ଷିଣ ଦିଗକୁ ଯାତ୍ରା କରୁଥିବା ସମୟରେ ବାମ ପାର୍ଶ୍ୱକୁ ମସାଇଲ୍ ସହ ଧକ୍କା ହୋଇଥିଲା । ଫଳରେ ଜାହଜ ଜଳିଉଠିଥିଲା । ସୌଭାଗ୍ୟବସତଃ କୌଣସି କ୍ଷୟକ୍ଷତି ହୋଇନାହିଁ । UKMTO ସମସ୍ତ ଜାହାଜକୁ ସତର୍କତାର ସହିତ ଯାତ୍ରା କରିବାକୁ ଏବଂ ଯେକୌଣସି ସନ୍ଦେହଜନକ କାର୍ଯ୍ୟକଳାପ ବିଷୟରେ ତୁରନ୍ତ ରିପୋର୍ଟ କରିବାକୁ ପରାମର୍ଶ ଦେଇଛି ।ହୋମୁଜ୍ ପ୍ରଣାଳୀ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ବାଣିଜ୍ୟ ପଥ ମଧ୍ୟରୁ ଗୋଟିଏ । ବିଶ୍ୱର ତୈଳ ଏବଂ ଗ୍ୟାସର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଏହା ଦେଇ ଗତି କରେ । ଏହି ଆକ୍ରମଣଗୁଡ଼ିକ ବିଶ୍ୱ ତୈଳ ଯୋଗାଣ, ଶକ୍ତି ବଜାର ଏବଂ ପଶ୍ଚିମ ଏସିଆର ସୁରକ୍ଷା ପ୍ରତି ଚିନ୍ତା ସୃଷ୍ଟି କରିଛି ।