ପ୍ରମୂଖ ଖବର
  • ଗୋରୁ ବୋଝଇ ପିକଅପ୍‌କୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୁଲିସ: ୬ ଗୋରୁ ଉଦ୍ଧାର, ଡ୍ରାଇଭର ଓ ହେଲପର୍‌ ଫେରାର
  • ||
  • ବଜ୍ରପାତରେ CRPF ଡେପୁଟି କମାଣ୍ଡାଣ୍ଟ ମୃତ, ୩ ଯବାନ ଗୁରୁତର
  • ||
  • ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା; ୨୨ ଗ୍ରାମ ବ୍ରାଉନସୁଗର ଜବତ, ଜଣେ ଗିରଫ
  • ||

ବଜ୍ରାଘାତରେ CRPF ଯବାନ ମୃତ, ୩ ଯବାନ ଗୁରୁତର

Published By : Prameya | May 16, 2025 12:55 PM

ରାଉଲକେଲା, ୧୬।୫: କମ୍ବିଂ ଅପରେସନ ସମୟରେ ବଜ୍ରାଘାତରେ ଜଣେ ସିଆରପିଏଫ ଯବାନଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ସେକେଣ୍ଡ ଇନ୍ କମାଣ୍ଡାଣ୍ଟ ଏମ୍. ପ୍ରବୋ ସିଂହ ବୋଲି ଜଣାପଡ଼ିଛି । ସରଣ୍ଡା ଓ କୋହ୍ଲାନ ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ସୂଚନା ପାଇଁ ସିଆରପିଏଫ ପକ୍ଷରୁ କମ୍ବିଂ ଅପରେସନ କରାଯାଇଥିଲା । ଛୋଟାନାଗ୍ରା ଥାନା ଅନ୍ତର୍ଗତ ବଲିବା ଜଙ୍ଗଲରେ ଗତକାଲି କମ୍ବିଂ ଅପରେସନ ହେଉଥିବା ସମୟରେ ବର୍ଷା ହୋଇଥିଲା । ସନ୍ଧ୍ୟା ପ୍ରାୟ ସାଢ଼େ ୫ ଟା ସମୟରେ ବଜ୍ରାଘାତରେ ଏମ୍.ପ୍ରବୋ ସିଂହ, ସୁବୀର କୁମାର ମଣ୍ଡଳ, ସୁରେଶ ଭଗତ, ଚନ୍ଦଲାଲ ହାଁସଦା ମୋଟ୍ ୫ ଜଣ ଆହତ ହୋଇଥିଲେ । ସେମାନଙ୍କୁ ତୁରନ୍ତ ଡାକ୍ତରଖାନା ପଠାଯାଇଥିଲା । ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଏମ୍. ପ୍ରବୋଧ ସିଂହ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.