ପ୍ରମୂଖ ଖବର
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ପୋଖରୀରେ କୁମ୍ଭୀର ଆତଙ୍କ, ଗ୍ରାମବାସୀ ଭୟଭୀତ

Published By : Suraj Kumar | November 20, 2024 10:05 PM

ମାଲକାନଗିରି/କୋରକୁଣ୍ଡା, ୨୦/୧୧(ଆପ୍ର )ମାଲକାନଗିରି ଜିଲ୍ଲା କୋରକୁଣ୍ଡା ବ୍ଲକ ବାଲିମେଳା ସହର ନିକଟ ଚିତାପାରି-୪ ଗାଁରେ ଗତ କିଛି ଦିନ ହେଲା କୁମ୍ଭୀର ଆତଙ୍କ ଦେଖା ଦେଇଛି । ଗତ କିଛି ଦିନ ହେବ ସ୍ଥାନୀୟ ଚିତାପାରି-୪ ଗାଁ ଅଞ୍ଚଳରେ ଥ‌ିବା ଏକ ପୋଖରୀରେ କୁମ୍ଭୀର ବୁଲୁଥିବା ଦେଖ‌ିବା ପରେ ଗ୍ରାମବାସୀ ଏବେ ଆତଙ୍କିତ ହୋଇ ପଡିଛନ୍ତି। କୁମ୍ଭୀର ଥୂବା ଘଟଣା ସତ୍ୟ କି ଏହା ଗୁଜବ ତାହା ବନବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି।

କିଛି ଗ୍ରାମ ର କିଛି ଲୋକ କୁମ୍ଭୀର ଦେଖିଥିବା କହୁଥିବା ବେଳେ ଆଉ କିଛି ଗ୍ରାମବାସୀ ଏହା ଜାଣି ନଥିବା କହୁଛନ୍ତି।  ଏ ସମ୍ପର୍କରେ ଗ୍ରାମବାସୀ  ବାଲିମେଳା ବନ ବିଭାଗକୁ ଜଣାଇଥିଲେ । ବାଲିମେଳା ବନ ବିଭାଗ କର୍ମଚାରୀ ଉକ୍ତ ଗ୍ରାମ ରେ ପହଞ୍ଚି ପୋଖରୀ ରେ ଜାଲ ପକାଇ କୁମ୍ଭୀରକୁ ଦୀର୍ଘ ସମୟ ଧରି ଖୋଜାଖୋଜି କରିଥିଲେ ମଧ୍ୟ କୁମ୍ଭୀର କିଛି ପତ୍ତା ନ ମିଳିବାରୁ ପୋଖରୀ କୂଳ ରେ ସାବଧାନ କୁମ୍ଭୀର ଅଛି ବୋଲି ସତର୍କ ସୂଚନାଫଳକ ଲଗାଇଛନ୍ତି । ଯାହା ଦ୍ବାରା ଚିତାପାରି-୪ ଗ୍ରାମ ସହ ପାଖ ଟୁନିବେଡା ଗ୍ରାମବାସୀ ମଧ୍ଯ ଭୟଭୀତ ଅଛନ୍ତ।

କୁମ୍ଭୀରକୁ ଠାବ କରି ଜନବସତି ଠାରୁ ଅନ୍ୟତ୍ର କୌଣସି ସୁରକ୍ଷିତ ସ୍ଥାନରେ ଛାଡ଼ିବା ନିମନ୍ତେ ଗ୍ରାମବାସୀ ମାନେ ବାଲିମେଳା ବନ ବିଭାଗ ନିକଟରେ ଦାବି କରିଛନ୍ତି। ସେଠାରେ ୪ଟି ପୋଖରୀ ଥିବାରୁ କୁମ୍ଭୀର କେଉଁ ପୋଖରୀରେ ଅଛି କହିବା କଷ୍ଟକର। ପୋଖରୀର ପାଣି ଶୁଖାଇଲେ କୁମ୍ଭୀରକୁ ଧରିହେବ କିନ୍ତୁ ପାଣି ଶୁଖାଇଲେ ପୋଖରୀର ମାଛ ସବୁ ମରିଯିବେ ବୋଲି ରାଜି ହୋଇ ନଥିଲେ ଗ୍ରାମବାସୀ। କୁମ୍ଭୀର ଅଛି କି ନାହିଁ ସଠିକ ସୂଚନା ମିଳିଲେ ଆମେ ତାକୁ ଧରି ସୁରକ୍ଷିତ ସ୍ଥାନରେ ଛାଡିଦେବୁ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.