ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜଧାନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ସ୍କୁଟିକୁ ପିଟିଲା କାର୍, ୨ ଗୁରୁତର
  • ||
  • ମୋହନା: ଘାଟିରେ ଓଲଟିଲା ମିନି ବସ୍, ୨୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଶ୍ୱକପ୍‌ ମହାକୁମ୍ଭକୁ ଆଉ ୩ ଦିନର ଅପେକ୍ଷା: ୧୦ ଦଳ, ୧୦ ଭେନ୍ୟୁ, ୪୮ ମ୍ୟାଚ୍‌ରେ ହେବ ମୁକାବିଲା
  • ||
  • ରାଉରକେଲା: ଝଗଡ଼ା ସମାଧାନ କରିବାକୁ ଯାଇଥିଲେ..ଠେଲାପେଲା ବେଳେ ତଳେ ପଡ଼ି ମହିଳା ଏଏସ୍‌ଆଇ ମୃତ
  • ||
  • ଭୁବନେଶ୍ୱର: ରାଜଧାନୀରେ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲା: କିଲର୍‌ ଚାଳକର ପତ୍ତା ପାଉନି ପୁଲିସ, ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ
  • ||
  • ପୁରୀ: ଶ୍ରୀମନ୍ଦିରରେ ପୁଣି ବୁଲିଲା କ୍ୟାମେରା: ଭୋଗ ଆଟିକା ନିକଟରୁ ବନ୍ଧାହେଲା ଅଭିଯୁକ୍ତ, ସ୍ପାଏ ପେନ୍‌ କ୍ୟାମେରା ଜବତ
  • ||
  • ମାଦ୍ରିଦ: ସ୍ପେନ ନାଇଟ୍‌ କ୍ଲବରେ ଭୀଷଣ ଅଗ୍ନିକାଣ୍ଡରେ ଭୁଶୁଡିଲା ଛାତ: ୧୩ ମୃତ, ୪ ଆହତ
  • ||
  • ଭୁବନେଶ୍ୱର: ୟୁନିଟ୍‌-୧ ହାଟରେ ତାଲା, ୩ ଦିନି ସାଢେ ୭ କୋଟି ଘାଟା: ମଙ୍ଗଳବାର ବିଏମ୍‌ସି ସହ ହାଟ କମିଟିର ଆଲୋଚନା
  • ||
  • ଭୁବନେଶ୍ୱର: ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା, ରାଜଧାନୀର ବଡ଼ଗଡ଼ରୁ ଶୁଭାରମ୍ଭ କରିବେ ନବୀନ
  • ||
  • ବିଶ୍ୱ ପାଇଁ ଆଶ୍ୱସ୍ତି: ସଟ୍‌ଡାଉନ୍‌ରୁ ବର୍ତ୍ତିଗଲା ଆମେରିକା, ଶେଷ ମୁହୂର୍ତ୍ତରେ ଫଣ୍ଡିଂ ବିଲ୍‌ ମଞ୍ଜୁର
  • ||
  • ଭୁବନେଶ୍ୱର; ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

କୁସଙ୍ଗ ରେଞ୍ଜ ସୁନା ଖଣିଆ ବିଟ୍ ଅଞ୍ଚଳରେ କୁମ୍ଭୀର ଶାବକ

ହରଭଙ୍ଗା,୨୯।୫ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ କୁସଙ୍ଗ ରେଞ୍ଜ ଅନ୍ତର୍ଗତ ସୁନାଖଣିଆ ବିଟ ଅଞ୍ଚଳରେ ଘଡିଆଳ ପ୍ରଜାତିର କୁମ୍ଭୀର   ୩୫ ଟି ଘଡିଆଳ ଶାବକ ଜନ୍ମ ଦେଇଥିବା ନେଇ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ମହାନଦୀ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ କୁସଙ୍ଗ ରେଞ୍ଜ ଅନ୍ତର୍ଗତ ସୁନା ଖଣିଆ ବିଟ ମହାନଦୀ ଅଞ୍ଚଳରେ ରହୁଥିବା ଘଡିଆଳ କୁମ୍ଭୀର ପ୍ରଜାତି ଗତ ମାର୍ଚ୍ଚ ମାସ ୬ ତାରିଖରେ ଅଣ୍ଡା ଦେବା ଆରମ୍ଭ କରିଥିଲେ । ପରେ ମେ ୨୪ ତାରିଖରେ ଛୁଆ ଜନ୍ମ ହୋଇଥିଲା l ଏପରିକି ମା’ କୁମ୍ଭୀର ଅଣ୍ଡା ଦେବା ଆରମ୍ଭ ଦିନଠୁ ଛୁଆ ଜନ୍ମ ପର୍ଯ୍ୟନ୍ତ ସମ୍ପୂର୍ଣ  ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ମହାନଦୀ ଭିତରେ ମାଛ ମରା ଡ଼ଙ୍ଗା ଓ ପାସେଞ୍ଜର ବୋଟ କୁ ବାରଣ କରାଯାଇଥିଲା । ଏହାର ସୁରକ୍ଷା ଦାୟିତ୍ୱରେ ଡିଏଫଓ ସାତକୋଶିଆ ଏବଂ ଡିଏଫଓ ମହାନଦୀ ବନ୍ୟପ୍ରାଣୀ ବିଭାଗ ରହିଛନ୍ତି। ବିଶେଷ କରି  ଘଡିଆଳ ମା’ କୁମ୍ଭୀର ସୁରକ୍ଷା ଦାୟିତ୍ୱ ତଦାରଖରେ ନନ୍ଦନକାନନ ରିସର୍ଚ୍ଚ ଟିମ ଥିବା ବେଳେ ସହଯୋଗରେ ଟିକରପଡା ରେଞ୍ଜ ଓ କୁସଙ୍ଗ ରେଞ୍ଜ ଅଧିକାରୀ ରହିଛନ୍ତି ।  ସୁନା ଖଣିଆ ବିଟ ଅଞ୍ଚଳରେ କୁସଙ୍ଗ ରେଞ୍ଜ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି ରହିଥିଲା ।

ଉକ୍ତ କୁମ୍ଭୀର ଶାବକମାନେ ମହାନଦୀ ବଢ଼ି ହେଲେ ଚଳ ପ୍ରଚଳ ପାଇଁ ବାହାରକୁ ଚାଲି ଆସିବେ ଏବଂ ଲୋକଙ୍କ ମୁହଁରେ ପଡିଯିବା ସହ ତାଙ୍କ ସୁରକ୍ଷା ନେଇ  ଚଳିତ ବର୍ଷ ମହାନଦୀରେ ବନ୍ୟା ବଢ଼ି ପୂର୍ବରୁ ନଦୀ ତଳିଆ ଥିବା ଗ୍ରାମ ଗୁଡିକ ରେ କୁମ୍ଭୀର ସୁରକ୍ଷା ପାଇଁ ଲୋକଙ୍କୁ ଏବେଠୁ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି। ଏହା କୁସଙ୍ଗ ରେଞ୍ଜ ସୁନାଖଣିଆ ଠାରୁ ମହାନଦୀ ତଳ ମୁଣ୍ଡ ବଡମୂଳ, ଛାମୁଣ୍ଡିଆ ପର୍ଯ୍ୟନ୍ତ ନଦୀକୂଳ ବାସୀଙ୍କୁ ସଚେତନତା ଦିଆଯଯାଉଥିବା ନେଇ ରେଞ୍ଜ ଅଧିକାରୀ ଲକ୍ଷ୍ମୀ ନାରାୟଣ ପଣ୍ଡା ସୂଚନା ଦେଇଛନ୍ତି l

Copyright © 2022 - Summa Real Media Private Limited. All Rights Reserved.